28.1 C
Bhubaneswar
Saturday, July 12, 2025
Homeଓଡିଶାପୁଣି ତେଜିଲା ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ମନ୍ତବ୍ୟ ଉପରେ ଟ୍ୱିଟ୍ କଲେ ଅନୁଭବ

ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ମନ୍ତବ୍ୟ ଉପରେ ଟ୍ୱିଟ୍ କଲେ ଅନୁଭବ

ଭୁବନେଶ୍ୱର:ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀଙ୍କ ମନ୍ତବ୍ୟ ଉପରେ ଅନୁଭବ ପ୍ରତିକ୍ରିୟା ରଖିଛନ୍ତି । ଗତକାଲି ରମାଦେବୀ ବିଶ୍ୱବିଦ୍ୟାଳୟରେ ଏକ କାର‌୍ୟ୍ୟକ୍ରମରେ ଯୋଗଦେବା ଅବସରରେ ବର୍ଷା ତାଙ୍କ ପାରିବାରିକ ଜୀବନରେ ଆସିଥିବା ଝଡ଼ ସମ୍ପର୍କରେ ଅବତାରଣା କରିଥିଲେ । ସେ ପୀଡ଼ିତା ଓ ତାଙ୍କ ବିରୋଧରେ ଅପପ୍ରଚାର ହେଉଥିବା କହିଥିଲେ ।ବର୍ଷା ତାଙ୍କ ଭାଷଣରେ କୌଣସି ସ୍ଥାନରେ ଅନୁଭବଙ୍କ ନାଁ ଉଲ୍ଲେଖ କରିନଥିଲେ । କିନ୍ତୁ ସାଂସଦ ଅନୁଭବ ମହାନ୍ତି, ଆଜି ଟ୍ୱିଟ୍ ଯୋଗେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି ଯଦି ଅପପ୍ରଚାର ହେଉଛି, ତେବେ ତାହା ବିରୋଧରେ ଆପଣ ନିହାତି ମୁହଁ ଖୋଲିବା ଦରକାର । ଏଥିପାଇଁ କିଛି ସରକାରୀ ଦସ୍ତାବିଜ୍ ବିରୋଧରେ ମୁହଁ ଖୋଲନ୍ତୁ ବୋଲି ଅନୁଭବ ବର୍ଷାଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରିଛନ୍ତି ।

ସେପଟେ ଗତକାଲି ବର୍ଷାଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ୍ ହାଣ୍ଡେଲରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ । ସେ ବର୍ଷାଙ୍କ ନା ନନେଇ ଜଣେ ମହିଳା କିଭଳି ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରିଥିଲେ ।ସଶକ୍ତିକରଣ ବାର୍ତ୍ତା ଦେଉଥିବା ଏବଂ ଜୀବନରେ ଏକାକୀ ଆଗକୁ ଯିବାକୁ ପ୍ରେରଣା ଦେଉଥିବା ଜଣେ ମହିଳା ବାସ୍ତବ ଜୀବନରେ ତାଙ୍କ ସ୍ୱାମୀଙ୍କ ଟଙ୍କା ପାଇଁ କୋର୍ଟରେ ନିଜକୁ ପୀଡ଼ିତା ସଜାଇ ପାରନ୍ତି, ସେ କଥା ଲେଖିଥିଲେ । ତେବେ କାଲି ପର‌୍ୟ୍ୟନ୍ତ ଏ ଘଟଣାରେ କେହି କାହାର ନାଁ ନେଇନଥିଲେ ବି ଆଜି ଅନୁଭବ ସିଧାସଳଖ ବର୍ଷାଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରିବା ପରେ ଏ ବିବାଦ ତେଜିବାରେ ଲାଗିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking