କୋରାପୁଟ : ରାଜ୍ୟ ସରକାରଙ୍କ ଶିଶୁ ଓ ଜନନୀ ସୁରକ୍ଷା ନିମନ୍ତେ ଆମ୍ବୁଲାନ୍ସ ସେବାଭଳି ବିଭିନ୍ନ ଯୋଜନା ଗୁଡିକ ରହିଥିଲେ ମଧ୍ୟ ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ର-ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ ତଳଗଲୁର ଗ୍ରାମପଞ୍ଚାୟତ ପଟୁଗୁଡା ଗାଁରେ। ସୂଚନାଯୋଗ୍ୟ କି ପଟୁଗୁଡ଼ା ଗାଁର ସୁନ ମାରି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ସମ୍ପର୍କୀୟ ଭାରରେ ବୋହି ଗାଁ ଠାରୁ ଚିକିଟା ଆମଗୁଡା ପର୍ଯ୍ୟନ୍ତ ଆଣିଥିଲେ ।ସେଠାରୁ ଏକ ଅଟୋ ଯୋଗେ ୨୦୦୦ହଜାର ଟଙ୍କା ଭଡ଼ା ଦେଇ ପଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିବାବେଳେ ପେଟୁ ନିକଟରୁ ଆମ୍ବୁଲାନ୍ସ ଯୋଗେ ଆଣି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ସୁନା ମାରି ଶିଶୁପୁତ୍ର ଓ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ।ବର୍ତ୍ତମାନ ସମସ୍ତ ଶିଶୁ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଚିକିଟି ଆମ୍ବ ଠାରୁ ପଟୁଗୁଡ଼ା ଗାଁକୁ ଆସିବାକୁ ହେଲେ ପ୍ରାୟ ୩କିଲୋମିଟର ନଦୀ ପାହାଡ଼ ଅତିକ୍ରମ କରିବାକୁ ପଡିଥାଏ ବର୍ଷା ଦିନେ ଚାଲିବା ତ କଷ୍ଟକର, ବାଇକ ଓ ଚାରିଚକିଆ ଯାନ ଯିବା ନକହିଲେ ଭଲ । ତେଣୁ ଗ୍ରାମବାସୀ ତୁରନ୍ତ ଏହି ଗ୍ରାମକୁ ରାସ୍ତା ସଂଯୋଗ ନିମନ୍ତେ ସରକାରଙ୍କୁ ଦାବି କରିଛନ୍ତି।ନହେଲେ ସୁନାମାରି ଭଲି ଅବସ୍ଥା ଆଗକୁ ମଧ୍ୟ ଗ୍ରାମର ମହିଳା ମାନେ ଭୋଗିବେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଡନ ସୃଷ୍ଟି କରିଛି।