31.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶକ୍ରାଶ୍‌ ହେଲା ମିଆଁମାର୍‌ର ଏକ ସେନା ବିମାନ

କ୍ରାଶ୍‌ ହେଲା ମିଆଁମାର୍‌ର ଏକ ସେନା ବିମାନ

ନୂଆଦିଲ୍ଲୀ : ମିଜୋରାମର ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର୍‌ର ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଜୋରାମ ପୁଲିସ ମହାନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ମିଆଁମାର୍‌ ବର୍ମି ସେନାର ବିମାନଟି ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଥିଲେ। ଯେଉଁଥିରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଲେଙ୍ଗପୁଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।କୁହାଯାଇଛି ଯେ, ଏହି ବିମାନ ମିଆଁମାର୍‌ ସୈନିକମାନଙ୍କୁ ନେବା ପାଇଁ ମିଆଁମାର୍‌ରୁ ମିଜୋରାମକୁ ଆସିଥିଲା। ତେବେ ଲେଙ୍ଗପୁଇ ବିମାନବନ୍ଦରର ମିଆଁମାର ସେନାର ଶାନସି ୟ -୮ ବିମାନ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking