ଭୁବନେଶ୍ୱର : ମାର୍ଚ୍ଚ ୨୮ – ୨୯ ରେ ସର୍ବଭାରତୀୟ ଶ୍ରମିକ ଧର୍ମଘଟକୁ ସଫଳ କରିବା ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତାମାନେ ପ୍ରକାଶ କରିଛନ୍ତି । ଦୀର୍ଘ ଦୁଇ ବର୍ଷଧରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯାଇ ବିଭିନ୍ନ ସମୟରେ ଧାରଣ, ଧର୍ମଘଟ, ପ୍ରତିକଧର୍ମଘଟ କଲାପରେ ମଧ୍ୟ ସରକାରଙ୍କ ତରଫରୁ ଶ୍ରମିକ ୟୁନିଅନମାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ କୌଣସି ପଦକ୍ଷେପ ନନେବା ଫଳରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଏହି ଧର୍ମଘଟର ଆହ୍ୱାନ ଦିଆଯାଇଛି । ଆମ ଦେଶରେ ପ୍ରଚଳିତ ବାର୍ଷିକ ଜାତୀୟ ଶ୍ରମ ସମ୍ମିଳନୀ ଓ ଶ୍ରମ ଷ୍ଟାଣ୍ଡିଙ୍ଗ କମିଟି ଦୀର୍ଘ ଦିନ ଧରି କରାଯାଉନାହିଁ । କେନ୍ଦ୍ର ଓ ରାଜ୍ୟ ସ୍ତରରେ ତ୍ରୀପାକ୍ଷିକ କମିଟିଗୁଡ଼ିକ ବସୁ ନଥିବାରୁ ଗୁରୁତ୍ୱପୁର୍ଣ୍ଣ ସମସ୍ୟା ଗୁଡ଼ିକ ଆଲୋଚନା ମାଧ୍ୟମରେ ସମାଧାନ କରିବାରେ ସୁଯୋଗ ନାହିଁ । ୪ଟି ଶ୍ରମ କୋର୍ଡ଼କୁ ବାତିଲ, ବ୍ୟାପକ ଶ୍ରମିକ ଛଟେଇ, ରାଷ୍ଟ୍ରାୟତ ଉଦ୍ୟୋଗର ବ୍ୟାପକ ଘରୋଇକରଣକୁ ବନ୍ଦ କରିବା ଲାଗି ଏପରି ପ୍ରତିବାଦ ସ୍ୱରୁପ ମାର୍ଚ୍ଚ ୨୮-୨୯ ରେ ସାଧାରଣ ଧର୍ମଘଟ ଆହ୍ୱାନ କରାଯାଇଛି । ଏହି ପରିପ୍ରେକ୍ଷିରେ ସାରା ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀ ମାନଙ୍କ ମନରେ ସଚେତନତା ସୃଷ୍ଟି କରି ଉକ୍ତ ଧର୍ମଘଟକୁ ସଫଳ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଆସନ୍ତା ମାର୍ଚ୍ଚ ୨୦ ତାରିଖ ଭିତରେ ଜିଲ୍ଲା ସମ୍ମିଳନୀ କରିବା ଲାଗି ପ୍ରସ୍ତାବ ଦିଆଯାଇଛି । ଉକ୍ତ ଧର୍ମଘଟକୁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ସଫଳ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସାଧାରଣ ସଂପାଦକ – କିଶୋର ଜେନା, ଉପସଭାପତି-ମଦନ ମୋହନ ଧଳ, ଏ.ଆଇ.ଟି.ୟୁ.ସିର ନେତା-ନାରାୟଣ ରେଡ୍ଡି ଓ ରାମକୃଷ୍ଣ ପଣ୍ଡା, ଏଚ୍.ଏମ୍.ଏସ୍ର ନେତା – କୃଷ୍ଣଚନ୍ଦ୍ର ପାତ୍ର, ଯୁଗଳ ନାଏକ, ସି.ଆଇ.ଟି.ୟୁର ନେତା – ଦୁଷ୍ମନ୍ତ ଦାସ, ଜନାର୍ଦ୍ଦନ ପତି, ଏ.ଆଇ.ୟୁ.ଟି.ୟୁ.ସିର ନେତା-ନିରଞ୍ଜନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା, ଏ.ଆଇ.ସି.ସି.ଟି.ୟୁର ନେତା – ରାଧାକାନ୍ତ ସେଠି ଓ ମହେନ୍ଦ୍ର ପରିଡ଼ା, ଟି.ୟୁ.ସି.ସିର ନେତା – ଜ୍ୟୋତିରଞ୍ଜନ ମହାପାତ୍ର, ଏଲ୍.ପି.ଏଫର -ବିରେନ୍ଦ୍ର ପ୍ରତାପ ଦାସ ଓ ସେୱାର ପରିଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଦାବୀ ସମୂହ
୧. ୪ଟି ଶ୍ରମ କୋର୍ଡ଼ ଓ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ୍ ବାତିଲ୍ ।
୨. ଘରୋଇକରଣ ବନ୍ଦ କରିବା ସହ ଜାତୀୟ ସଂପଦ ମୁଦ୍ରାକରଣ ଯୋଜନା (ଏମ୍.ଏନ୍.ପି) ବାତିଲ ।
୩. ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ଧାର୍ଯ୍ୟ କରାଯାଉ । ଆୟକର ପ୍ରଦାନ ବାହାରେ ଥିବା ପରିବାରକୁ
ମାସିକ ୭୫୦୦ ଟଙ୍କା ସହ ଖାଦ୍ୟ ସହାୟତା ପ୍ରଦାନ ।
୪. ଅଙ୍ଗନୱାଡ଼ି, ଆଶା, ପାଚିକା ଭଳି ସ୍ମିମ୍ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ, ଶ୍ରମିକର ମାନ୍ୟତା ସହ ସାମାଜିକ
ସୁରକ୍ଷା ପ୍ରଦାନ ।
୫. କୋଭିଡ଼୍ ମହାମାରୀ ସମୟରେ ଆଗ ଧାଡ଼ିର ଶ୍ରମିକମାନଙ୍କୁ ସୁରକ୍ଷା ଓ ସୁବିଧା ସହ ବୀମା ବ୍ୟବସ୍ଥା ।
୬. ଠିକା, ସ୍କିମ୍ ଶ୍ରମିକ ମାନଙ୍କୁ ସ୍ଥାୟୀ କରିବା ଏବଂ ସମସ୍ତଙ୍କ ପାଇଁ ‘ସମାନ କାମକୁ ସାମନ ମଜୁରୀ’ ନୀତି ଲାଗୁ କରିବା ।