ନିଜକୁ ସଚ୍ଚୋଟ୍ ବନାଇବା ଆଶାରେ ନିଜ ଜୀବନ ନଷ୍ଟ କର ନାହିଁ, ଆବଶ୍ୟକତାଠାରୁ ଅଧିକ ସଚ୍ଚୋଟ୍ ରହିଲେ ଲୋକେ ଲେମ୍ବୁ ପରି ଚିପୁଡି ଦିଅନ୍ତି, ଶେଷରେ ଲେମ୍ବୁ ଚୋପାପରି ଅାପଣ ବି ପିତା ହୋଇଯିବେ ।।
ଦୁଃଖ ସହିଲା ବାଲା ଆଗକୁ ସୁଖରେ ରହିପାରେ କିନ୍ତୁ ଯିଏ ଅନ୍ୟକୁ ଦୁଃଖ ଦିଏ ସିଏ ଜୀବନରେ କେବେ ବି ସୁଖରେ ରହିପାରେ ନାହିଁ । ସମ୍ପର୍କ ସେହି ଆତ୍ମା ସହିତ ଘନିଷ୍ଟ ହୋଇଥାଏ, ଯାହା ସହିତ ପୂର୍ବଜନ୍ମରେ କିଛି ସମ୍ପର୍କ ଥାଏ ନହେଲେ ଏ ସଂସାରର ଭିଡ ଭିତରେ କିଏ କାହାକୁ କାହିଁକି ବା ଜାଣିବ ।।
ଜଣେ ଭଲ ଶିଷ୍ୟର କର୍ତ୍ତବ୍ୟ ଭଦ୍ର, ନମ୍ର ଓ ସମୟଜ୍ଞାନକୁ ଆପଣେଇ ଜ୍ଞାନ ଅର୍ଜନ କରିବା . ତା ସହ ଗୁରୁଙ୍କ ପ୍ରତି ଭୟ ଓ ସମ୍ମାନ ଥିଲେ ତାହା ଜ୍ଞାନର ସଂଜ୍ଞାଙ୍କୁ ପରିମାର୍ଜିତ କରି ଜ୍ଞାନକୁ ଆତ୍ମବିଶ୍ୱାସରେ ରୂପାନ୍ତରିତ କରିଥାଏ. ଯାହା ଆମର ଦୈନନ୍ଦୀନ ଜୀବନରେ କାମରେ ଆସିଥାଏ. ଯେମିତିକି ଦ୍ରୋଣଙ୍କର ଶିଷ୍ୟ ଅର୍ଜୁନବି ଥିଲେ ଓ ଦୂର୍ଯ୍ୟଧନବି ଥିଲେ. କେବଳ ଫରକ ଏହା ଥିଲା ଅର୍ଜୁନ ସିଷ୍ଟାଚାରୀ ଓ ସରଳ ଥିଲେ ଅପରପକ୍ଷରେ ଦୂର୍ଯ୍ୟଧନ ଅଭଦ୍ର ଓ ଜଟୀଳ ଥିଲେ ll
.
ପରିସ୍ଥିତି ବାହାନା ଦେଖେଇ ସମ୍ପର୍କ ଭାଙ୍ଗିଥିବା ଲୋକ, ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝିପାରେ ନାହିଁ କି କେବେ ଶାନ୍ତିରେ ମଧ୍ୟ ରହିପାରେ ନାହିଁ…l
ଅଦ୍ୟ ମାର୍ଚ୍ଚ ମାସ ୦୧ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- କୃଷ୍ଣପକ୍ଷ
ତିଥି- ପଞ୍ଚମୀ ପ୍ରା ଘ୦୬/୨୭ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ
ନକ୍ଷତ୍ର- ସ୍ୱାତି ଦିବା ଘ୦୧/୩୦ ପର୍ଯ୍ୟନ୍ତ ତଦନ୍ତେ ବିଶାଖା
ଚନ୍ଦ୍ର- ତୁଳା
ଯୋଗ- ଧୃବ
କରଣ – ତୈତିଳ
ସୌରମାସ- କୁମ୍ଭ ୧୮ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/୪୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୦
*✧═════•❁❀
ଯୋଗିନୀ ଦକ୍ଷିଣେ ପ୍ରା ଘ୦୬/୨୭ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବିଛା ,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୯/୦୨ ଗତେ ଘ୧୧/୫୬ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୪୫ ମଧ୍ୟେ ଓ ଘ ୦୮/୩୨ ଗତେ ଘ୦୯/୦୧ ମଧ୍ୟେ ଓ ଘ୦୧/୨୧ ଗତେ ଘ୦୨/୫୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୩୭ ଗତେ ଘ୧୧/୨୬ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
✧═════•❁❀❁•═════✧
ବୁଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।
✧═════•❁❀❁•═════✧
ମିଥୁନ-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
✧═════•❁❀❁•═════✧
କର୍କଟ–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
✧═════•❁❀❁•═════✧
ସିଂହ– ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
✧═════•❁❀❁•═════✧
କନ୍ୟା– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
✧═════•❁❀❁•═════✧
ତୁଳା–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
✧═════•❁❀❁•═════✧
ବିଛା–ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
✧═════•❁❀❁•═════✧
ଧନୁ– ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
✧═════•❁❀❁•═════✧
ମକର– ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।
✧═════•❁❀❁•═════✧
କୁମ୍ଭ–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।
✧═════•❁❀❁•═════✧
ମୀନ–ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।