29.4 C
Bhubaneswar
Saturday, May 4, 2024
Homeଓଡିଶା୬ରୁ ସବୁ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଖୋଲିବ

୬ରୁ ସବୁ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଖୋଲିବ

ଭୁବନେଶ୍ୱର: ସେପ୍ଟେମ୍ୱର ୬ରୁ ରାଜ୍ୟର ସମସ୍ତ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଖୋଲିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ସମସ୍ତ ଆଇଟିଆଇ, ପଲିଟେକନିକ୍ ଓ ଡିପ୍ଲୋମା ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ତେବେ ଶିକ୍ଷାକୁଷ୍ଠାନ ଖୋଲିବା ପୂର୍ବରୁ ସେପ୍ଟେମ୍ୱର ୫ରେ ସମସ୍ତ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡିକର ହଷ୍ଟେଲ ଖୋଲିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଏନେଇ ବିଜୁ ପଟ୍ଟନୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର କୁଳପତି, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌) କୁଳପତି, ବୈଷୟିକ ଶିକ୍ଷା ଓ ତାଲିମ  ନିର୍ଦ୍ଦେଶକ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନର ଉପାଧ୍ୟକ୍ଷ, ଆଇଜିଆଇଟି ସରାଙ୍ଗର ନିର୍ଦ୍ଦେଶକ, ସିଇଟି/ପିଏମଇସି/ଜିସିଇ କଳାହାଣ୍ଡି/ଜିସିଇ କେନ୍ଦୁଝର/ଆଇଏମଆଇଟି କଟକ/ସିଆଇଏମଇ ଭୁବନେଶ୍ୱରର ଅଧ୍ୟକ୍ଷ, ସମସ୍ତ ସରକାରୀ ପଲିଟେକନିକ୍ ଓ ଆଇଟିଆଇର ଅଧ୍ୟକ୍ଷ ପ୍ରମୁଖଙ୍କୁ ବିଭାଗ ଚିଠି ଲେଖି ଅବଗତ କରିଛି । ସମସ୍ତ ସିମେଷ୍ଟରର ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କରୋନା ମାର୍ଗ ଦର୍ଶିକାର କଡ଼ାକଡ଼ି ପାଳନ ପାଇଁ ବିଭାଗ କହିଛି । ସେହିପରି ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ କ୍ଲାସର ରେକର୍ଡିଂ କରି ପଠାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking