25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶରାଜନୀତିରେ ଯୋଗ ଦେବେ ଅକ୍ଷରା ସିଂ; ଜାଣନ୍ତୁ କେଉଁ ପାର୍ଟିରେ ଯୋଗଦେବା ନେଇ କଲେ ଖୁଲାସା

ରାଜନୀତିରେ ଯୋଗ ଦେବେ ଅକ୍ଷରା ସିଂ; ଜାଣନ୍ତୁ କେଉଁ ପାର୍ଟିରେ ଯୋଗଦେବା ନେଇ କଲେ ଖୁଲାସା

ବ୍ୟୁରୋ : ଭୋଜପୁରୀ ଅଭିନେତ୍ରୀ ତଥା ଗାୟୀକା ଅକ୍ଷରା ସିଂ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି କି, ଖୁବଶୀଘ୍ର ସେ ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି । ଏ ଖବର ଆସିବା ପରେ ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିଜରେ ଚର୍ଚ୍ଚା ଜୋର ଧରିଛି । ନିଜର ମଧୁର ସ୍ୱର ଓ ଅଭିନୟ ପାଇଁ ଚର୍ଚ୍ଚାରେ ଥିବା ଅକ୍ଷରାଙ୍କୁ ଏବେ ରାଜନୀତି ମଞ୍ଚରେ ଦେଖିବାକୁ ମିଳିବ । ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ପାର୍ଟିରେ ଯୋଗଦେବା ପୂର୍ବରୁ ଅକ୍ଷରା ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଅକ୍ଷରାଙ୍କ ପିତା ଇନ୍ଦ୍ରଜିତ ସିଂ କହିଛନ୍ତି କି, ଜନ ସ୍ୱରାଜ ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ଅଭିଯାନ । ଦେଶ ଓ ବିହାର ପାଇଁ କିଛି କରିବାକୁ ଏହି ପାର୍ଟିର ଲକ୍ଷ୍ୟ । ମୋ ଝିଅ ଏହି ପାର୍ଟିରେ ଯୋଗ ଦେବାକୁ ଯାଉଥିବାରୁ ମୁଁ ଗର୍ବିତ ବୋଲି ସେ କହିଛନ୍ତି । ଏହାସହ ଅକ୍ଷରାଙ୍କ ସମର୍ଥନରେ ପୂରା ପରିବାର ଥିବା କଥା ସେ ସ୍ପଷ୍ଟ କରିଛନ୍ତି । ଭୋଜପୁରୀ ଇଣ୍ଡଷ୍ଟ୍ରିଜରେ ଅକ୍ଷରା ପ୍ରଥମ ନୁହଁନ୍ତି ଯେ କି, ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ପବନ ସିଂ ମଧ୍ୟ ରାଜନୀତିରେ ଯୋଗ ଦେବାକୁ ଯାଉଥିବା ସୂଚନା ଦେଇଛନ୍ତି । ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ କି ମୁଁ ନିର୍ବାଚନ ଲଢିବାକୁ ଅନେକ ବସିଛି, ହେଲେ ସୁଯୋଗ ମିଳିଲେ ତୁରନ୍ତ ଆଗକୁ ଆସିବି । ଏହାସହ ସେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking