36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଓଡିଶା ଆସିବେ ଅମିତ ଶାହା

ଓଡିଶା ଆସିବେ ଅମିତ ଶାହା

ଭୁବନେଶ୍ୱର: ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ୟ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି । ସୂଚନା ଅନୁଯାୟୀ, ଦେଶରେ ସାଧାରଣ ନିର୍ବାଚନ ହେବାକୁଥିବାବେଳେ ଓଡିଶାରେ ମେଣ୍ଟ ରାଜନୀତି ଜୋର ଧରିଛି। ଗତକାଲି ଭାଜପା ବରିଷ୍ଠ ନେତା ଦିଲ୍ଲୀ ଯାଇଥିବାବେଳେ ଦିଲ୍ଲୀରୁ ବଡ ନେତା ଓଡିଶା ଆସିବାର କାର୍ୟ୍ୟକ୍ରମ ରହିଛି । ଅନ୍ୟପଟେ ଓଡିଶାରେ ବିଜେଡିର ଗତକାଲି ନବୀନ ନିବାସରେ ହାଇଲେଭଲ ବୈଠକ ହୋଇଥିଲା। ବିଜେଡିର ବରିଷ୍ଠ ନେତା ଏନେଇ ସଙ୍କେତ ଦେଇଥିଲେ ହେଁ ଏବେ ଯାଏଁ କୌଣସି ଦଳ ପକ୍ଷରୁ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ହୁଏତ ଅମିତ ଶାହାଙ୍କ ଗସ୍ତ ଅବସରରେ ମେଣ୍ଟ ନେଇ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking