25.8 C
Bhubaneswar
Saturday, July 27, 2024
Homeଅପରାଧଅନୈତିକ ସମ୍ପର୍କ ହେଲା କାଳ; ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଅନୈତିକ ସମ୍ପର୍କ ହେଲା କାଳ; ସାଙ୍ଗକୁ ହତ୍ୟା କଲା ସାଙ୍ଗ

ବଲାଙ୍ଗୀର: ଅନୈତିକ ସମ୍ପର୍କ ହେଲା କାଳ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । ବଲାଙ୍ଗୀର ପୁଇନ୍ତଲା ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମରୁ ଉଦ୍ଧାର କରାଯାଇଥିବା ନିରୱେଲ କୁମ୍ଭାରଙ୍କ ମୃତ୍ୟୁ ଉପରୁ ପରଦା ହଟାଇବାରେ ସଫଳ ହୋଇଛି ପୋଲିସ । ସାଙ୍ଗର ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ସାଙ୍ଗର ଜୀବନ ନେଲା ସାଙ୍ଗ । ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁସାରେ,ଖଲିଆପାଲି ଗ୍ରାମର ଯୁବକ ନିରୱେଲ କୁମ୍ଭାର ହଠାତ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ସତ୍ତ୍ୱେ ନପାଇବା କାରଣରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଗାଁ ମୁଣ୍ଡରେ ଥିବା ଏକ କୂଅରୁ ସଂପୃକ୍ତ ଯୁବକର ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ତେବେ ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୁଇନ୍ତଲା ଥାନା ଅଧିକାରୀ ଏସପିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ତଦନ୍ତ କରି ପୋଲିସ ଉକ୍ତ ଗ୍ରାମର ଛବିଳ ନାଗ ଓ ସୁକାନ୍ତ ନାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାକୁ ନେଇ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି ଯେ, ନିରୱେଲ କୁମ୍ଭାରଙ୍କ ସହ ଛବିଳ ନାଗ ଓ ସୁକାନ୍ତ ନାଗଙ୍କ ସହ ବନ୍ଧୁତା ରହିଥିଲା । ତେବେ ସୁକାନ୍ତ ନାଗ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ତାଙ୍କ ନାଁରେ ଅନେକ ମାମଲା ରହିଛି । ଅନ୍ୟପଟେ ଛବିଳ ନାଗ ବାହାର ରାଜ୍ୟରେ ରହି କାମ କରୁଥିଲେ । ତେବେ ଘରକୁ ଆସିଥିବା ବେଳେ ମୃତ ନିରୱେଲ କୁମ୍ଭାର ସହିତ ତାର ସ୍ତ୍ରୀର ଅନୈତିକ ସମ୍ପର୍କ ଥିବାର ସନ୍ଦେହ କରିଥିଲା । ପରେ ଛବିଳ ନାଗ ଓ ସୁକାନ୍ତ ନାଗ ମିଶି ନିରୱେଲକୁ ଗାଁ ପୋଖରୀ ପାଖକୁ ଡାକି ନିର୍ଦ୍ଧୁମ ମାଡ ମାରିଥିଲେ । ଏହାପରେ କ୍ରୋଧ ବଶବର୍ତ୍ତି ହୋଇ ଜୀବିତ ଅବସ୍ଥାରେ କୂଅରେ ଫିଙ୍ଗି ଦେଇଥିଲେ । ତେବେ କୂଅରେ ପଡି ତାଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking