27.1 C
Bhubaneswar
Monday, July 21, 2025
Homeଦେଶ ବିଦେଶଅଗ୍ରଣୀ ବିଶ୍ୱ ଶକ୍ତି ଭାବରେ ଉଦୀୟମାନ ଭାରତକୁ ଆମେରିକା ସମର୍ଥନ କରେ: ଏରିକ୍ ଗାର୍ସେଟି

ଅଗ୍ରଣୀ ବିଶ୍ୱ ଶକ୍ତି ଭାବରେ ଉଦୀୟମାନ ଭାରତକୁ ଆମେରିକା ସମର୍ଥନ କରେ: ଏରିକ୍ ଗାର୍ସେଟି

ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ଭାରତ ଓ ଆମେରିକା ମଧ୍ୟରେ ସହଭାଗିତା ଅଧିକ ଗଭୀର ହୋଇଛି । ଏକ ଅଗ୍ରଣୀ ବିଶ୍ୱ ଶକ୍ତି ଭାବେ ଉଦୀୟମାନ ଭାରତ ଏବଂ ଭାରତ ଓ ପ୍ରଶାନ୍ତ ମହାସାଗରରେ ମୁକ୍ତ ଓ ଅବାଧ ଯାତାୟାତ ଉପରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରକୁ ଆମେରିକା ସମର୍ଥନ କରେ। ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଭାବେ ୧ ବର୍ଷ ପୂରଣ କରିବା ପରେ ଇଟିଭି ଭାରତକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏପରି କହିଛନ୍ତି ଏରିକ୍ ଗାର୍ସେଟି । ଇଟିଭି ଭାରତର ଚନ୍ଦ୍ରକଳା ଚୌଧୁରୀଙ୍କୁ ଗାର୍ସେଟି ସାକ୍ଷାତକାର ଦେଇ କହିଛନ୍ତି, “ଆମେରିକା ଓ ଭାରତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ଚଳିତ ବର୍ଷ ଇତିହାସ ସୃଷ୍ଟି ହୋଇଛି ଏବଂ ଭାରତ ଜୀବନସାରା ପାଇଁ ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନରେ ରହିବ । ଆମେରିକା ଓ ଭାରତ ମଧ୍ୟରେ ସହଭାଗିତା ପୂର୍ବାପେକ୍ଷା ବର୍ତ୍ତମାନ ଗଭୀର ହୋଇଛି । ଆମେ ବିଶ୍ୱର ଅନେକ ପ୍ରସଙ୍ଗ ଉପରେ ମିଳିତ ଭାବରେ କାର୍ଯ୍ୟ କରୁଛୁ । ଗାର୍ସେଟି ଆହୁରି କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ନିବିଡ଼ ସମ୍ପର୍କ ଅନେକ ଦିଗ ଦ୍ୱାରା ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହ୍ୱାଇଟ ହାଉସ୍ ଗସ୍ତଠୁ ଆରମ୍ଭ କରି ଜି-୨୦ ସମ୍ମିଳନୀ, ବାଣିଜ୍ୟ ବ୍ୟାପାର ସାମିଲ ।

ଆଜି ଭାରତର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ପୂର୍ବାପେକ୍ଷା ଏବେ ଅଧିକ ଆମେରିକା ଗସ୍ତ କରୁଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ଲାଗି ଯାହା ସବୁ କରାଯାଇଛି ସେଥିପାଇଁ ମୁଁ ଉତ୍ସାହିତ । ହେଲେ ଆଗକୁ ଆଉ ଯାହା ସବୁ କରିବାକୁ ଯାଉଛୁ ସେଥିଲାଗି ଜଣେ ରାଷ୍ଟ୍ରଦୂତ ଭାବେ ମୁଁ ଅଧିକ ଉତ୍ସାହିତ । ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଗାର୍ସେଟି କହିଛନ୍ତି, ଆମେରିକା ଓ ଭାରତ ସମ୍ପର୍କ ସମଗ୍ର ବିଶ୍ୱରେ ଅନ୍ୟତମ । ଏକ ଅଗ୍ରଣୀ ବିଶ୍ୱ ଶକ୍ତି ଭାବେ ଉଦୀୟମାନ ଭାରତକୁ ଆମେ ସମର୍ଥନ କରୁ । ଏହାସହିତ ଇଣ୍ଡୋ-ପାସିଫିକରେ ମୁକ୍ତ ଯାତାୟାତ ସୁନିଶ୍ଚିତ କରିବାରେ ଭାରତର ଆଭିମୁଖ୍ୟକୁ ମଧ୍ୟ ଆମେ ସମର୍ଥନ କରୁ ଯାହା ସଂଯୁକ୍ତ, ସମୃଦ୍ଧ, ନିରାପଦ ଏବଂ ସ୍ଥାୟୀ । ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ଆମେ ଦୁଇ ଦେଶ ଏକତ୍ରିତ ହୋଇ କାମ କରୁଛୁ । ଆମେ ଦୁଇ ଦେଶ ଯେତେବେଳେ ଏକାଠି କାମ କରୁ, ସେତେବେଳେ ଆମେ କେବଳ ନିଜ ଦେଶ ଲାଗି ନୁହେଁ, ବରଂ ବିଶ୍ୱ ପାଇଁ ମଧ୍ୟ କାମ କରୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking