26.1 C
Bhubaneswar
Tuesday, September 17, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜୀବନରେ ଏତେ ଭୁଲ୍ କରନାହିଁ ଯେ ପେନସିଲ ପୂର୍ବରୁ ରବର ସରିଯିବ !ଆଉ ରବରକୁ ଏତେ ଘସ ନାହିଁ ଯେ ଜୀବନର ଫର୍ଦ୍ଦ ଚିରିଯିବ!
ଅସଲ ଶତୃ ସେ ନୁହେଁ ଯିଏ ତୁମ ସହିତ ଖୋଲାଖୋଲି ଲଢୁଛି,ଅସଲ ଶତୃ ହେଉଛି ସିଏ ଯିଏ ତୁମକୁ ମିତ୍ର ଆଚରଣ କରି ପଛରେ ଷଡଯନ୍ତ୍ର କରୁଛି ।

ଶୀତ ସକାଳର କୁହୁଡି ବି ଆମକୁ ଏକ ଶିକ୍ଷା ଦିଏ,ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖା ଯାଉଛି କିଛି ଚିନ୍ତା ନକରି ସେତିକି ଯାଅ ସେଠି ପହଞ୍ଚିବା ପରେ ରାସ୍ତା ଆପେ ଆପେ ଦେଖାଯିବ ।

ଯେତେ ତୀର୍ଥ ଜାଗାକୁ ଗଲେବି ,ଯେତେ ଭକ୍ତିରେ ପୂଜା କଲେବି,ଯଦି କର୍ମ ଓ ବ୍ୟବହାର ଭଲ ନ ଥାଏ ତେବେ ସେଗୁଡିକର କିଛି ବି ମହତ୍ତ୍ୱ ରହିବ ନାହିଁ ।

ସମୟ,ଶକ୍ତି,ଶରୀର,ପଇସା ସବୁ ସମୟରେ ସହଯୋଗ କରିନଥାଏ ଜୀବନରେ ।କିନ୍ତୁ ଭଲ ବ୍ୟବହାର,ଭଲ ଭାବନା ଶକ୍ତି,ଭଲ ଆଧ୍ଯାତ୍ମିକତା,ଭଲ ଆନ୍ତରିକତା ସବୁ ସମୟରେ ସାହାଯ୍ୟ କରିଥାଏ ।

ପ୍ରକୃତ ଭଲ ପାଇବା ସିଏ ନୁହେଁ ଯିଏ free ଟାଇମ୍ ରେ ତୁମ ସହ କଥା ହେବ —
ପ୍ରକୃତ ଭଲ ପାଇବା ସିଏ ଯିଏ ଯେତେ ବ୍ଯସ୍ତ ଥିଲେ ବି ତୁମ ପାଇଁ Time ବାହାର କରି ପାରିବ । .
ସବୁ ଆଘାତର ପ୍ରତିଶୋଧ ନିଅନ୍ତୁ ନାହିଁ….

କାରଣ

ଭଗବାନ ବୋଲି କିଛି ଅଦୃଶ୍ୟ ଶକ୍ତି ଅଛି, ତାଙ୍କ ଉପରେ ଭରସା କରି ଛାଡ଼ି ଦିଅନ୍ତୁ…. ସେ ଠିକ୍ ହିସାବ ନେବେ….

🙏🏻 ଜୟ ଜଗନ୍ନାଥ🙏🏻

ଅଦ୍ଯ ବିଛା ଦି୨୬ନ, ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଦ୦।୧୭ ପ୍ରାଘ ୬।୨୨,ଅମାବାସ୍ୟାକ୍ଷଃ ଦ୫୬।୩୮ ନିଘ୫।୧,ଅନୁରାଧା ଦ୧୫।୩୯ ଦିଘ୧୨।୩୧,ବିଛା ଚନ୍ଦ୍ର ଦ୬୦ ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ୪/୪୪/୪୦ ଇଂଘ୬/୧୪/୩୯ ଗତେ ଉଦୟ।
ବୃଷ ଦ୪/୩୨/୦୦ ଇଂଘ୫/୦୪/୨୪ ଗତେ ଅସ୍ତ ।

ଯୋଗିନୀ ପଶ୍ଚିମେ । ପ୍ରାତଃ ଘ୬।୨୨ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୨।୩୧ ଗତେ ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମକର ରାଶିର ଘାତବାର।ଦିବା ଘ୭।୩୭ ଗତେ ଘ୮।୫୮ ମଧ୍ୟେ ବାରବେଳା । ଘ୧।୨ ଗତେ ଘ୨।୨୩ ମଧ୍ୟେ କାଳବେଳା । ରାତ୍ରି ଘ୬।୪୪ ଗତେ ଘ୮।୩୩ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୧୨।୩ ଗତେ ଦଶମାସ ଗଣ୍ଡଦୋଷ ।ଫଳଂ ସ୍ତ୍ରୀ କୂଳଟା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ଅମାବାସ୍ୟାର ସାମ୍ବସ୍ଥରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ଅଦ୍ୟ ମହୋଦଧି ଅମାବାସ୍ୟା କୃତ୍ୟ । ଅଦ୍ୟ ଚନ୍ଦ୍ରକ୍ଷୟ, ନିଶିପାଳନ ଓ ନଷ୍ଟ ଚନ୍ଦ୍ରୋପବାସ । ଶ୍ରୀମନ୍ଦିରେ ମଧ୍ୟେ ଦେବଦୀପାବଲ୍ୟୁତ୍ସବ । ହଳ ନିଷେଧ । ତ୍ରହ୍ୟ ସ୍ପର୍ଶ ତିଥିର ଗ୍ରହପୂଜା ହୋମାଦି କରଣୀୟ ।

(ଅମୃତ) – ଦିବା ଘ୭।୪ ମଧ୍ୟେ ଘ୭।୫୨ ଗତେ ଘ୧୧।୫୨ ମଧ୍ୟେ ରାତ୍ରି ଘ୭।୨୮ ଗତେ ଘ୮।୧୬ ମଧ୍ୟେ ଘ୯।୪ ଗତେ ଘ୧୧।୨୮ ମଧ୍ୟେ ଘ୧।୪ ଗତେ ଘ୨।୪୦ ମଧ୍ୟେ ଘ୪।୧୬ ଗତେ ଘ୫।୪ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୭।୨୮ ମଧ୍ୟେ ।
ରାଶି ଫଳ

ମେଷ: ଜୀବନସାଥୀଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଯୋଜନା କରିଥିବା ଯାତ୍ରା ଲାଭଦାୟକ ହେବ। ଲୁଗା ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ବୃଷ: ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ପରିବାର ଲୋକଙ୍କର ଆବଶ୍ୟକତା ପୂରଣ କରିବେ। ଛାତ୍ରୀଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ।

ମିଥୁନ: ନିତିଦିନିଆ କାମରେ ଗତିରୋଧ ହୋଇପାରେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବୈବାହିକ ଜୀବନ ଆନନ୍ଦମୟ ହେବ।

କର୍କଟ: ବିଶ୍ରାମ ଲାଗି କମ୍‌ ସମୟ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ରାଜନୀତିରେ ସଫଳତା ପାଇବେ।

ସି˚ହ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ। ଭାଗ୍ୟର ସହଯୋଗ ମିଳିବା ହେତୁ କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

କନ୍ୟା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ବ୍ୟବସାୟରେ ସବୁ ଭଲ ରହିବ। ପରିବାରର ଦାୟିତ୍ବକୁ ଅବହେଳା କରନ୍ତୁ ନାହିଁ।

ତୁଳା: ଧର୍ମ କାର୍ଯ୍ୟରେ ମନ ଲାଗିବ। ଅଧୁରା କାମ ପୂରା ହେବ। ଭୂସ˚ପତ୍ତି କିଣିବା ଯୋଗ ରହିଛି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ବିଛା: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଠିକ୍‌ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ସମସ୍ୟାର ସମାଧାନ ଲାଗି ତୁରନ୍ତ ବାଟ ଫିଟିବ। ବ୍ୟବସାୟ କାମରେ ଭାଗୀଦାର ସହଯୋଗ କରିବେ।

ମକର: ପୂଜକଙ୍କ ଲାଗି ଦିନଟି ଭଲ। ଆପଣଙ୍କ କାମ କରିବା ଶୈଳୀ ଲୋକମାନଙ୍କୁ ପସନ୍ଦ ଆସିବ। ନୂଆ ଘର କିଣିବା ଲାଗି ଯୋଜନା କରିବେ।*

କୁମ୍ଭ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ଆବଶ୍ୟକତା ବୁଝି ନିଅନ୍ତୁ। ଧୈର୍ଯ୍ୟ ଧରି କାମ କରନ୍ତୁ। ଶେଷ ମୁହୂର୍ତ୍ତରେ ଆପଣ ଯୋଜନା ବଦଳାଇବେ।

ମୀନ: କାରବାରରେ ଆପଣଙ୍କୁ ଲାଭ ମିଳିବ। ବେକାରଙ୍କ ଲାଗି ଭଲ କ˚ପାନିରେ ଚାକିରିର ପ୍ରସ୍ତାବ ଆସିବ। ପ୍ରିୟ ବନ୍ଧୁଙ୍କ ସହିତ ଦେଖା ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking