ଚନ୍ଦ୍ର , ସୂର୍ଯ୍ୟ, ବାୟୁ , ଜନ୍ମ ଓ ମରଣ ସବୁ କିଛି ସତ୍ୟ ଉପରେ ଆଧାରିତ ।
ସତ୍ ପଥ ଶ୍ରେଷ୍ଠ ପଥ । ଏ ପଥରେ ଚାଲିଲେ ପାଦରେ କଣ୍ଟା ଲାଗେ ନାହିଁ ।
ସତ୍ୟ କଥନ ଶ୍ରେଷ୍ଠ ବଚନ ।
।ସତ୍ୟ କର୍ମ ଶ୍ରେଷ୍ଠ କର୍ମ ।*
ସତ୍ୟ ପାଳନ ଶ୍ରେଷ୍ଠ ଧର୍ମ ।
ଯେ ପର୍ଯ୍ୟନ୍ତ ନିରକ୍ଷରତା ଦୂର ନ ହୋଇଛି ସେ ପର୍ଯ୍ୟନ୍ତ ଚୋରି, ଜୁଆ,ମଦ ଓ ବ୍ଯଭିଚାର ବନ୍ଦ ହେବ ନାହିଁ ।
ଜୀବହତ୍ଯା ଠାରୁ ବଳି ପାପ ନାହିଁ ।
ପବିତ୍ର ମନଠାରୁ ଆଉ ତୀର୍ଥ ନାହିଁ ।
ଅପଯଶ ଠାରୁ ବଳି ଆଉ ଶତ୍ରୁ ନାହିଁ ।
ଅପମାନ ଠାରୁ ବଳି ଆଉ ଲଜ୍ଜା ନାହିଁ ।
ପାପଧନ ପ୍ରାୟଶ୍ଚିତରେ ଯାଏ ।
ଯୋଗିନୀ ଅଗ୍ନିକୋଣେ । ପ୍ରାତଃ ଘ୬।୩୨ ଗତେ ନୈଋତେ । ଯାତ୍ରା ନାସ୍ତି । ଅଦ୍ଯ ରାତ୍ରୈ। ବିବାହ ଓ ପାଣିଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୧।୨୩ ଗତେ ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବୃଷ ସିଂହ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୭।୩୫ ମଧ୍ୟେ ଘ୩।୪୩ ଗତେ ଘ୫।୪ ମଧ୍ୟେ କାଳବେଳା । ଘ୧।୧ ଗତେ ଘ୨।୨୨ ମଧ୍ଯେ ବାରବେଳା । ରାତ୍ରି ଘ୬।୨୫ ମଧ୍ୟେ ଘ୪।୩୫ ଗତେ ଘ୬।୧୪ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରାତଃ ଘ୬।୩୨ ଗତେ ଦ୍ଵିପାଦ ଦୋଷ । ଫଳଂ କୃଷି, ପଶୁ ହାନି । ଭୂମି ଓ ଅନ୍ନ ଦାନ ।ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପୂତିକା (ପୋଇ) ଭକ୍ଷଣ ନିଷେଧ । ଅଦ୍ୟ ସର୍ବସମ୍ମତ ଉତ୍ପନ୍ନା ଏକାଦଶୀ ବ୍ରତ ଓ ହଳ ନିଷେଧ ।
(ଅମୃତ) – ଦିବା ଘ୭।୨ମଧ୍ୟେ ଘ୭।୫୦ ଗତେ ଘ୧୦।୧୪ ମଧ୍ୟେ ଘ୧୨।୩୮ ଗତେ ଘ୩।୫୦ ମଧ୍ୟେ ଘ୪।୩୮ ଗତେ ଘ୫।୪ ମଧ୍ୟେ ରାତ୍ରି ଘ୧୨।୧୬ ଗତେ ଘ୧।୫୨ ମଧ୍ୟେ । (ମାହେନ୍ଦ୍ର) — ରାତ୍ରି ଘ୧।୫୨ ଗତେ ଘ୨।୪୦ ମଧ୍ୟେ ।
ରାଶି ଫଳ
ମେଷ: ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ହେବ। କୌଣସି ଧାର୍ମିକ କାର୍ଯ୍ୟ କରିବାର ସୁଯୋଗ ପାଇବେ।
ବୃଷ: ଆପଣ ଚିନ୍ତା ମୁକ୍ତ ରହିବେ। ଚାକିରିଆଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖକର ହେବ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ କିଛି ଲୋକଙ୍କର ସାମନା କରିବାକୁ ପଡ଼ିପାରେ। ଘର କାମରେ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ।
କର୍କଟ: ବଡ଼ଙ୍କ ପରାମର୍ଶ ନେଲେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ବିସ୍ତାର କରିପାରନ୍ତି। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ସୁଖ ମିଳିବ। ସମସ୍ୟାର ଅନ୍ତ ହେବ।
ସିଂହ: ଭାବିଥିବା କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ। ଅନ୍ୟମାନେ କଥା କହୁଥିବା ବେଳେ କିଛି କହନ୍ତୁ ନାହିଁ। ଗଣମାଧ୍ୟମରେ କାର୍ଯ୍ୟରତ ଲୋକଙ୍କ ଲାଗି ଦିନଟି ଉତ୍ତମ।
କନ୍ୟା: ରାଜନୀତିରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ। ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ପାଇବେ।
ତୁଳା: ବ୍ୟବସାୟ ମାନ୍ଦା ହୋଇପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। କୌଣସି କଥାକୁ ନେଇ ଚିନ୍ତିତ ଥିଲେ ସାଥୀଙ୍କୁ ଜଣାନ୍ତୁ, ମନ ହାଲୁକା ହେବ।
ବିଛା: ଅଧୁରା କାମ ସଂପୂର୍ଣ୍ଣ ହେବ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
ଧନୁ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ହେବ। ଜମି କିଣାବିକା ଲାଭଦାୟକ ହେବ। ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି।
ମକର: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ। ବେପାର ଆରମ୍ଭ କରିବା ଲାଗି ଦିନଟି ଭଲ।
କୁମ୍ଭ: ସାରାଦିନ ମନରେ ପ୍ରସନ୍ନତା ରହିବ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।
ମୀନ: ଲେଖକଙ୍କ ବିଚାରର ସମ୍ମାନ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ। ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ଓ ପ୍ରତିଷ୍ଠା ମିଳିବ।