31.1 C
Bhubaneswar
Friday, October 18, 2024
Homeଓଡିଶାଶ୍ରମିକ ସଂଘ ପକ୍ଷରୁ ୮ ଘଣ୍ଟିଆ ନୂଆପଡ଼ା ବନ୍ଦ

ଶ୍ରମିକ ସଂଘ ପକ୍ଷରୁ ୮ ଘଣ୍ଟିଆ ନୂଆପଡ଼ା ବନ୍ଦ

ନୂଆପଡ଼ା: ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ଆଜି ନୂଆପଡ଼ାରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ଆଜି ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏଠାରେ ଦୋକାନ ବଜାର ବନ୍ଦ ରହିଛି। ଯାନବାହନ ଚଳାଚଳ ବି ବ୍ୟାହତ ହୋଇଛି। ଜିଲ୍ଲା ଶ୍ରମିକ ସଂଘର ଆବାହକ ଯଦୁମଣି ପାଣିଗ୍ରାହୀ ଓ ବରିଷ୍ଠ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ବରେ ବନ୍ଦ ପାଳନ କରାଯାଉଛି। ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ମରୁଡ଼ି ଓ ଦାଦନ ପ୍ରବଣ ଜିଲ୍ଲାର ବଡ଼ଭାଗ ଲୋକ ଦାଦନ ଶ୍ରମିକ, ମନରେଗା ଶ୍ରମିକ, ନିର୍ମାଣ ଶ୍ରମିକ ଓ ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି।

କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର କଥା ଜିଲ୍ଲାର ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ଶୋଷଣ, କଷଣ, ଯାତନା ଯନ୍ତ୍ରଣା ବଢ଼ିବାରେ ଲାଗି, ମାତ୍ର ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। କେତେ ଦାଦନ ଶ୍ରମିକ ନିଖୋଜ, ମୃତ ଓ ବିକଳାଙ୍ଗ ହେଲେ ଶାସନ ଓ ପ୍ରଶାସନ ପାଖରେ ଏନେଇ କୌଣସି ଖବର ନାହିଁ। ମନରେଗା ଶ୍ରମିକ ମାନଙ୍କୁ ଠିକ୍ ଭାବରେ କାମ ମିଳୁନାହି କି ପାଉଣା ମିଳୁନଥିବା ବି ଅଭିଯୋଗ ହୋଇଚି। ଜିଲ୍ଲାରେ ଏକଲକ୍ଷ କୋଡ଼ିଏ ହଜାର ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ନବୀକରଣ, ପଞ୍ଜୀକରଣ ଓ କଲ୍ୟାଣ ଯୋଜନା ପ୍ରଦତ୍ତ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ସଂସ୍ଥା ହେଲେ ମଧ୍ୟ କେନ୍ଦୁପତ୍ର ତୋଳାଳି ଶୋଷଣର ଶିକାର ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking