28.3 C
Bhubaneswar
Saturday, May 17, 2025
Homeଓଡିଶାସ୍ଵପ୍ନାଦେଶ ପରେ ରାମପୋଖରୀ ନିକଟରୁ ପ୍ରାଚୀନ ଯୁଗର ପଥର ଗଣେଶ ମୂର୍ତ୍ତି ଉଦ୍ଧାର

ସ୍ଵପ୍ନାଦେଶ ପରେ ରାମପୋଖରୀ ନିକଟରୁ ପ୍ରାଚୀନ ଯୁଗର ପଥର ଗଣେଶ ମୂର୍ତ୍ତି ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଜଣେ ଆଦିବାସୀ ଙ୍କ ଚାଷ ଜମିରୁ ପ୍ରାଚୀନ ଯୁଗର ଗଣେଶ ମୂର୍ତ୍ତି ଉଦ୍ଧାର କରାଯାଇଛି। ଆଡ଼ମ୍ବର ପୂର୍ଣ୍ଣଭାବେ ଏହାକୁ ପ୍ରତିଷ୍ଠା କରାଯାଇ ଗ୍ରାମ ବାସୀ ମାନେ ପୂଜା କରିଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଲାଭରମ ପଞ୍ଚାୟତ ଟିଙ୍ଗ ରାଜପାଲି ବଡାନଗୁଡା ଆଦିବାସୀ ଗ୍ରାମରେ।

ଟିଙ୍ଗରାଜ ଗ୍ରାମର ମିଛୁ ଭୀମା (୫୫)ଙ୍କୁ ଗତ କିଛି ଦିନ ତଳେ ସ୍ଵପ୍ନାଦେଶ ହୋଇଥିଲା। ତାଙ୍କର ଗ୍ରାମ ମୁଣ୍ଡରେ ଥିବା ରାମ ପୋଖରୀ ନିକଟ ତାଙ୍କ ଚାଷ ଜମିରେ ଗଣେଶ ପୋତି ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ପୂଜା କଲେ ଗ୍ରାମବାସୀଙ୍କ ମଙ୍ଗଳ ହେବ । ସେ ଏଥି ପ୍ରତି ଗୁରୁତ୍ୱ ଦେଇ ନଥିଲେ।ପୁଣି ଆଉ ଥରେ ରାତ୍ରରେ ମିଛୁ ଭିମାଙ୍କୁ ଆଉଥରେ ସ୍ୱପ୍ନ ହୋଇଥିଲା । ସେ ରାତ୍ର ରେ ଗାଁ ଲୋକଙ୍କୁଡାକି ରାତ୍ର ପ୍ରାୟ ୪ ଟା ସମୟରେ ଗାଁ ନିକଟସ୍ଥ ରାମ ପୋଖରୀ ପାଖକୁ ଯାଇ ଜମିରୁ ମାଟି ଖୋଳି ଦେଖିଲେ ଯେ ତାଙ୍କର ସ୍ୱପ୍ନ ମୁତାବକ ମାଟିରେ ମୂର୍ତ୍ତିଟି ରହିଛି lଗ୍ରାମ ଲୋକଙ୍କ ସାହାଯ୍ୟରେ ମୂର୍ତ୍ତିଟିକୁ ଉଦ୍ଧାର କରି ଶୋଇଥିବା ମୂର୍ତ୍ତିକୁ ସେହି ସ୍ଥାନରେ ଠିଆକରି ନିକଟରେ ଥିବା ତାଳଗଛ ମୂଳରେ ରଖିଥିଲେ l

ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ର ଅଧ୍ୟକ୍ଷ ଲଳିତ ନାରାୟଣ ମାଡକାମୀ ଏହା ଜାଣିପାରି ସେହି ଗ୍ରାମରେ ପହଞ୍ଚି ଗଣେଶ ଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରିଥିଲେ। ଆଜି ଶ୍ରୀ ଗଣେଷଙ୍କ ପୂଜା ପାଳନ ଅବସରରେ ସେହି ସ୍ଥାନରେ ବିଭିନ୍ନ ଆଦିବାସୀ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ରୁଣ୍ଡ ହୋଇ ପୁଜାଅର୍ଚ୍ଚନା ଆରମ୍ଭ କରିଛନ୍ତି।ଶ୍ରୀ ମାଡକାମୀ ମିଛୁ ଭୀମ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମନ୍ଦିର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମ ବାସୀଙ୍କ ପକ୍ଷରୁ ଦରଖାସ୍ତ ଦିଆଯିବ ବୋଲି ଶ୍ରୀ ମାଡକାମୀ କହି ଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking