31.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶପୁଣି କୋଟରେ ଗଲା ଆଉ ଏକ ଜୀବନ

ପୁଣି କୋଟରେ ଗଲା ଆଉ ଏକ ଜୀବନ

ଜୟପୁର : ପୁଣି କୋଟରେ ଗଲା ଆଉ ଏକ ଜୀବନ । ଛାତ୍ର ଜଣଙ୍କ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ଘର ବିହାରର ନାଳନ୍ଦାରେ। ପ୍ରାୟ ୧ ବର୍ଷ ଧରି ସେ ଏଠାରେ ରହୁଥିଲେ ଏବଂ ତାଙ୍କ ନାଁ ସନ୍ଦୀପ କୁମାର। ତାଙ୍କ ସାନ ଭାଇ ମଧ୍ୟ ଏଠାରେ ରହି ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ଦୁଇ ଭାଇ ଅଲଗା ସ୍ଥାନରେ ରହୁଥିଲେ। ସ୍ଥାନୀୟ ପୁଲିସ ଅଫିସର ମହେନ୍ଦ୍ର ମାରୋଙ୍କ ସୂଚନା ଅନୁଯାୟୀ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ବୟସ ୧୬। ସେ ପେଇଂ ଗେଷ୍ଟ୍‌ ଭାବେ ରହୁଥିଲେ। ସମାନ ବିଲ୍ଡିଂରେ ରହୁଥିବା ତାଙ୍କର ଅନ୍ୟ ସାଙ୍ଗମାନେ ତାଙ୍କୁ ବାରମ୍ବାର ଡାକିଥିଲେ ସୁଦ୍ଧା ସେ ଶୁଣିନଥିଲା। ଫଳରେ ସେମାନଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ତାଙ୍କ ମୃତଦେହ ଜବତ କରିଥିଲା। ଛାତ୍ରଙ୍କୁ ତାଙ୍କ ରୁମ୍‌ରୁ ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ତାଙ୍କ ବାପା ମା’ଙ୍କୁ ଏନେଇ ଅବଗତ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking