25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅଖିଳେଶଙ୍କୁ ଆହ୍ଲାବାଦ ହାଇକୋର୍ଟରେ ଆଶ୍ୱସ୍ତି

ଅଖିଳେଶଙ୍କୁ ଆହ୍ଲାବାଦ ହାଇକୋର୍ଟରେ ଆଶ୍ୱସ୍ତି

ପ୍ରୟାଗରାଜ: ୨୦୨୨ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ଗୌତମ ବୁଦ୍ଧ ନଗରର ଏକ ଅଦାଲତରେ ରାଷ୍ଟ୍ରୀୟ ଜନତା ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ ଏହି ମାମଲା ଦାଏର କରିଥିଲେ ।

ତେବେ ଆହ୍ଲାବାଦ ହାଇକୋର୍ଟ ବୁଧବାର ଏହାର ଶୁଣାଣି କରି ଅଖିଳେଶଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୧କୁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking