କୋଲକାତା : ନୋବେଲ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍ଙ୍କୁ ବିଶ୍ୱଭାରତୀ (ଶାନ୍ତିନିକେତନ) କ୍ୟାମ୍ପସ ଛାଡିବେ ନାହିଁ ବୋଲି ଜଣାପଡିଛି । ଅମର୍ତ୍ତ୍ୟ ବିଶ୍ୱଭାରତୀ କ୍ୟାମ୍ପସରେ ୫୫୦୦ ବର୍ଗଫୁଟ ଜମିକୁ ଜବରଦସ୍ତ ମାଡିବସିଥିବା ଅଭିଯୋଗ କରି ଏହାକୁ ଖାଲି କରିବାକୁ ବିଶ୍ୱଭାରତୀ କର୍ତ୍ତୃପକ୍ଷ ତାଙ୍କୁ ନୋଟିସ ଜାରି କରିଥିଲେ । ତେବେ ବୀରଭୂମ ଜିଲ୍ଲା ଜଜ୍ ସୁଦେଷ୍ଣା ଚାଟାର୍ଜୀ ବୁଧବାର ଏହି ନୋଟିସ ଉପରେ ରହିତାଦେଶ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬କୁ ଧାର୍ଯ୍ୟ କରାଯାଇଛି ବୋଲି ଅମର୍ତ୍ତ୍ୟଙ୍କ ଓକିଲ ସୂଚନା ଦେଇଛନ୍ତି ।