ଭୁବନେଶ୍ୱର : ଶନିବାରଠୁ ରାଜ୍ୟରେ ବଢ଼ିବ ଶୀତ । ଏମିତିକି ରାତି ସମୟର ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିଯିବ। ସେହିଭଳି ୧୫ ତାରିଖ ଯାଏ ଘନ କୁହୁଡ଼ି ରହିବ। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାସହିତ ୧୭ ଓ ୧୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।