39.1 C
Bhubaneswar
Tuesday, April 23, 2024
Homeଓଡିଶାରଘୁନାଥପୁର ହତ୍ୟା ଘଟଣା : ତାତିଲେ ଲୋକେ, ଭାଙ୍ଗିଲେ ଦୋକାନ

ରଘୁନାଥପୁର ହତ୍ୟା ଘଟଣା : ତାତିଲେ ଲୋକେ, ଭାଙ୍ଗିଲେ ଦୋକାନ

ଭୁବନେଶ୍ୱର:  ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥପୁର ସନାତନ ରାଉତରାୟଙ୍କୁ ହତ୍ୟା ଘଟଣାକୁ ନେଇ ସ୍ଥାନୀୟଲୋକେ ଉତ୍ତେଜିତ ହୋଇଛନ୍ତି । ହତ୍ୟାକାରୀ ପରିବାରର ଜଣେ ବୃଦ୍ଧାମହିଳା ମଙ୍ଗଳବାର ମଦ ବିକ୍ରି କରୁଥିବାବେଳେ ସ୍ଥାନୀୟଲୋକେ ଦୋକାନରେ ପଶି ଭଙ୍ଗାରୁଜା କରିଛନ୍ତି । ଖାଲି ଦୋକାନ ନୁହେଁ, ହତ୍ୟାକାରୀ ଘରେ ପଶି ମଧ୍ୟ ଆସବାବପତ୍ର ଫିଙ୍ଗାଫୋପଡ଼ା କରାଯାଇଛି । ଯାହାଫଳରେ ୨ରୁ ୩ଘଣ୍ଟା ଧରି ରଘୁନାଥପୁରରେ ଉତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଏମିତିକି ପୁଲିସକୁ ଦେଖି କେତେକ ଲୋକ ଛତ୍ରଭଙ୍ଗ ଦେଇଥିଲେ । ଏସମ୍ପର୍କରେ ଜୋନ୍ ଏସିପି ଭରତ ସାହୁ କହିଛନ୍ତି ଯେ, ଭଙ୍ଗାରୁଜା କରିିଥିବା ମହିଳା ହୁଅନ୍ତୁ କି ପୁରୁଷ କାହାରିକୁ ଛଡାଯିବ ନାହିଁ । ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବ ।

ଅନ୍ୟପକ୍ଷେ ଫେରାର ହତ୍ୟାକାରୀ ରାଜା ରଣସିଂହ ଓ ତା’ର ମା’କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ରବିବାର ସନାତନ ଜଣେ ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ । ଖାଇପିଇ ସାରି ରାତି ପ୍ରାୟ ୧୨ଟା ସମୟରେ ସେ ୩ଜଣ ସାଙ୍ଗଙ୍କ ସହ ଚାଲିଚାଲି ଘରକୁ ଫେରୁଥିଲେ । ଏହି ସମୟରେ ଅଭିଯୁକ୍ତ ରାଜା ରଣସିଂହ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଜୋର୍‌ସେ ଚିଲାଇ ଗାଳିଗୁଲଜ କରୁଥିଲା । ସାହିରେ କିଏ ଗାଳି କରୁଛି ବୋଲି ସନାତନ ପଚାରିବାରୁ ରାଜା ତାଙ୍କ ସହ ଯୁକ୍ତି କରିଥିଲା । ଏମିତିକି ତୁ ପଚାରିବାକୁ କିଏ ବୋଲି କହିଥିଲା । ଏହି କଥାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ପରେ ରାଜା ମାରିବାକୁ ଧମକ ଦେଇ ଘର ଭିତରକୁ ଛୁରା ଆଣିବାକୁ ଯାଇଥିଲା । ଏହାପରେ ସନାତନ ତାଙ୍କ ଘରକୁ ଯିବାକୁ ବାହାରିଥିଲେ । ଏତିକିବେଳେ ରାଜା ରଣସିଂହର ମାଉସୀ ବାଳା, ମଉସା ବାୟା, ଓ ସୁଭଦ୍ରା ଓ ଭାଇ ରାଜା ପ୍ରଧାନ ସନାତନ ପାଖକୁ ଯାଇ ତାକୁ କାବୁ କରିନେଇଥିଲେ । ପରେ ରାଜା ରଣସିଂହ ଏକ ଛୁରାରେ ସନାତନର ଛାତି, ପେଟ୍ ଓ ମୁଣ୍ଡକୁ ଭୂଷି ଚାଲିଥିଲା । ପରେ ହସ୍ପିଟାଲ ଯିବା ବାଟରେ ସନାତନଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସମ୍ପୃୃକ୍ତ ଥିବା ୨ଜଣ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ରାଜା ରଣସିଂହ ଫେରାର୍ ହୋଇଯାଇଛି । ତାକୁ ଧରିବା ପାଇଁ ପୁଲିସ ଟିମ୍ ଚଢ଼ାଉ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking