34.8 C
Bhubaneswar
Tuesday, July 15, 2025
Homeଦେଶ ବିଦେଶହିଟଲରଙ୍କୁ ବି ଲାଗୁଥିଲା ଡର..

ହିଟଲରଙ୍କୁ ବି ଲାଗୁଥିଲା ଡର..

ନୂଆଦିଲ୍ଲୀ : ହିଟଲର ..ଇତିହାସରେ ଏମିତି ଏକ ନାଁ ଯାହାକୁ ଶୁଣିଲେ ଏବେବି ଲୋକ ଙ୍କ ମନରେ ଭୟ ଆସିଯାଉଛି । ଆଜିବି ଲୋକ ମାନେ ଏଡଲଫ୍ ହିଟଲରଙ୍କ ନାଁ କୁ ନେଇ ଆଲୋଚନା କରୁଛନ୍ତି । ଲୋକମାନେ ତାଙ୍କ ବିଷୟରେ ଏବେ ବି ଅନେକ କଥା ଜାଣିବାକୁ ଚାହୁଁଛନ୍ତି । ତେବେ ଏଡଲଫ୍ ହିଟଲରଙ୍କ ବିଷୟରେ ଜଡିତ କିଛି ନୂଆ କଥା ଚାଲନ୍ତୁ ଜାଣିବା । ଏଡଲଫ ହିଟଲରଙ୍କ ଚିକିତ୍ସା ଡ. ନାଜୀ ତାନାଶାହ କରିଥିଲେ । ୨୦୨୨ ଜୁନ ୫ ରେ ଏନଜେଡଜେଡ ସମ୍ବାଦପତ୍ରରେ ହିଟଲରଙ୍କ ବିଷୟରେ ଅନେକ ଘଟଣା ପ୍ରକାଶ ପାଇଥିଲା । ଏବେ ଏହା ଡାକ୍ତରଙ୍କର ବଂଶଜଙ୍କ ପାଖରେ ରହିଛି ।ତେବେ ରିପୋର୍ଟ ଅନୁଯାୟୀ, ଜର୍ମାନୀର କାନ, ନାକ ଏବଂ ଗଳାର ଚିକିତ୍ସା କରୁଥିବା ବିଶେଷଜ୍ଞ ଡକ୍ଟର କାର୍ଲ ଅଟୋ ୱାଇ ଇକେନ ୧୯୩୫ ରୁ ୧୯୪୫ ଯାଏଁ ହିଟଲର ଙ୍କ ଚିକିତ୍ସା କରିଥିଲେ । ଇକେନ ହିଟଲର ଙ୍କ ଚିକିତ୍ସା ସମ୍ବନ୍ଧରେ ନିଜର ଭାଇ ଙ୍କୁ ଏକ ପତ୍ର ଲେଖିଥିଲେ ଯାହାକୁ ରବର୍ଟ ଡୋଏପଜେନ ଖୋଜିଥିଲେ । ରିଚର୍ଡ ଜେ କହିଛନ୍ତି କି , ହିଟଲର ନିଜର ରୋଗକୁ ନେଇ ଚିନ୍ତିତ ଥିଲେ । ୧୯୩୫ ରେ ହିଟଲର କହିଥିଲେ କି ଯଦି ମୋ ସ୍ୱାସ୍ଥ୍ୟ କିଛି ଖରାପ ରହିଛି ତେବେ ମୋତେ ଏନେଇ ଜଣାଇ ଦିଅ , ଏହା ମୋ ପାଇଁ ଜାଣିବା ଜରୁରୀ । ଏହା ଉପରେ ଇକେନ କହିଥିଲେ କି ନିଜ ଗଳାକୁ ଏବେ ଆରାମ ଦିଅ । କିନ୍ତୁ ହିଟଲର ପଲିପ ଙ୍କୁ ହଟାଇବା ପାଇଁ ପ୍ରସ୍ତାବିତ ଅପରେସନ ପାଇଁ ଭାଷଣ ଦେବା ନେଇ ସ୍ଥଗିତ କରିଥିଲେ । ସୂଚନା ଅନୁଯାୟୀ , ଇକେନ କେବେ ବି ହିଟଲର ଙ୍କ ସହ ଖରାପ ବ୍ୟବହାର କରି ନ ଥିଲେ । ଯେତେବେଳେ ରୁଷ କର୍ମକର୍ତ୍ତା ଏ ନେଇ ଇକେନଙ୍କୁ ପଚରାଉଚରା କରିଥିଲେ ସେତେବେଳେ ଇକେନ କହିଥିଲେ କି ମୁଁ ତାଙ୍କର ଡାକ୍ତର ଥିଲି , ହତ୍ୟାକାରୀ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking