31.1 C
Bhubaneswar
Monday, April 27, 2026
Homeଦେଶ ବିଦେଶପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ପବିତ୍ର ଉତ୍ତରାୟଣର ଅବସରରେ ଅହମ୍ମଦାବାଦର ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାର୍ଥନା କରିବା ସହ ଗୋ ମାତାଙ୍କୁ ପୂଜା କରିଥିଲେ। ଗୃହମନ୍ତ୍ରୀ ଅହମ୍ମଦାବାଦର ଥଲତେଜସ୍ଥିତ ଗୁରୁଦ୍ୱାର ଗୋବିନ୍ଦ ଧାମରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହ ଉତ୍ତରାୟଣ ଅବସରରେ ଅହମ୍ମଦାବାଦରେ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, “ଜୟ ଜଗନ୍ନାଥ! ପ୍ରତିବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ମୋତେ ଉତ୍ତରାୟଣର ପବିତ୍ର ଅବସରରେ ଅହମ୍ମଦାବାଦର ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା କରିବାର ସୌଭାଗ୍ୟ ମିଳିଛି। ମହାପ୍ରଭୁଙ୍କ କୃପା ସର୍ବଦା ଦେଶର ଲୋକମାନଙ୍କ ଉପରେ ରହୁ ” ‘ଅନ୍ୟ ଏକ ପୋଷ୍ଟରେ ଗୃହମନ୍ତ୍ରୀ କହିଛନ୍ତି, “ସନାତନ ଧର୍ମରେ ଗୋ ମାତାଙ୍କ ସେବା ଏବଂ ପୂଜାର ବିଶେଷ ଗୁରୁତ୍ୱ ରହିଛି। ଆଜି ଉତ୍ତରାୟଣ ଅବସରରେ ମୁଁ ଅହମ୍ମଦାବାଦର ଶ୍ରୀ ଜଗନ୍ନାଥ ମନ୍ଦିରରେ ଗୋ ମାତାଙ୍କୁ ପୂଜା କଲି । ’’ ଏକ୍ସରେ ସେୟାର କରାଯାଇଥିବା ଅନ୍ୟ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି, “ସମଗ୍ର ଗୁଜରାଟରେ ଉତ୍ତରାୟଣ ପର୍ବ ଅତ୍ୟନ୍ତ ଆନନ୍ଦ ଏବଂ ଉତ୍ସାହର ସହ ପାଳନ କରାଯାଉଛି। ଆଜି ମୁଁ ଅହମ୍ମଦାବାଦର ନାରଣପୁରା ୱାର୍ଡର ଅର୍ଜୁନ ଗ୍ରୀନ୍ ଫ୍ଲାଟରେ ଆୟୋଜିତ ସର୍ବସାଧାରଣ ଗୁଡ଼ି ଉତ୍ସବରେ ଅଂଶଗ୍ରହଣ କରି ଗୁଡ଼ି ଉଡ଼ାଇଥିଲି ।’’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking