29.1 C
Bhubaneswar
Wednesday, May 21, 2025
Homeଓଡିଶାକ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ । ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି । କାଲି ରାତି ସାଢେ ୧୦ରେ ପୁଅ ହେଲା ବୋଲି ସୂଚନା ଦେଇଥିଲେ । ମାତ୍ର ଫଟୋ ଉଠାଇବା ବେଳେ ଝିଅ ହୋଇଥିବାର ଦେଖିଲେ । ଡିଏନେଏ ଟେଷ୍ଟ ହେଉ, ରିପୋର୍ଟ ନଆସିବା ଯାଏଁ ମା ଛୁଆଙ୍କୁ ନେବିନି ବୋଲି କହିଛନ୍ତି  ସେହି ବ୍ୟକ୍ତି ଜଣଙ୍କ ।

ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି ଜଣକ । ଅଭିଯୋଗକୁ ଗ୍ରୟଣ କରି ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ଦ୍ଦେଶକ । ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତଦନ୍ତ କରିବ ବୋଲି କହିଛନ୍ତି ନିର୍ଦ୍ଦେଶକ । ଦରକାର ପଡିଲେ ଡିଲନେଏ ଟେଷ୍ଟ କରାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking