25.8 C
Bhubaneswar
Saturday, July 27, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ସବୁଠୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା । ଯେତେ ପର୍ଯ୍ୟନ୍ତ ଆପଣ ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଇଥାଅ, ତେବେ ଜାଣିନିଅ ଆପଣଙ୍କ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ ।।

ଭଲ କାମ କରିଚାଲ କେହି ସମ୍ମାନ କରନ୍ତୁ ବା ନକରନ୍ତୁ , ଯେତେବେଳେ ସୁର୍ଯ୍ୟଦେବ ଉଦୟ ହୁଅନ୍ତି ତେବେ କୋଟି କୋଟି ଲୋକ ନିଦ୍ରାରେ ରହିଥାନ୍ତି ତଥାପି ସୁର୍ଯ୍ୟଦେବ ଉଦୟ ହୁଅନ୍ତି ।।

ପ୍ରତ୍ୟେକଟି ଜିନିଷର ପ୍ରାରମ୍ଭ ନୀରବତାରୁ ହୋଇଥାଏ | ଆପଣଙ୍କ ବିଚାରଧାରାର ସ୍ରୁସ୍ଟି ନୀରବତାର ଶୁନ୍ୟତାରୁ ହୋଇଥାଏ | ଆପଣଙ୍କ ଶବ୍ଦ ସେହି ଶୂନ୍ୟତାରୁ ପ୍ରଷ୍ପୁଟିତ ହୋଇଥାଏ | ଜୀବନର ସାରାଂଶ ସେହି ଶୂନ୍ୟତାରୁ ପ୍ରାପ୍ତ ହୋଇଥାଏ | ପ୍ରତ୍ୟେକ ରଚନାତ୍ମକ କାର୍ଯ୍ୟ ପାଇଁ ସ୍ଥିରତା ଓ ନିରବତା ଆବଶ୍ୟକ ହୋଇଥାଏ ||.

ନିଦ ବି ବଡ ଅଜବ….

ଆସିଲେ ସବୁକିଛି ଭୁଲେଇଦିଏ….

ଆଉ ନଆସିଲେ ସବୁକିଛି ମନେ ପକେଇ ଦିଏ….

ଅଦ୍ୟ ଫେବୃଆରୀ ମାସ ୨୬ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- କୃଷ୍ଣପକ୍ଷ
ତିଥି- ଦ୍ଵିତୀୟା ରାତ୍ରି ଘ୧୧/୩୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା
ନକ୍ଷତ୍ର- ଉତ୍ତରା ଫା ଶେଷରାତ୍ରି ଘ୦୫/୩୦ ପର୍ଯ୍ୟନ୍ତ ତଦନ୍ତେ ହସ୍ତା
ଚନ୍ଦ୍ର- ସିଂହ ଦିବା ଘ୦୯/୧୦ ପର୍ଯ୍ୟନ୍ତ ତଦନ୍ତେ କନ୍ୟା
ଯୋଗ- ଧୃତି
କରଣ – ତୈତିଳ
ସୌରମାସ- କୁମ୍ଭ ୧୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୩୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୨୦
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୩୪ ଗତେ ଅଗ୍ନିକୋଣେ
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶିର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୩୭ ଗତେ ଘ୦୯/୦୮ ମଧ୍ୟେ
ବାରବେଳା – ଦିବା ଘ୦୨/୩୬ ଗତେ ଘ୦୪/୨୩ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୭/୩୭ ମଧ୍ୟେ ଓ ଘ୧୧/୦୦ ଗତେ ଘ୦୧/୨୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୪ ଗତେ ଘ୦୫/୨୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ꧂*
✧═════•❁❀❁•═════✧
ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
✧═════•❁❀❁•═════✧
ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
✧═════•❁❀❁•═════✧
ମିଥୁନ : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
✧═════•❁❀❁•═════✧
କର୍କଟ : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
✧═════•❁❀❁•═════✧
ସିଂହ: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
✧═════•❁❀❁•═════✧
କନ୍ୟା: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

✧═════•❁❀❁•═════✧
ତୁଳା: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
✧═════•❁❀❁•═════✧
ବିଛା: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
✧═════•❁❀❁•═════✧
ଧନୁ : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
✧═════•❁❀❁•═════✧
ମକର : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
✧═════•❁❀❁•═════✧
କୁମ୍ଭ : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
✧═════•❁❀❁•═════✧
ମୀନ : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking