27.1 C
Bhubaneswar
Friday, August 15, 2025
Homeଓଡିଶାଆଉ ଦୁଇ ଦିନ ପରେ ସରିବ ଭଦ୍ରକ ପ୍ରସିଦ୍ଧ କାଳୀ ପୂଜା

ଆଉ ଦୁଇ ଦିନ ପରେ ସରିବ ଭଦ୍ରକ ପ୍ରସିଦ୍ଧ କାଳୀ ପୂଜା

ଭଦ୍ରକ : ଜମୁଛି ଓଡିଶା ପ୍ରସିଦ୍ଧ ଐତିହାସିକ ଭଦ୍ରକ କାଳୀପୂଜା ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼.. ଦିନ ଅପେକ୍ଷା ରାତ୍ରିର କାଳୀପୂଜା ର ମାହୋଲ ଟିକେ ଭିନ୍ନ. ସବୁଠି ସୁଉଚ ତୋରଣ ସାଙ୍ଗକୁ ରାତ୍ରିର ଅଲୋକ ସଜା ପୂଜାର ମାହୋଲ କୁ ଦିଗୁଣିତ କରିଛି. ଦର୍ଶକ ମାନେ ପୂଜା ମଣ୍ଡପ ରେ ମା କାଳୀ ଙ୍କୁ ଦର୍ଶନ କରିବା ସହିତ ପାର୍ଶ୍ଵ ମୂର୍ତ୍ତି ଦେଖି ବେଶ ଆନନ୍ଦ ଅନୁଭବ କରୁଛନ୍ତି.ସେହିପରି ମିନା ବଜାର ଓ ଚରକି ରେ ବୁଲି ବେଶ ମଜା ଉଠଉଛନ୍ତି.ଶନିବାର ପର୍ଯ୍ୟନ୍ତ ଏହି କାଳୀପୂଜା ଉତ୍ସବ ଚାଲିବ.. ତେଣୁ ଦର୍ଶକ ମାନଙ୍କ ଭିଡ଼ ପ୍ରବଳ ମାତ୍ରାରେ ସବୁ ପୂଜା ମଣ୍ଡପ ରେ ହେଉଛି. ..

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଗତ କାଲି ଥିଲା ପଞ୍ଚମ ଦିନ.. ଏହି ପଞ୍ଚମ ଦିନରେ ମା ଭଦ୍ରକାଳୀ ଜଗଦ୍ଧାତ୍ରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିଲେ .. ମା ଙ୍କର ଏହି ଅପୂର୍ବ ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା … ମା ଭଦ୍ରକାଳୀ ଙ୍କୁ ଏହି ଜଗଦ୍ଧାତ୍ରୀ ବେଶରେ ଦର୍ଶନ କଲେ ଧର୍ମ,ପୁନ୍ନ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ ରହିଛି. ସେହିପରି ଭାବେ ଏହି ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞର ସହ ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ ଓ ନାମ ସଂକୀତ୍ତର୍ନ ରେ ପ୍ରକମ୍ପିତ ହେଉଛି ସମଗ୍ର ମା’ ଙ୍କ ପୀଠ…

ଓଡିଶା ପ୍ରସିଦ୍ଧ ଐତିହାସିକ ଭଦ୍ରକ କାଳୀପୂଜା ଶେଷ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଥିଲା ବେଳେ ସବୁ ପୂଜା ମଣ୍ଡପ ରେ ପ୍ରବଳ ମାତ୍ରାରେ ଏବେ ଦର୍ଶକ ମାନଙ୍କ ଭିଡ଼ ହେଉଛି…ବିଶେଷ କରି ଦିନ ଅପେକ୍ଷା ରାତ୍ରିର କାଳୀପୂଜା ରେ ପ୍ରବଳ ଭିଡ଼ ହେଉଛି. ସବୁଠି ସୁଉଚ ତୋରଣ ସାଙ୍ଗକୁ ରାତ୍ରିର ଅଲୋକ ସଜା ପୂଜାର ମାହୋଲ କୁ ଦିଗୁଣିତ କରିଛି.ରାତ୍ରିରେ ଅପେରା ସୋ ହେଉ ଥିବାରୁ ଦର୍ଶକ ମାନଙ୍କ ଭିଡ଼ ଅଧିକ ହେଉଛି.ଦର୍ଶକ ମାନେ ପୂଜା ମଣ୍ଡପ ରେ ମା କାଳୀ ଙ୍କୁ ଦର୍ଶନ କରିବା ସହିତ ପାର୍ଶ୍ଵ ମୂର୍ତ୍ତି ଦେଖି ବେଶ ଆନନ୍ଦ ଅନୁଭବ କରୁଛନ୍ତି.ସେହିପରି ମିନା ବଜାର ଓ ଚରକି ରେ ବୁଲି ବେଶ ମଜା ଉଠଉଛନ୍ତି.ଶନିବାର ପର୍ଯ୍ୟନ୍ତ ଏହି କାଳୀପୂଜା ଉତ୍ସବ ଚାଲିବ.ତେବେ ଚରମ୍ପା ସ୍କୁଲ ରୋଡ଼ କାଳୀ ପୂଜା 54 ବର୍ଷ ରେ ପହଂଚିଛି..

ଏହି ପୂଜା ମଣ୍ଡପ ରେ ଉଭୟ ପୌରାଣିକ ଓ ସାମାଜିକ ବିଷୟ ଉପରେ ପାର୍ଶ୍ଵ ମୂର୍ତ୍ତି ନିର୍ମାଣ କରାଯାଇଛି. ଯାହା ଦର୍ଶକ ମାନେ ବୁଲି ଦେଖିବା ସହିତ ପଛ ପଡିଆ ରେ ମିନା ବଜାର ଓ ଦୋଳି ଚରକି ରେ ବସି ବେଶ ମଜା ନେଉଛନ୍ତି…

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking