34.1 C
Bhubaneswar
Thursday, June 20, 2024
Homeଦେଶ ବିଦେଶପୁଣି ଶସ୍ତା ହେଲା ଏହି ସବୁ ଔଷଧ

ପୁଣି ଶସ୍ତା ହେଲା ଏହି ସବୁ ଔଷଧ

ନୂଆଦିଲ୍ଲୀ :ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ସେମାନଙ୍କର ମାସିକ ଖର୍ଚ୍ଚ ଏବେ ହ୍ରାସ ପାଇବ। ବାସ୍ତବରେ, କୋଟି କୋଟି ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରି ସରକାର କିଛି ଅତ୍ୟାବଶ୍ୟକ ଔଷଧର ଦର ହ୍ରାସ କରିଛନ୍ତି। ନାକ, କାନ, ହୃଦୟ ଏବଂ ମଧୁମେହ ରୋଗର ଚିକିତ୍ସାରେ ବ୍ୟବହୃତ ଔଷଧଗୁଡ଼ିକ ବର୍ତ୍ତମାନ କମ୍ ମୂଲ୍ୟରେ ଉପଲବ୍ଧ ହେବ। ଏସବୁ ବ୍ୟତୀତ ଲୋକମାନେ କମ୍ ମୂଲ୍ୟରେ ମଲ୍ଟିଭାଇଟାମିନ୍ ଔଷଧ ମଧ୍ୟ ପାଇପାରିବେ। ମୋଟ୍ ୫୪ ଔଷଧର ଦର ଶସ୍ତା ହୋଇଛି। ନିକଟରେ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ଔଷଧର ମୂଲ୍ୟ ହ୍ରାସ କରିବାକୁ ଆଲୋଚନା ହୋଇଥିଲା। ଏହାକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଫଳ‌ରେ ୫୪ ଟି ଅତ୍ୟାବଶ୍ୟକ ଔଷଧ ସହିତ ୮ ଟି ସ୍ବତନ୍ତ୍ର ଔଷଧର ଦର ହ୍ରାସ କରାଯାଇଛି। ସେସବୁ ଔଷଧ ମଧ୍ୟରେ ମଧୁମେହ ଔଷଧ,ହୃଦୟ ଔଷଧ,ଆଣ୍ଟିବାୟୋଟିକ୍,ଭିଟାମିନ୍ ଡି,ମଲ୍ଟି ଭିଟାମିନ୍ ,କାନ ଔଷଧ, ନାକ ଔଷଧ ଆଦି ରହିଛି। ଏହା ସହିତ ୮ ଟି ସ୍ୱତନ୍ତ୍ର ଔଷଧର ଦର ମଧ୍ୟ ହ୍ରାସ କରାଯାଇଛିନାହିଁ । ପରିସଂଖ୍ୟାନ ଅନୁସାରେ ଭାରତରେ ୧୦ କୋଟିରୁ ଅଧିକ ମଧୁମେହ ରୋଗୀ ଅଛନ୍ତି, ଯେଉଁମାନେ ଶର୍କରାସ୍ତର ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଔଷଧ ସେବନ କରୁଛନ୍ତି। ଏଭଳି ପରିସ୍ଥିତିରେ ମଧୁମେହ ରୋଗୀମାନେ ଔଷଧ ଦର ହ୍ରାସ ଯୋଗୁ ଉପକୃତ ‌ହୋଇପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking