31.1 C
Bhubaneswar
Sunday, May 19, 2024
Homeଓଡିଶାନାବାଳିକା ଝିଅର ଗର୍ଭପାତ ପାଇଁ ହାଇକୋର୍ଟରେ ଆବେଦନ

ନାବାଳିକା ଝିଅର ଗର୍ଭପାତ ପାଇଁ ହାଇକୋର୍ଟରେ ଆବେଦନ

କଟକ : ଜଣେ ୧୪ ବର୍ଷର ନାବାଳିକାର ଗର୍ଭପାତ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ତିନିଜଣିଆ ମେଡିକାଲ୍ ଏକ୍ସପର୍ଟ ଗଠନ କରି ତୁରନ୍ତ ନିଷ୍ପତ୍ତି ନେବାକୁ ଏସ୍‌ସିବି ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲ୍ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ୯ ତାରିଖ ରାତି କିମ୍ବା ୧୦ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ଏକ୍ସପର୍ଟ ଟିମ୍ ଗଠନ କରି ନାବାଳିକାଙ୍କ ଗର୍ଭ ପରୀକ୍ଷା କରିବାକୁ ଏସ୍‌ସିବି ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲ୍‌ର ଅଧୀକ୍ଷକଙ୍କୁ ଆଦେଶ ଦେଇଛନ୍ତି । ଏକ୍ସପର୍ଟ କମିଟି ଯଦି ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନୋସି (ଏମ୍‌ଟିପି) ପାଇଁ ସୁପାରିଶ କରେ ତେବେ ତୁରନ୍ତ ଅଧୀକ୍ଷକ ଏଥିପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବେ ବୋଲି ହାଇକୋର୍ଟ କହିଛନ୍ତି । ନାବାଳିକାଙ୍କ ଗର୍ଭ ୨୩ ସପ୍ତାହ ହୋଇସାରିଥିବାରୁ ହାଇକୋର୍ଟଙ୍କ ପୂନର୍ବାର ଆଦେଶକୁ ଅପେକ୍ଷା ନକରି ଆବଶ୍ୟକ ଥିଲେ ତୁରନ୍ତ ଏମ୍‌ଟିପି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଆବେଦନକାରୀ ତାଙ୍କ ନାବାଳିକା ଝିଅର ଗର୍ଭପାତ ନିମନ୍ତେ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି । ଆବେଦନକାରୀ ଅଦାଲତଙ୍କୁ ଦର୍ଶାଇଥିଲେ ଯେ, ତାଙ୍କ ୧୪ ବର୍ଷର ନାବାଳିକା ଝିଅ ଦୁଷ୍କର୍ମର ଶିକାର ହେବା ପରେ ଗର୍ଭବତୀ ହୋଇଛି । ଏ ସମ୍ପର୍କରେ ଜଣାପଡ଼ିବା ପରେ ନିକଟରେ ଝିଅର ଅଲ୍‌ଟ୍ରାସାଉଣ୍ଡ୍ ଟେଷ୍ଟ୍ କରିଥିଲେ । ଟେଷ୍ଟ୍ ପରେ ଏହି ଘଟଣା ଜଣାପଡ଼ିଥିଲା । ଆବେଦନକାରୀ ଗର୍ଭପାତ କରାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝିଅକୁ ଭର୍ତ୍ତି କରିଥିଲେ । ତେବେ ଗର୍ଭଧାରଣ ୨୧ ସପ୍ତାହ ହୋଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ନାବାଳିକାଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦେଇଥିଲେ । ତେବେ ଏସ୍‌ସିବି କର୍ତ୍ତୃପକ୍ଷ ଗତ ମାର୍ଚ୍ଚ ୩୦ ତାରିଖରେ ଡିଏମ୍‌ଇଟିଙ୍କ ନିକଟକୁ ଏ ସମ୍ପର୍କରେ ଅବଗତ କରାଇଥିଲେ ଯେ ଗର୍ଭଧାରଣ ୨୦ ସପ୍ତାହରୁ ଅଧିକ ହୋଇଥିବାରୁ ମେଡିକାଲ୍ ଏମ୍‌ଟିପି ଆକ୍ଟ-୧୯୭୧ ଅନୁସାରେ ଟର୍ମିନେସନ୍ ଅଫ୍ ପ୍ରେଗ୍ନୋସି କରାଯାଇପାରିବ ନାହିିଁ । ଅଧୀକ୍ଷକଙ୍କ ଏତାଦୃଶ କାର୍ଯ୍ୟାନୁଷ୍ଠାନ ପରେ ଆବେଦନକାରୀ ତାଙ୍କ ଆଇନଜୀବୀଙ୍କ ଜରିଆରେ ହାଇକୋର୍ଟରେ ଆବେଦନ କରିଥିଲେ । ସେ ଦର୍ଶାଇଥିଲେ ଯେ ଏମ୍‌ଟିପି ଆକ୍ଟ୍‌-୨୦୨୧ ସେକ୍‌ନ ୩ ଓ ୪ ଅନୁସାରେ ଗର୍ଭଧାରଣ ସମୟ ୨୦ ସପ୍ତାହ ଅତିକ୍ରମ କରିଥିଲେ ଏବଂ ୨୪ ସପ୍ତାହ ହୋଇନଥିଲେ ଟର୍ମିନେସନ୍ ଅଫ୍ ପ୍ରେଗ୍ନୋସି କରାଯାଇପାରିବ । ହାଇକୋର୍ଟ ଏହାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking