କୋଲକାତା : ପଶ୍ଚିମବଙ୍ଗରେ ବିଜେପି ଜିତିବା ପାଇଁ ସମସ୍ତ ପ୍ରାୟାସ ଜାରି ରଖିଛି । ନେତା ମାନେ ଦାବି କରୁଛନ୍ତି ଯେ, ଏଥର ପଶ୍ଚମବଙ୍ଗରେ ପଦ୍ମ ଖେଳିବାକୁ ଯାଉଛି । ନିଜେ ଦଳର ପୁର୍ବ ଅଧ୍ୟକ୍ଷ ଓ ଦେଶର ଗୃହମନ୍ତ୍ରୀ ଏଥିପାଇଁ ପ୍ରଚାର କରୁଛନ୍ତି । ଆଜି ମଧ୍ୟ ଅମିତ ଶାହ ପଶ୍ଚିମବଙ୍ଗରେ ଫାଷ୍ଟ ମୋଡରେ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଆଜି ଦିନ ୧୨ ଟାରୁ ସଂନ୍ଧ୍ୟା ଯାଏଁ ମୋଟ ୬ ଟି ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହି ୬ ଟି କାର୍ଯ୍ୟକ୍ରମ ମଧ୍ୟରୁ ୩ ଟି ରୋଡ ସୋ ରହିଛି । ଅମିତ ଶାହ ପ୍ରଥମେ ରୋଡ ସୋ ଶାନ୍ତିପୁର ଠାରେ ଦିନ ୧୨.୩୦ ସମୟରେ ଆରମ୍ଭ କରିବେ । ଏହାପରେ ରାଣାଘାଟ ଦକ୍ଷିତ ଠାରେ ଦିନ ୧.୩୦ରେ ଅନ୍ୟ ଏକ ରୋଡ ସୋ କରିବେ । ଏହାପରେ ଅମିତ ଶାହ ଅପରାହ୍ନ ୩.୪୦ ରେ ବାସୀରହାଟ ଦକ୍ଷିଣରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ । ଏହି ତିନୋଟି କାର୍ଯ୍ୟକ୍ରମ ପରେ ସେ ଅପରାହ୍ନ ୪.୨୫ ରେ ପାନିଘାଟରେ ଏକ ରୋଡ୍ ସୋ କରିବେ । ଏହା ପରେ ଅମିତ ଶାହାଙ୍କ ଶେଷ ଦୁଇଟି ଇଭେଣ୍ଟ ଟାଉନ୍ ହଲ୍ ମିଟିଂ ଆକାରରେ ହେବ । ଅମିତ ଶାହା କାମରହାଟୀରେ ସନ୍ଧ୍ୟା ୫.୩୦ ରେ ଟାଉନ ହଲ ସଭା କରିବେ ଏବଂ ତା’ପରେ ୭.୦୦ ରେ ସେ ରାଜାରହାଟ ଗୋପାଳପୁରରେ ଆଉ ଏକ ଟାଉନ ହଲ ସଭା କରିବେ ।
ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗରେ ନିର୍ବାଚନରେ ଚାରିଟି ପର୍ଯ୍ୟାୟ ଭୋଟ୍ ସମାପ୍ତ ହୋଇଛି । ମତଦାନର ପଞ୍ଚମ ପର୍ଯ୍ୟାୟ ୧୭ ଏପ୍ରିଲରେ ହେବ ଓ ଏହି ପର୍ଯ୍ୟାୟରେ ୪୫ ଟି ବିଧାନସଭା ଆସନରେ ଭୋଟ୍ ଦିଆଯିବ ।