27.1 C
Bhubaneswar
Sunday, September 8, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ତୋଆଖି ଆଗରେ କେତେ ଗଲେ ଚାଲି
ନେଇଗଲେ କେଉଁ ଧନ,
ତୁ ଅବା କଅଣ ସଙ୍ଗେ ନେଇଯିବୁ
କରୁ ବୃଥା ଅଭିମାନ।

ଯଦି ଆପଣଙ୍କର ଦୁର୍ବଳ ବ୍ୟକ୍ତିଙ୍କ ସହିତ ଶତ୍ରୁତା ହୋଇଯାଇଛି ତେବେ ସାବଧାନ ହୋଇଯାଆନ୍ତୁ କାରଣ ସେ ସେହି ସମୟରେ ଆକ୍ରମଣ କରିଥାଏ ଯେତେବେଳେ ଆପଣ କଳ୍ପନା ମଧ୍ୟ କରିନଥିବେ ।

ସବୁ କଥାରେ ଉତ୍ତ୍ୟକ୍ତ ହୋଇ ରାଗିବା ବା ଜିଦ୍ ଧରିବା ଭଲ ନୁହେଁ କାରଣ ଏହି ରାଗ ଆଉ ଜିଦ୍ ଜୀବନଠୁ ଅତି ନିଜର ଲୋକ ମାନଙ୍କୁ ହିଁ ଅଲଗା କରିଦିଏ ।

ସୁନ୍ଦର ଚେହେରା ଦିନେ ମଉଳି ଯାଏ, ବଳବାନ୍ ପୋୖରୁଷ ତଥା ଯୌବନ ଦିନେ ବାର୍ଦ୍ଧକ୍ୟ ରେ ପରିଣତ ହୁଏ, ପଦ ପଦବୀ ଦିନେ ଛାଡି ଚାଲିଯାଏ ହେଲେ ସୁନ୍ଦର Character ର ମଣିଷ ସବୁଦିନେ ସୁନ୍ଦର ହିଁ ରହିଥାଏ ।
.
ଯେଉଁ ବ୍ୟକ୍ତି ନିଜ ଉପରେ କମ୍ ଆଉ ପର ଉପରେ ଅଧିକ ଭରସା କରେ….

ସେ ବ୍ୟକ୍ତି କେବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରେ ନାହିଁ….

ଶ୍ରୀ ଜଗନ୍ନାଥ ଶରଣ

ଅଦ୍ୟ ଫେବୃଆରୀ ମାସ ୨୭ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- କୃଷ୍ଣପକ୍ଷ
ତିଥି- ତୃତୀୟା ରାତ୍ରି ଘ୦୨/୦୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ
ନକ୍ଷତ୍ର- ହସ୍ତା
ଚନ୍ଦ୍ର- କନ୍ୟା
ଯୋଗ- ଶୂଳ
କରଣ – ବାଣିଜ୍ୟ
ସୌରମାସ- କୁମ୍ଭ ୧୫ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୫୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୪୦
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୨/୦୯ ଗତେ ନୈରୁତେ
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶିର ଘାତଚନ୍ଦ୍ର
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୧/୩୧ ଗତେ ଘ୦୨/୫୯ ମଧ୍ୟେ
ବାରବେଳା – ଦିବା ଘ୦୭/୩୬ ଗତେ ଘ୦୯/୦୩ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୯/୦୪ ଗତେ ଘ୧୦/୫୯ ମଧ୍ୟେ ଓ ଘ୦୩/୫୦ ଗତେ ଘ୦୫/୨୩ ମଧ୍ୟେ ଓ ରାତ୍ରି ଘ୦୬/୩୭ ଗତେ ଘ୦୯/୦୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଟଳ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
✧═════•❁❀❁•═════✧
ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
✧═════•❁❀❁•═════✧
ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
✧═════•❁❀❁•═════✧
କର୍କଟ: ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
✧═════•❁❀❁•═════✧
ସି˚ହ: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
✧═════•❁❀❁•═════✧
କନ୍ୟା: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
✧═════•❁❀❁•═════✧
ତୁଳା : ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
✧═════•❁❀❁•═════✧
ବିଛା: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
✧═════•❁❀❁•═════✧
ଧନୁ: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
✧═════•❁❀❁•═════✧
ମକର: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
✧═════•❁❀❁•═════✧
କୁମ୍ଭ: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
✧═════•❁❀❁•═════✧
ମୀନ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking