26.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୭ ଦିନ ପରେ ଅନନ୍ତନାଗ ଏନ୍‌କାଉଣ୍ଟର ଶେଷ; ଲସ୍କର କମାଣ୍ଡର ସମେତ ୨ ଆତଙ୍କବାଦୀ ନିପାତ

୭ ଦିନ ପରେ ଅନନ୍ତନାଗ ଏନ୍‌କାଉଣ୍ଟର ଶେଷ; ଲସ୍କର କମାଣ୍ଡର ସମେତ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଦୀର୍ଘ ସାତଦିନ ପରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଚାଲିଥିବା ଏନ୍‌କାଉଣ୍ଟର ଶେଷ ହୋଇଛି । ଏନ୍‌କାଉଣ୍ଟରରେ ଲସ୍କର-ଇ-ତୋଇବା କମାଣ୍ଡର ଉଜେର ଖାନ୍ ସମେତ  ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ଉଜେର ଖାନ୍‌ର ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଆତଙ୍କବାଦୀର ମୃତଦେହ ଦୃଶ୍ୟମାନ ହେଉଥିଲେ ସୁଦ୍ଧା ଏହା ଉଦ୍ଧାର ହୋଇପାରିନାହିଁ ବୋଲି ଜମ୍ମୁ-କଶ୍ମୀର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ବୁଧବାରଠାରୁ ଏହି ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା । ଅନନ୍ତନାଗ ଜିଲ୍ଲାର କୋକେରନାଗ ଜଙ୍ଗଲରେ କେତେକ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବାପରେ ରାଷ୍ଟ୍ରୀୟ ରାଇଫଲ୍‌ସ ଓ ଜମ୍ମୁ-କଶ୍ମୀର ପୁଲିସର ମିଳିତ ବାହିନୀ ଏହି ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ ।

ପ୍ରଥମ ଦିନରେ ସୁରକ୍ଷାକର୍ମୀଙ୍କୁ ଶକ୍ତ ଧକ୍କା ଲାଗିଥିଲା । ଆତଙ୍କବାଦୀଙ୍କ ଗୁଳିରେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଧନ୍‌ଚୋକ୍ ଏବଂ ଜମ୍ମୁ-କଶ୍ମୀର ପୁଲିସ ଡିଏସ୍‌ପି ହୁମାୟୁନ୍ ଭଟ୍ଟ୍ ସହିଦ ହୋଇଥିଲେ । ପରବର୍ତ୍ତୀ ସମୟରେ ନିଖୋଜ ଥିବା ପ୍ରଦୀପ ନାମକ ଯବାନଙ୍କ ମୃତଦେହ ଉକ୍ତ ଜଙ୍ଗଲରୁ ଉଦ୍ଧାର କରାଯାଇଥିବାବେଳେ ସେ ମଧ୍ୟ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା ଅନୁମାନ କରାଯାଉଛି । ଘଞ୍ଚ ଜଙ୍ଗଲ, ପ୍ରତିକୂଳ ପାଣିପାଗ ଯୋଗୁଁ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚିବା ସୁରକ୍ଷାକର୍ମୀଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା । ଫଳରେ ଆତଙ୍କବାଦୀଙ୍କୁ ଠାବ କରିବାକୁ ଅତ୍ୟାଧୁନିକ ଡ୍ରୋନ୍ ଏବଂ କ୍ୱାଡ୍‌ରପ୍ଟର ବ୍ୟବହାର କରାଯାଇଥିଲା । ରକେଟ ଲଞ୍ଚର୍ସ ସାହାଯ୍ୟରେ ପାହାଡିଆ ଗୁମ୍ଫା ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏନ୍‌କାଉଣ୍ଟର ଶେଷ ହୋଇଥିଲେ ସୁଦ୍ଧା ଉକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking