31.1 C
Bhubaneswar
Sunday, June 23, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଆଘାତ
କେବଳ କଷ୍ଟ ଦିଏ ନାହିଁ
ଜଣକୁ ବି ବଦଳେଇ ଦିଏ,,,,,,।
ଆନ୍ତରିକତାରେ ଟିକିଏ ପ୍ରଶଂସା ବାଣ୍ଟୁଥିବା ଓ ସ୍ୱଇଚ୍ଛାରେ ଟିକିଏ ଉତ୍ସାହ ଅପରକୁ ଦେଉଥିବା ବ୍ୟକ୍ତି ବାସ୍ତବରେ ବଡ଼ ବଦାନ୍ୟ,ଏସବୁ ଦେଇ ବି ସେ ଅହିଂସା ଓ ଉଦାରତାରେ କୁବେର ହୋଇଯାଏ ମାତ୍ର ହିଂସା ଓ ଇର୍ଷାରେ ଦରିଦ୍ର ଆଉ ଶ୍ରେଷ୍ଠ କୃପଣ ହୋଇଯାଏ।

ପୃଥିବୀ ପୃଷ୍ଠରେ ପ୍ରଥମ ଆଲୋକ ଯାହା ପାଇଁ ଆମେ ଦେଖୁଛୁ, ମନର ଆବେଗ ନ କହିବା ଆଗରୁ ମନ କଥା ଯିଏ ବୁଝିଥାଏ, ପାଦରେ କଣ୍ଟା ଫୁଟିଗଲେ ଯାହାର ଛାତିରୁ ରକ୍ତ ଝରିଯାଏ, ଯିଏ ସବୁ ଅଳି ଅର୍ଦ୍ଦଳିକୁ ସହିଯାଏ, ଯିଏ ସବୁ ଆଶା ଅଭିଳାଷକୁ ପୁରଣ କରେ ଭାଗବାନଙ୍କ ବିଚିତ୍ରଲୀଳା ତାଙ୍କୁ ପିତାମାତା ରୂପେ ଉପହାର ଦେଇଛନ୍ତି ।*

ମୂଲ୍ୟଟା ସମସ୍ତେ ବୁଝିପାରନ୍ତି କିନ୍ତୁ ହରେଇ ସାରିବା ପରେ ।

Friendship ରେ କିଛି ରୁଲ ନାହିଁ ଆଉ ଏହାକୁ ଶିଖିବାରେ କୋଣସି
School ନଥାଏ …….

ନିଜର ପାପର ଦଣ୍ଡରୁ ତ ଗଙ୍ଗା ପୁତ୍ର ପିତାମହ ଭୀଷ୍ମ ବି ମୁକ୍ତି ପାଇ ନଥିଲେ….

ଆଉ ମଣିଷ ଭାବୁଛି ଗଙ୍ଗାରେ ବୁଡ ପକାଇଲେ ପାପରୁ ମୁକ୍ତି ପାଇ ଯିବ….

ସଂସାରରେ ଛୁଞ୍ଚି ଭଲି ରୁହନ୍ତୁ, କଇଁଚି ଭଲି ନୁହେଁ….

କାରଣ

ଛୁଞ୍ଚି ଦୁଇଟା ଜିନିଷକୁ ଗୋଟିଏ କରିଥାଏ, କିନ୍ତୁ କଇଁଚି ଗୋଟିଏ ଜିନିଷକୁ ଦୁଇଟା କରିଦିଏ….

ଅଦ୍ଯ ମିଥୁନ ଦି୨ନ, ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦ୫୮।୪୫ ରାଘ୪।୪୧,ହସ୍ତା ଦ୧୬।୪୧ ଦିଘ୧୧।୫୨,କନ୍ୟା ଚନ୍ଦ୍ର ଦ୪୯ ।୫୬ରାଘ୧।୧୦।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମିଥୁନ ଦ୦/୦୫/୪୦ ଇଂଘ ୫/୧୧/୨୦ ଗତେ ଉଦୟ।
ଧନୁ ଦ୦/୧୫/୨୦ ଇଂଘ ୬/୨୨/୨୩ ଗତେ ଅସ୍ତ ।

ଯୋଗିନୀ ଉତ୍ତରେ । ରାତ୍ରି ଘ୪ ।୪୧ ଗତେ ଅଗ୍ନିକୋଣେ । ଯାତ୍ରା ଶୁଭ । ଅଦ୍ୟ ଦେବତା ଗଠନ ନୌକା ଗଠନ ଓ ଚାଳନ । ବାଣିଜ୍ୟକରଣ, ଔଷଧି କରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି । ଦିବା ଘ୧୧।୫୨ ଗତେ ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବାଭାଦ୍ର ରେବତୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଏ ନକ୍ଷତ୍ରମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧।୧୦ ଗତେ ତୁଳା ଧନୁ ମକର କୁମ୍ଭ ମେଷ ବୃଷ ମିଥୁନ ସିଂହ କନ୍ୟା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତବାର । ଦିବା ଘ୧୦ ।୯ ଗତେ ଘ୧ ।୨୭ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧ ।୮ ଗତେ ଘ୨ ।୨୯ ମଧ୍ୟେ କାଳରାତ୍ରି । ମୃତେ ପାଦଦୋଷ । ଫଳଂ କୃଷିହାନି, ଭୂମିଦାନ ।ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କଳମ୍ବୀ (କଳମଶାଗ) ଭକ୍ଷଣ ନିଷେଧ ।

(ଅମୃତ)- ଦିବା ଘ୬।୪୮ ଗତେ ଘ୯ ।୧୨ ମଧ୍ୟେ ଘ୧୧ ।୩୬ ଗତେ ଘ୨।୦ ମଧ୍ୟେ ରାତ୍ରି ଘ୭ ।୫୯ ମଧ୍ୟେ ଘ୧୧।୧୧ ଗତେ ଘ୧।୩୫ ମଧ୍ୟେ । (ମାହେନ୍ଦ୍ର)- ଦିବା ଘ୩।୩୬ ଗତେ ଘ୪।୨୪ ମଧ୍ୟେ ।

ମେଷ:
ଆଗକୁ ବଢ଼ିବା ପାଇଁ ଦିନଟି ଉତ୍ତମ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଘରେ ସିନେମା ଦେଖିବାର ଯୋଜନା କରିବେ।*

ବୃଷ:
ନୂଆ କାମ ଆରମ୍ଭ କରିବା ପାଇଁ ଧ୍ୟାନ କେନ୍ଦ୍ରୀତ କରନ୍ତୁ। ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।*

ମିଥୁନ:
ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିପାରେ। କାମ ବୃଦ୍ଧି ହେତୁ ଧନଲାଭର ସମ୍ଭାବନା ସୃଷ୍ଟି ହେବ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।*

କର୍କଟ:
ଠିକ୍ ଭାବରେ କାମ କଲେ ଯାଇ ଆପଣଙ୍କୁ ସଫଳତା ମିଳିବ। ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ନବ ବିବାହିତଙ୍କ ଲାଗି ଦିନଟି ଭଲ ରହିବ।*

ସିଂହ:
ପରିବାର ଓ ବନ୍ଧୁ ସହିତ ତାଳମେଳ ବଜାୟ ରହିବ। ଅଫିସରେ ଲୋକେ ଆପଣଙ୍କ କାମର ଖୁବ୍ ପ୍ରଶଂସା କରିବେ। ନିଜର ଓଜନ ପ୍ରତି ଧ୍ୟାନ ଦିଅନ୍ତୁ।*

କନ୍ୟା:
କଥା କହିବା କୌଶଳ ଦ୍ବାରା ଲୋକମାନଙ୍କୁ ନିଜ କଥା ବୁଝାଇବାରେ ସକ୍ଷମ ହେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ।*

ତୁଳା:
ଭାବିଥିବା କାମ କାହାରି ସାହାଯ୍ୟରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।*

ବିଛା:
ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନିତ ଲୋକଙ୍କ ସହିତ କଥା ହେବାର ମଉକା ପାଇପାରନ୍ତି। ଜୀବନସାଥୀଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତି ସୁଧୁରିବ।*

ଧନୁ:
ଭଲଭାବେ କାମ କରିବା ଲାଗି ଦିନଟି ଉତ୍ତମ। କୌଣସି ମଞ୍ଚରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଫଳତା ପାଇବେ।*

ମକର:
ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ଉପହାର ଦେଇପାରନ୍ତି। ପ୍ରେମୀଯୁଗଳଙ୍କ ମଧ୍ୟରେ ମଧୁରତା ବଢ଼ିବ। ଛାତ୍ରଙ୍କ ଲାଗି ଦିନଟି ଭଲ।*

କୁମ୍ଭ:
ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ନୂଆ କାମ କରିବାକୁ ଅତି ଉତ୍ସୁକ ଥିଲେ ନୂଆ କଳା କୌଶଳ ଶିଖିବାକୁ ପ୍ରୟାସ କରନ୍ତୁ। ପ୍ରେମରେ ସଫଳତା ପାଇବେ।*

ମୀନ:
ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking