ନୂଆଦିଲ୍ଲୀ: ଆମେରିକାରେ ଟିକାକରଣ ଆରମ୍ଭ ହେବା ପରେ ମଧ୍ୟ କରୋନାର ପ୍ରକୋପ ଥମୁନଥିବା ଦେଖିବାକୁ ମିଳିଛି । ଯଦିଓ ସଂକ୍ରମଣରେ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି, ମାତ୍ର ପ୍ରତିଦିନ କରୋନାରେ ୩ ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରୁଛନ୍ତି । ରିପୋର୍ଟ ଅନୁସାରେ, ଆମେରିକାରେ କରୋନା ମୃତ୍ୟୁଜନିତ ମାମଲା ସାଢେ ଚାଲି ଲକ୍ଷ ପାର କରିଛି । ବୁଧବାର ଆମେରିକାରେ ୩୯୧୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ପେଣ୍ଟାଗନ, ସଂକ୍ରମଣ ରୋକିବା ପାଇଁ ଆମେରିକା ରକ୍ଷା ବିଭାଗ ପରିସରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ସୂଚନା ଅନୁସାରେ, ସମୁଦାୟ ୨୨୫୭୫୩ ସଂକ୍ରମଣଜନିତ ମାମଲା ବିଭାଗର କର୍ମଚାରୀଙ୍କ ମଧ୍ୟରେ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ ପରିବାର ସଦସ୍ୟ ଓ କନେକ୍ଟର ବି ସାମିଲ ରହିଛନ୍ତି ।