28.1 C
Bhubaneswar
Monday, May 19, 2025
Homeଓଡିଶାଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ

ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ । ଏ ନେଇ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦାବି ପୂରରଣ ନହେବାରୁ ୪ଦିନ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପାର୍କିଂ, ଡ୍ରେନ୍‌ଜ୍ ବ୍ୟବସ୍ଥା ଓ ଜବରଦଖଲ ଉଚ୍ଛେଦ ପାଇଁ ଦାବି କରାଯାଇଛି ।  ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ ଯାତାୟାତରେ ହଇରାଣ ହେଉଛନ୍ତି। ଏହାକୁ ନେଇ ଗୁରୁବାର ଉଭୟ ପକ୍ଷ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ଏବଂ ପରେ ଘଟଣା ଥାନାକୁ ଯାଇଥିଲା। ତେବେ ସେଠାରେ କୌଣସି ସମାଧାନ ହୋଇପାରି ନ ଥିବାବେଳେ ଉକ୍ତ ଘଟଣା ପ୍ରତିବାଦରେ ଆସୋସିଏଶନ୍‌ ପକ୍ଷରୁ ୧ନମ୍ବର ମାର୍କେଟକୁ ୪ଦିନ ଯାଏଁ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking