33.1 C
Bhubaneswar
Monday, June 24, 2024
Homeଓଡିଶାଚାଷୀ ଆତ୍ମହତ୍ୟା ଅଭିଯୋଗ

ଚାଷୀ ଆତ୍ମହତ୍ୟା ଅଭିଯୋଗ

ମୟୁରଭଞ୍ଜ:  ପୁଣି ସାମ୍ନାକୁ ଆସିଛି ଚାଷୀ ଆତ୍ମହତ୍ୟା ଭଳି ଅଭିଯୋଗ। କହିବୁ କାହାକୁ ଶୁଣିବ କିଏ କ୍ଷୋଭର ସହ ଅଭିଯୋଗ କରି କହିଛନ୍ତି ସ୍ଥାନୀୟ ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅମର୍ଦା ପଞ୍ଚାୟତ ଗୋଧିମୁହଁ ଗାଁ ରୁ। ଗାଁ ର ରାମକୃଷ୍ଣ ପାତ୍ର ନାମକ ଜଣେ ଚାଷୀ ନିଜ ବିଲରେ ଥିବା ପାଣିପମ୍ପ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ରାମକୃଷ୍ଣ ଗତ ରାତିରେ ନିଜ ବିଲକୁ ପାଣି ମଡାଇବା ପାଇଁ ଆସିଥିଲେ। ଆଜି ସକାଳୁ ଲୋକେ ଏକ ଖୁଣ୍ଟରେ ଝୁଲୁଥିବା ଦେଖିବାକୁ ପାଇ ଘର ଲୋକଙ୍କୁ ଖବର ଦେଇଥିଲେ ।

ତେବେ ରାମକୃଷ୍ଣ କିଛିଦିନ ଧରି ମାନସିକ ଅଶାନ୍ତିରେ ରହୁଥିବା ଗ୍ରାମବାସୀ କହିଛନ୍ତି। ରାମକୃଷ୍ଣ ଚଳିତ ବର୍ଷ ଚାରିଏକର ଜମିରେ ଧାନଚାଷ କରିଥିଲେ। ମାତ୍ର ପୋକ ଉପଦ୍ରବ ଯୋଗୁଁ ଚାଷରେ ବ୍ୟାପକ କ୍ଷତି ହୋଇଥିଲା । ଚାଷକାର୍ଯ୍ୟ ପାଇଁ କିଛିଟଙ୍କା ହାତ ଉଦ୍ଧାର କରିଥିଲା ବେଳେ କୃଷିରୁଣ ମଧ୍ୟ ତାଙ୍କ ନାମରେ ରହିଥିଲା ବୋଲି ପରିବାରବର୍ଗ କହିଛନ୍ତି। ଚାଷ ନଷ୍ଟ ହେବାରୁ ପ୍ରାୟତଃ ମାନସିକ ଅଶାନ୍ତିରେ ରହି ଆସୁଥିବା ବେଳେ ଶେଷରେ ହତାଶ ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବାର ବର୍ଗ ।

ତେବେ ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ପୋଲିସ ପହିଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ପୋଲିସ ତଦନ୍ତ ପରେ ହିଁ ଆତ୍ମହତ୍ୟାର ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।ଅନ୍ୟପଟେ କୃଷି ବିଭାଗ, ଲ୍ୟାମ୍ପସ ଅଧିକାରୀଙ୍କ ସହ ଦଲାଲଙ୍କ ସଲାସୁତୁରା ଯୋଗୁଁ ଅନେକ କ୍ଷେତ୍ରରେ ପ୍ରକୃତ ଚାଷୀ ଉପେକ୍ଷିତ ହେଉଥିବା ବେଳେ ଛଦ୍ମବେଶୀ ଚାଷୀ ସରକାରୀ ଯୋଜନାରେ ଉପକୃତ ହେଉଥିବା ଅଭିଯୋଗ ଚର୍ଚ୍ଚା ହେଉଛି। ଯାହା ଚାଷୀଙ୍କୁ ଅନେକାଂଶରେ ବିଷାଦଗ୍ରସ୍ତ କରି ଦେଉଥିବା ଅଭିଯୋଗ ହେଉଛି। ଏପରି ସ୍ଥଳେ ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking