* ମହାଶିକ୍ଷା ଦିଏ କାଲି ଶବ୍ଦଟିଏ*
ଭୁଲକୁ ସୁଧାରି ଥାଏ,
ଜଗାଇ ଚେତନା ମଣିଷ ପ୍ରାଣରେ
ଆଗକୁ ବାଟ କଢାଏ ।
କାହାକୁ ବଦନାମ କରି ଖୁସି ହେବା ଉଚିତ୍ ନୁହେଁ କାହିଁକି ନା ସେ ଖୁସି ଭବିଷ୍ୟତରେ ଆମ ଦୁଃଖର କାରଣ ହୋଇ ନ ଯାଉ । କଥାରେ ଅଛି ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।
ଛୋଟ ଛୋଟ ଭୁଲ୍ ଠାରୁ ବଞ୍ଚିବାକୁ ପ୍ରୟାସ କର କାହିଁକି ନା ମନୁଷ୍ୟ ବଡ଼ ବଡ଼ ପାହାଡ଼ରୁ ନୁହେଁ ବରଂ ଛୋଟ ଛୋଟ ପଥର କାରଣରୁ ତଳେ ପଡ଼ିଥାଏ ।
କିଏ ଖରାପ୍ କିଏ ଭଲ ଏ ସବୁ ଆମ ମନ ଉପରେ Depend କରେ, ଆମେ ଯାହାକୁ ଭଲ ପାଉ ତା’ର Demerits ଦେଖୁନା ଆଉ ଯାହାକୁ ଘୃଣା କରୁ ତା’ର Merits ଦେଖୁନା ।ପରିବାରକୁ ଛାଡ଼ି ରହିବା କେତେ କଷ୍ଟ କେବଳ ସେଇ ମଣିଷ ହିଁ ଜାଣି ପାରିଥାଏ ଯିଏ ପରିବାରଙ୍କ ପେଟରେ ଦିମୁଠା ଅର୍ଣ୍ଣ ଦେବା ପାଇଁ ପରିବାର ଠାରୁ ଦୂରେଇ ରହିଥାଏ….
ଓଶ୍ରୀ ଜଗନ୍ନାଥ ଶରଣଂ*
ଅଦ୍ୟ ମଇ ମାସ ୧୭ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ବୈଶାଖମାସ- ଶୁକ୍ଳପକ୍ଷ
ତିଥି- ନବମୀ ଦିବା ଘ୦୮/୪୮ ଗତେ ଦଶମୀ
ନକ୍ଷତ୍ର- ପୁର୍ବା ଫା ରାତ୍ରି ଘ୦୯/୫୯ ଗତେ ଉତ୍ତରା ଫା
ଚନ୍ଦ୍ର- ସିଂହ
ଯୋଗ- ବ୍ୟାଘାତ
କରଣ – କୌଳଵ
ସୌରମାସ- ବୃଷ ୦୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୪୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୨୭
*✧═════•❁❀
ଯୋଗିନୀ ପୂର୍ବେ ଦିବା ଘ୦୮/୪୮ ଗତେ ପୂର୍ବେ
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶିର ଘାତଚନ୍ଦ୍ର
ବିଛା ,ଧନୁ ଓ ମୀନ ରାଶି ର ଘାତବାର
ଅଦ୍ୟ ମୃତେ ରାତ୍ରି ଘ ୦୯/୫୯ ଗତେ ଏକପାଦ ପୁଷ୍କରଦୋଷ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୦୮/୨୭ ଗତେ ଘ୧୧/୪୨ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୪୩ ଗତେ ଘ୦୫/୧୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୦୬/୫୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ
✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।*
✧═════•❁❀❁•═════✧
ବୃଷ
ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।*
✧═════•❁❀❁•═════✧
ମିଥୁନ
ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।*
✧═════•❁❀❁•═════✧
କର୍କଟ
କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।*
✧═════•❁❀❁•═════✧
ସିଂହ
ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।*
✧═════•❁❀❁•═════✧
କନ୍ୟା
: ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।*
✧═════•❁❀❁•═════✧
ତୁଳା।
ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।*
✧═════•❁❀❁•═════✧
ବିଛା :
ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।*
✧═════•❁❀❁•═════✧
ଧନୁ
: ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।*
✧═════•❁❀❁•═════✧
ମକର
: ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।*
✧═════•❁❀❁•═════✧
କୁମ୍ଭ
: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।*
✧═════•❁❀❁•═════✧
ମୀନ
: ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।