27.1 C
Bhubaneswar
Wednesday, June 26, 2024
Homeଅପରାଧପୁଣି ଅଲୋଡ଼ା ହେଲେ ଶିଶୁ କନ୍ୟା

ପୁଣି ଅଲୋଡ଼ା ହେଲେ ଶିଶୁ କନ୍ୟା

ଫୁଲବାଣୀ : ପୁଣି ଅଲୋଡ଼ା ହେଲେ ଶିଶୁ କନ୍ୟା । ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ଶୌଚାଳୟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ସଫେଇ କର୍ମଚାରୀ ଶୌଚାଳୟ ସଫା କରିବା ସମୟରେ ମୃତଦେହଟି ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ଏହି ସମସ୍ତ ଘଟଣା ବାବଦରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ସୂଚନା ଅନୁସାରେ, ଆଜିକାଲି ଅନେକ ଲୋକଙ୍କର ବିକୃତ ମାନସିକତା ଦେଖିବାକୁ ମିଳୁଛି। ନବଜାତ ଶିଶୁ କନ୍ୟା ଜାଣିବା ପରେ ଲୋକମାନେ ସେମାନଙ୍କ ଜୀବନ ନେଇ ଯାଉଛନ୍ତି। ତେବେ ସେହିଭଳି ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ଶୌଚାଳୟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର। ତେବେ ଶୌଚାଳୟରେ ଶିଶୁର ମୃତଦେହ ଦେଖି ମେଡିକାଲ କର୍ତ୍ତୃପକ୍ଷ ଏନେଇ ଟାଉନ ଥାନା ପୋଲିସକୁ ଜଣାଇଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମହିଳା ମେଡିସିନ ୱାର୍ଡ କିମ୍ବା ପ୍ରସୂତି ୱାର୍ଡରେ କୌଣସି ଶିଶୁଙ୍କ ମୃତ୍ୟୁ ହୋଇ ନଥିବା ସ୍ପଷ୍ଟ କରିଛନ୍ତି ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ । ତେବେ ଶିଶୁ ଟି କାହାର ଏବଂ ଏହି ଶବ ମେଡିକାଲ ଶୌଚାଳୟକୁ କିପରି ଆସିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking