29.1 C
Bhubaneswar
Saturday, September 7, 2024
Homeଓଡିଶାବିଜେପିରେ ମିଶିଲେ ଆକାଶ ଦାସ ନାୟକ

ବିଜେପିରେ ମିଶିଲେ ଆକାଶ ଦାସ ନାୟକ

ଭୁବନେଶ୍ୱର : ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଆକାଶ ଦାସ ନାୟକ। ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍‌ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କ ସହ ବହୁ କର୍ମୀ ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଆକାଶ ଯାଜପୁର ଜିଲ୍ଲା କୋରେଇ ବିଧାୟକ ହୋଇଥିଲେ।

କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ତାଙ୍କ ସ୍ଥାନରେ ଦଳ ଅଶୋକ କୁମାର ବଳଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବିଜୟ ହୋଇଥିଲେ। ୨୦୨୪ ମସିହାରେ ଆକାଶ ଟିକେଟ ପାଇବା ପାଇଁ ଆଶାୟୀ କରିଥିଲେ। ଟିକେଟ ପାଇବା ଆଶାରେ ନବୀନ ନିବାସ ଯାଇଥିଲେ। ହେଲେ ସେ ନିରାଶ ହୋଇ ଫେରିଥିଲେ। ତା’ପରେ ସେ ବିଜେଡି ଛାଡ଼ିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking