ସହନଶୀଳତା ଏକ ମୂଲ୍ୟବାନ ଗୁଣ ଅଟେ,କିନ୍ତୁ ନିଜର ଆତ୍ମସମ୍ମାନ କୁ ହଜେଇ ଦେଇ ସହିଲେ ମୃତ୍ୟୁ ସାଙ୍ଗରେ ସମାନ ହୋଇଥାଏ।
ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ। ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ।
Life ରେ ଏକ Delete ବଟମ୍ Sure ରଖ । କିଛି ସମ୍ପର୍କ,କିଛି ମିଥ୍ୟା ଲୋକ ଏବଂ ଆଉ କିଛି ସ୍ମୃତିକୁ ନିହାତି Delete କରନ୍ତୁ।*
ଯଦି ତୁମେ ଠିକ ରାସ୍ତାରେ ଅଛ।ପ୍ରମାଣ ଦେବା କିଛି ଦରକାର ନାହିଁ।ସମୟ ହିଁ ଠିକ ସମୟରେ ଜବାବ ଦେବ।
ନିଜ ସୁଖ ପାଇଁ କରାଯାଇଥିବା କର୍ମ ସୀମିତ ସୁଖ ଦେଇଥାଏ….
କିନ୍ତୁ
ପରୋପକାର ପାଇଁ କରାଯାଇଥିବା କର୍ମ ନୂତନ ଆନନ୍ଦ ଦିଏ….
ଅଦ୍ଯ ବିଛା ଦି୨୫ନ, ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ଦ୨।୧୨ ଦିଘ୭।୭,ବିଶାଖା ଦ୧୬।୨୩ଦିଘ୧୨।୪୭,ତୁଳା ଚନ୍ଦ୍ର ଦ୧୦।୧୧ ପ୍ରାଘ ୬।୪୨।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ୪/୩୩/୦୦ ଇଂଘ ୬/୧୪/୦୪ ଗତେ ଉଦୟ
ବୃଷ ଦ୪/୨୪/୪୨ ଇଂଘ ୫/୦୪/୦୦ ଗତେ ଅସ୍ତ
ଯୋଗିନୀ ଦକ୍ଷିଣେ । ଦିବା ଘ୭।୭ ଗତେ ପଶ୍ଚିମେ ।ଦିବା ଘ୭।୭ ମଧ୍ୟେ ଦେବତାଗଠନ, ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୨।୪୭ ଗତେ ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ପ୍ରାତଃ ଘ୬।୪୨ ଗତେ ବିଛା ଧନୁ ମକର କୁମ୍ଭ ବୃଷ ମିଥୁନ ସିଂହ କନ୍ୟା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତବାର । ଦିବା ଘ୭।୩୬ ଗତେ ଘ୮।୫୭ ମଧ୍ୟେ କାଳବେଳା । ଘ୨।୨୩ ଗତେ ଘ୩।୪୪ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨ ଗତେ ଘ୧୧।୪୧ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୧୨।୪୭ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ଦିବା ଘ୭।୭ ଗତେ ମାଷ (ବିରି) ଭକ୍ଷଣ ନିଷେଧ । ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା । ଅଦ୍ୟ ଶ୍ରୀମନ୍ଦିରେ ଦେବଦୀପାବଲ୍ୟୁତ୍ସବ ଆରମ୍ଭ ।
(ଅମୃତ) – ଦିବା ଘ୭।୫୧ ମଧ୍ୟେ ଘ୯।୨୭ ଗତେ ଘ୧୧।୫୧ ମଧ୍ୟେ ରାତ୍ରି ଘ୭।୨୯ ଗତେ ଘ୧୦।୪୧ ମଧ୍ୟେ ଘ୧।୫୩ ଗତେ ଘ୨।୪୧ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।
ମେଷ: ଆପଣ ବ୍ୟବସାୟ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ସନ୍ତାନ ସଫଳତାରୁ ସୁଖ ଅନୁଭୂତି ମିଳିବ। ଅଫିସରେ ମହତ୍ତ୍ବପୂର୍ଣ୍ଣ କାମ ପାଇବେ।
ବୃଷ: ପରିବାର ଲୋକଙ୍କର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ବେପାରରେ ଅଚାନକ ଧନଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମିଥୁନ: ପରିବାରରେ ଧାର୍ମିକ ଅନୁଷ୍ଠାନ ଆୟୋଜନ ଲାଗି ପ୍ରସ୍ତୁତି କରିବେ। କାମରେ ଜୀବନସାଥୀ ସହଯୋଗ କରିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ।
କର୍କଟ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବା ଲାଗି ଚେଷ୍ଟା କରିବେ। ଆଖପାଖର ଲୋକ ଆପଣଙ୍କର ବିରୋଧ କରିବେ।
ସିଂହ: ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟରେ ବନ୍ଧୁଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ।
କନ୍ୟା: ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଅଫିସରେ ସହକର୍ମୀ ସହାୟତା କରିବେ। ଏଭଳି ଲୋକଙ୍କ ସହ ମିଶିବେ ଯେଉଁମାନେ ଭବିଷ୍ୟତରେ ସାହାଯ୍ୟ କରିବେ।
ତୁଳା: ଅଫିସରେ ଅଧିକ ସମୟ ପରିଶ୍ରମ କଲେ ଯାଇ କାମ ପୂରା ହେବ। ବିବାଦଠୁଁ ଦୂରରେ ରୁହନ୍ତୁ। ନୂଆ କାମର ଯୋଜନା କରିବେ। ଆମଦାନି ଉତ୍ସରେ ବୃଦ୍ଧି ହେବ।
ବିଛା: ଆର୍ଥିକ ପକ୍ଷ ସୁଦୃଢ଼ ରହିବ। କାମକୁ ନେଇ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ଧନୁ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଘରୋଇ ଜିନିଷ କିଣିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତି କରିବେ।
ମକର: ବେପାର ପାଇଁ କୌଣସି ବଡ଼ କଂପାନି ସହ ଚୁକ୍ତିର ଅବସର ପାଇବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବେ।
କୁମ୍ଭ: ଆପଣଙ୍କୁ ଧନଲାଭର ମଉକା ମିଳିବ। ନୂଆ କାମର ରୁଚି ବଢ଼ିବ। ପାରିବାରିକ ଜୀବନ ଉତ୍ସବମୁଖର ହେବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ବହୁତ ଭଲ।
ମୀନ: ଶୁଭ ଖବର ପାଇବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ପରିବର୍ତ୍ତନ ପାଇଁ ଭାବିବେ। ଅଫିସରେ ବାତାବରଣ ଟିକେ ଅଲଗା ରହିବା ଯୋଗୁଁ କାମ ପୂରା କରିବାକୁ ସମୟ ଲାଗିବ।