ଭୁବନେଶ୍ୱର: ରାଜଧାନୀରେ ପୁଣି ସକ୍ରୀୟ ହୋଇଉଠିଛନ୍ତି ଜମି ଜବରଦଖଲକାରୀ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ସଦସ୍ୟମାନେ ଜିଜିପି କଲୋନୀରେ ଘଟାଇଲେ ମିନି ନୟାପଲ୍ଲୀ କାଣ୍ଡ । ସୋମବାର ରାତି ପ୍ରାୟ ୧୦ଟା ସମୟରେ ସତ୍ୟ ରାଉତ ନାମକ ବ୍ୟକ୍ତିଙ୍କ ପ୍ଲଟ ଭିତରେ ପଶି ୨୨ରୁ ଅଧିକ ଦୁବୃତ୍ତ ତାଙ୍କ ଗାରେଜ ଏବଂ ଗୁହାଳ ଭିତରୁ ସବୁ ଗାଡି ଏବଂ ଆସବାବପତ୍ର ବାହାରକୁ ଫୋପାଡି ଦେଲେ । ଏହାସହ ସେମାନେ ବ୍ୟବହାର କରୁଥିବା ବିବାଦିୟ ଜାଗାକୁ ଗୋଟିଏ ପକ୍ଷର ଜିମା ଦେଇଛନ୍ତି । ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ସତ୍ୟ ରାଉତଽୟସ ୬୨ । ତାଙ୍କ ପଡୋଶୀଙ୍କ ସହ କୋର୍ଟରେ ଜମି ବିବାଦ ଚାଲିଛି । ତେଣୁ ଉକ୍ତ ଜମି ଉପରେ ଏକ ପ୍ରକାର ସ୍ଥିତାବସ୍ଥା ବଜାୟ ରହିଛି । ପଡୋଶୀ ଜଣଙ୍କ ଆସି କଂକ୍ରିଟ କାମ ଆରମ୍ଭ କରିବାରୁ ସେ ଏହାକୁ ରୋକିଥିଲେ । ପାଡୋଶୀ ନ ମାନିବାରୁ ସତ୍ୟ ରାଉତ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ସତ୍ୟ କଣ ପାଇଁ ଥାନାକୁ ଗଲେ ଏଥିରେ ପ୍ରତିଶୋଧ ପରାୟଣ ହୋଇ ସ୍ଥାନୀୟ ଅଞ୍ଚଳରେ ଘଟିଥିଲା ନାରକୀୟ କାଣ୍ଡ ।
ଥାନାରେ ଅଭିଯୋଗ କରିବାର କିଛି ସମୟ ପରେ ପଡୋଶୀଙ୍କ ସହ ଜବରଦଖଲକାରୀ ଗ୍ୟାଙ୍ଗ ସାମିଲ ହୋଇଥିଲେ । ନୟାପଲ୍ଲୀ ଢଙ୍ଗରେ ଆରମ୍ଭ ହେଲା ଅପରେଶନ୍ । ସୋମବାର ଦିନ ସେ ଥାନାରୁ ଘରକୁ ଫେରିବାର ଦୁଇ ଘଣ୍ଟା ମଧ୍ୟରେ ତାଙ୍କ ପ୍ଲଟରୁ ଜବରଦଖଲକାରୀ ଗ୍ୟାଙ୍ଗ ସକ୍ରୀୟ ହୋଇ ଉଠିଲେ । ଆରମ୍ଭ କଲେ ଅପରେଶନ ମିନି ନୟାପଲ୍ଲୀ । ରାଘବ ଜେନା ଗ୍ୟାଙ୍ଗ ଷ୍ଟାଇଲରେ ଧମକ ସତ୍ୟ ଏବଂ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଲେ । ମାରପିଟ କଲେ । ସତ୍ୟଙ୍କ ପୁଅର ସାର୍ଟ ଫାଡି ଦେବା ସହ ବୋହୁଙ୍କ ଅସଭ୍ୟ ଭାଷାରେ ଗାଳି ଗୁଲଜ କଲେ । ନୟାପଲ୍ଲୀ ଗ୍ୟାଙ୍ଗ ଭଳି କହିଲେ ପୁଲିସ ଆମ ସାଙ୍ଗରେ ରହିଛି ତୁମେ କିଛି କରିପାରିବନି ।
ଏନେଇ ୩ ଥର ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ଜଣାଇବା ପରେ ଶେଷରେ ଡିସିପି କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଡିସିପି କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜବରଦଖଲକାରୀଙ୍କ କବଳରୁ ଜବରଦଖଲ ହଟାଇବା ସହ ସ୍ଥିତାବସ୍ଥା ବଜାୟ ରଖିବାକୁ ଉଭୟ ପକ୍ଷକୁ ଅନୁରୋଧ କରିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଜବରଦଖଲକାରୀ ଗ୍ୟାଙ୍ଗ କିଏ। ଏମାନେ କାହାର ଲୋକେ । ରାଜଧାନୀରେ ଗତକିଛି ଦିନ ତଳେ ନୟାପଲ୍ଲୀ ଅଞ୍ଚଳରେ ଏକ ଜମି ଜବତଦଖଲକାରୀ ଗ୍ୟାଙ୍ଗ ଏକ ଘର ଭାଙ୍ଗି ଗୋଟିଏ ପକ୍ଷରୁ ସହାର୍ଯ୍ୟକରି ଆଇନ୍ବ୍ୟବସ୍ଥାକୁ ହାତକୁ ନେଇଥିଲେ । ଉକ୍ତ ଗ୍ୟାଙ୍ଗର ୨୨ ସଦସ୍ୟ ଧରାପହିଥିଲା ବେଳେ ଆଉ ୧୫ ଜଣ ଏପର୍ଯ୍ୟନ୍ତ ପୁଲିସକୁ ଲୁଚି ବୁଲୁଛନ୍ତି । ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟ ଧରାପଡ଼ି ନ ଥିଲା ବେଳେ ଆଉ ଗ୍ୟାଙ୍ଗ ସକ୍ରିୟ ହେବା ଏବଂ ଖୋଲାଖୋଲି ଆଇନ୍ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବା ଏକ ଚିନ୍ତାଜନକ କଥା ବୋଲି ଚର୍ଚ୍ଚା ହେଉଛି ।