28.1 C
Bhubaneswar
Saturday, July 27, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜୀବନ ସୁଖ ଓ ଦୁଃଖର ବହିଟିଏ ..କେତେବେଳେ ସୁଖ ଆସିଥାଏ ତ କେତେବେଳେ ଦୁଃଖ ଆସିଥାଏ..ଯିଏ ସୁଖ ଓ ଦୁଃଖକୁ ସହି ଜୀବନ ଅତିବାହିତ କରିଥାଏ ନା , ତାର ଜୀବନ ଏକ ସନ୍ତୁଳନରେ ଚାଲିଥାଏ । ହସ ଆମ ଜୀବନର ସବୁଠାରୁ ବଡ ମହୋଷଧି ଅଟେ। ପିଲାବେଳେ ଆମେ ବିନାକାରଣରେ ମନଖୋଲି ହସିଥାଉ ଆଉ ବଡହେଲେ ଅସଲ କାରଣକୁ ଲୁଚେଇବାକୁ ଯାଇ ହସିବାର ଅଭିନୟ କରିଥାଉ ।

ଯଦି ସ୍ମୃତିକୁ ଅଧିକ ମଧୁର କରିବାକୁ ଚାହଁ ତେବେ ଦୃଢ ଗୌରବକୁ ପ୍ରଶଂସା କର ।

କାର୍ଯ୍ୟ ଭାର ଲାଘବ କରିବା ପାଇଁ ସର୍ବୋତ୍ତମ ଉପାୟ ହେଲା ଯଥାସମ୍ଭବ କମ୍ ଭୁଲ୍ କରିବା ।

ପନ୍ଥା ଉତ୍ତମ ଥିଲେ ସଠିକ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଅବଶ୍ୟମ୍ଭାବୀ ।

ଯାହା ହେବାର ଅଛି ନିଶ୍ଚିତ ହେବ, ରାଜା ମଧ୍ୟ ବନବାସୀ ହୋଇପାରେ ଏବଂ ମହାରଣୀ ମଧ୍ୟ ସନ୍ୟାସିନୀ ହୋଇପାରନ୍ତି। ତେଣୁ ସବୁବେଳେ ସତକର୍ମ କରି କାଳର କରାଳ ଗତିରେ ଆଗକୁ ବଢି ଚାଲିବା ଆମର କାମ ।

କାହାକୁ ନିଜ ଜୀବନରେ ଅଧିକ Importance ଦେବା ଆଗରୁ ଏଇଟା ଦେଖିବା କଥା କି ଯେ, ତା ଜୀବନରେ ତୁମର Importance କେତେ —।

ମହାବୀର ପଞ୍ଜିକା
ଅଦ୍ୟ ଫେବୃଆରୀ ମାସ ୧୨ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ମାଘମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ସନ୍ଧ୍ୟା ଘ୦୬/୧୩ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ
ନକ୍ଷତ୍ର- ପୁର୍ବ ଭାଦ୍ର ଦିବା ଘ୦୩/୫୬ ପର୍ଯ୍ୟନ୍ତ ତଦନ୍ତେ ଉତ୍ତର ଭାଦ୍ର
ଚନ୍ଦ୍ର- କୁମ୍ଭ ଦିବା ଘ୧୦/୩୫ ପର୍ଯ୍ୟନ୍ତ ତଦନ୍ତେ ମୀନ
ଯୋଗ- ଶିବ
କରଣ – ସିଦ୍ଧି
ସୌରମାସ- ମକର ୨୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୨୯
*✧═════•❁❀
ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟା ଘ୦୬/୧୩ ଗତେ ନୈରୁତେ
ଧନୁ ରାଶିର ଘାତଚନ୍ଦ୍ର
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୫ ଗତେ ଘ୦୯/୧୧ ମଧ୍ୟେ
ବାରବେଳା – ଦିବା ଘ୦୧/୧୮ ଗତେ ଘ୦୨/୫୪ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୪୪ ମଧ୍ୟେ ଓ ଘ୧୧/୦୯ ଗତେ ଘ୦୧/୧୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୫୫ ଗତେ ଘ୦୫/୩୩ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ପୋଟଳ ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ
✧═════•❁❀❁•═════✧
ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
✧═════•❁❀❁•═════✧
ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════✧
ମିଥୁନ: ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
✧═════•❁❀❁•═════✧
କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
✧═════•❁❀❁•═════✧
ସି˚ହ: ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
✧═════•❁❀❁•═════✧
କନ୍ୟା: ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
✧═════•❁❀❁•═════✧
ତୁଳା:ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
✧═════•❁❀❁•═════✧
ବିଛା:ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
✧═════•❁❀❁•═════✧
ଧନୁ:ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════✧
ମକର:ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।
✧═════•❁❀❁•═════✧
କୁମ୍ଭ:ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
✧═════•❁❀❁•═════✧
ମୀନ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking