31.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଅମରାବତୀ ଆନ୍ଧ୍ରପ୍ରଦେଶର ଏକ ମାତ୍ର ରାଜଧାନୀ ରହିବ ସ୍ପଷ୍ଟୀକରଣ ଦେଲେ ନାଇଡୁ

ଅମରାବତୀ ଆନ୍ଧ୍ରପ୍ରଦେଶର ଏକ ମାତ୍ର ରାଜଧାନୀ ରହିବ ସ୍ପଷ୍ଟୀକରଣ ଦେଲେ ନାଇଡୁ

ଆନ୍ଧ୍ରପ୍ରଦେଶ : ଆଜି ବିଜୟୱାଡାରେ ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ ବସିଥିଲା। ଏହି ବୈଠକରେ ସହଯୋଗୀ ଦଳ ଜେଡିୟୁ, ବିଜେପି ଓ ଜନସେନାର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ଚନ୍ଦ୍ରବାବୁ ନାଇଡୁଙ୍କୁ ଦଳର ମୁଖ୍ୟ ଭାବେ ନିର୍ବାଚିତ କରାଯାଇଛି। ଆସନ୍ତାକାଲି ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ପୂର୍ବରୁ ସେ ରାଜ୍ୟର ରାଜଧାନୀକୁ ନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି, “ଆନ୍ଧ୍ରପ୍ରଦେଶର ଗୋଟିଏ ରାଜଧାନୀ ରହିବ ତାହା ହେଉଛି ଅମରାବତୀ। ତିନୋଟି ରାଜଧାନୀ ବ୍ୟବସ୍ଥା କରି ଲୋକଙ୍କ ସହ ଖେଳ ଖେଳିପାରିବୁ ନାହିଁ। ଅମରାବତୀ ରାଜ୍ୟର ରାଜଧାନୀ ଏବଂ ବିଶାଖାପାଟନମ୍ ରାଜ୍ୟର ବ୍ୟବସାୟିକ ରାଜଧାନୀ ଭାବେ ବିକଶିତ ହେବ।” ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ରାଜ୍ୟ ରାଜଧାନୀକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶର ଗୋଟିଏ ରାଜଧାନୀ, ଅମରାବତୀ ହିଁ ରାଜଧାନୀ ରହିବ ବୋଲି ବିଧାୟକ ଦଳ ବୈଠକରେ କହିଛନ୍ତି ନାଇଡୁ। ଏଥିସହ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଶେଷ ହେବ ବୋଲି ଚନ୍ଦ୍ରବାବୁ ନାଇଡୁ ପ୍ରତିଶୃତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking