22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶପୁଣି ଆଦିତ୍ୟ ଏଲ୍‌୧ର କକ୍ଷପଥ ବଢ଼ାଇଲା ଇସ୍ରୋ

ପୁଣି ଆଦିତ୍ୟ ଏଲ୍‌୧ର କକ୍ଷପଥ ବଢ଼ାଇଲା ଇସ୍ରୋ

ବେଙ୍ଗାଲୁର: ଭାରତୀୟ ମହାକାଶ ଗଣେଷଣା ସଂଗଠନ (ଇସ୍ରୋ) ଗୁରୁବାର ରାତି ପ୍ରାୟ ୨ଟା ୧୫ ମିନିଟ୍ ବେଳେ ସୋଲାର୍ ମିଶନ୍ ଆଦିତ୍ୟ ଏଲ୍‌୧ର କକ୍ଷପକ୍ଷ ଚତୁର୍ଥ ଥର ପାଇଁ ବୃଦ୍ଧି କରିଛି । ଏଥିପାଇଁ କିଛି ସମୟ ଥ୍ରଷ୍ଟ୍ ଫାୟାର୍ କରାଯାଇଥିଲା । ଏବେ ଏହାର ପୃଥିବୀରୁ ସର୍ବାଧିକ ଦୂରତା ୧ ଲକ୍ଷ ୨୧ ହଜାର ୯୭୧ କିଲୋମିଟର ହୋଇଛି ।

ଏହି ଅପରେସନ୍ ବେଙ୍ଗାଲୁରୁର ଆଇଏସ୍‌ଟିଆର୍‌ସିଏରୁ କରାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ଅବସରରେ ସାଟେଲାଇଟ୍‌କୁ ମରିସସ୍ ଏବଂ ପୋର୍ଟ ବ୍ଲେୟାର୍‌ରେ ନିର୍ମିତ ଇସ୍ରୋର ଗ୍ରାଉଣ୍ଡ୍ ଷ୍ଟେସନ୍‌ରୁ ଟ୍ରାକ୍ କରାଯାଇଥିଲା । ଏବେ ଏହାକୁ ଲଙ୍ଗ୍ ରେଞ୍ଜ୍ ପଏଣ୍ଟ୍ ଏଲ୍‌୧ର କକ୍ଷପଥରେ ସ୍ଥାପନ ପାଇଁ ସେପ୍ଟେମ୍ବର ୧୯ରେ ଏହାର କକ୍ଷପଥ ବୃଦ୍ଧି କରାଯିବ । ଏହା ପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ପଠାଯାଇଥିବା ଆଦିତ୍ୟ ଏଲ୍‌୧ର କକ୍ଷପଥ ସେପ୍ଟେମ୍ବର, ୩, ୫ ଓ ୧୦ ତାରିଖରେ ତିନିଥର ବୃଦ୍ଧି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking