ଭୁବନେଶ୍ୱର : ଡ୍ରାଇଭର ଅନ୍ୟମନସ୍କ ହେଲେ କିମ୍ବା ଆଖି ଲାଖିଗଲେ ବାଜିବ ସାଇରନ । ରୋଡ ହିପ୍ନୋଟିଜମକୁ ମଧ୍ୟ ଏଡାଇବ ଡିଭାଇସ । କମିବ ଦୁର୍ଘଟଣା । ଆଇଆଇଟି ମାଡ୍ରାସ ସହ ଅନ୍ୟ ମାନଙ୍କ ସାଙ୍ଗରେ ଚୁକ୍ତି ହୋଇଛି । ମଦ ପିଇ ଗାଡି ଚଳାଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ । ଯାହା ଡ୍ରାଇଭରକୁ ସଚେତନ କରାଇବ । ଜାତୀୟ ସଡକ ସୁରକ୍ଷା ମାସ ପାଳନରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଏହି ଅବସରରେ ଓଡିଶା ଯାତ୍ରୀ ଆପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଲା ଉବେର ସବୁ କମର୍ସିଆଲ ବେସିସ । ଅର୍ଥାତ ମିଡିଲ ମ୍ୟାନ ଲାଭବାନ ହେବ । ଡ୍ରାଇଭର ମାନଙ୍କ ଠାରୁ କମିଶନ ନେଉଛି କମ୍ପାନୀ । ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ସହେଯାଗରେ ଏହି ଆପ କରାଯାଇଛି । ଏହି ଯାତ୍ରୀ ଆପ ପ୍ରଭାସୀ ଭାରତୀୟ ଦିବସରେ ମଧ୍ୟ ଲାଗିବ । ଏହା ଦ୍ୱାରା ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ ।