କର୍ମ ଅର୍ଥ ହେଉଛି ଆମେ ବାହାରେ ବିକିରଣ କରୁଥିବା ଶକ୍ତି, ଏବଂ ଭାଗ୍ୟ ହେଉଛି ଶକ୍ତି ଯାହା ସମାନ ଧାରା ରେ ଫେରିଆସେ।
ଦୁନିଆରେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କଲେ ବି ତୁମେ କେବେ ସମସ୍ତଙ୍କ ପାଇଁ ଭଲ ହୋଇପାରିବ ନାହିଁ।କାହିଁକି ନା ସବୁ ଯାଗାରେ ସବୁ ଲୋକ ସମାନ ନୁହଁନ୍ତି।*
ଯଦି କେହି ଆପଣଙ୍କୁ ସମର୍ଥନ କରୁନାହାନ୍ତି ତେବେ, ତେବେ ନିରାଶ ହୁଅନ୍ତୁ ନାହିଁ। କାରଣ ସମର୍ଥନ କରିବାରେ ପରମେଶ୍ୱର ଙ୍କ ଠାରୁ ବଡ ଆଉ କେହି ନାହିଁ।
ପାଣିକି ନପଶିଲେ ଯେମିତି ପହଁରିବା ଶିଖି ହୁଏନାହିଁ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ।
ସର୍ବଦା ଅନ୍ୟର ଭୁଲ୍ ଖୋଜୁଥିବା ମଣିଷର ସ୍ବଭାବ କେବଳ ସେହି ମାଛି ପରି ହିଁ ହୋଇଥାଏ, ଯିଏ କି ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ ପ୍ରତ୍ୟଙ୍ଗକୁ ଛାଡ଼ି କେବଳ କ୍ଷତ ସ୍ଥାନରେ ହିଁ ବସିଥାଏ….*
ଆମର ସ୍ବାଭିମାନ: ସତ୍ୟ ସନାତନ ଧର୍ମ
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ୩/୧୧/୨୦ ଇଂଘ ୬/୦୯/୧୮ ଗତେ ଉଦୟ।
ବୃଷ ଦ୩/୧୯/୩୦ ଇଂଘ୫/୦୨/୨୫ ଗତେ ଅସ୍ତ ।
ଯୋଗିନୀ ବାୟବ୍ୟେ । ରାତ୍ରି ଘ୯।୫୪ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧।୧୭ ଗତେ ଉତ୍ତରାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆର୍ଦ୍ର ପୁଷ୍ୟା ମଘା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର ।ଦିବା ଘ୭।୩୩ ଗତେ ଘ୮।୫୫ ମଧ୍ୟେ କାଳବେଳା । ଘ୨।୧୯ ଗତେ ଘ୩।୪୧ ମଧ୍ୟେ ବାରବେଳା । ରାତ୍ରି ଘ୯।୫୭ ଗତେ ଘ୧୧।୧୯ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୯।୫୪ ମଧ୍ୟେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ରାତ୍ରି ଘ୧।୧୭ ଗତେ ସାତମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାଳ ଭକ୍ଷଣ ନିଷେଧ ।
(ଅମୃତ) – ଦିବା ଘ୭।୪୭ ମଧ୍ୟେ ଘ୯।୩ ଗତେ ଘ୧୧।୪୭ ମଧ୍ୟେ ରାତ୍ରି ଘ୭।୨୭ ଗତେ ଘ୧୦।୩୯ ମଧ୍ୟେ ଘ୧।୫୧ ଗତେ ଘ୨।୩୯ ମଧ୍ୟେ ।(ମାହେନ୍ଦ୍ର) – ନାସ୍ତି ।
ରାଶିଫଳ
ମେଷ: ଅତୀତ ସ୍ମୃତି ତାଜା ହେବ। ଏକାଗ୍ରତାର ସହ କାମ କରିବାକୁ ଚେଷ୍ଟା କରିବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଘରକୁ ବନ୍ଧୁଙ୍କ ଆଗମନ ହେବ।
ବୃଷ: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ବ୍ୟବସାୟରେ କୌଣସି ନୂଆ ଗୋଷ୍ଠୀ ସହିତ ଯୋଡ଼ିହେବା ପାଇଁ ବିଚାର କରିବେ।
ମିଥୁନ: କାନ୍ଧକୁ ନୂଆ ଦାୟିତ୍ବ ଆସିପାରେ। ସାମାଜିକ ପରିସର ବୃଦ୍ଧି ପାଇବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ରହିବ।
କର୍କଟ: କୌଣସି ମାମଲା ନେଇ ଆପଣ ଭାବପ୍ରବଣ ରହିବେ। ସହକର୍ମୀମାନେ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ବେପାରରେ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।
ସିଂହ: ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। ନୂଆ ବେପାର ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ।
କନ୍ୟା: ଆପଣଙ୍କର ସବୁ ସମସ୍ୟା ଦୂର ହେବ। କିଛି ବିଶେଷ ସ୍ଥାନରେ ଆପଣଙ୍କର ପ୍ରଶଂସା ହେବ। କାର୍ଯ୍ୟକ୍ଷେତ୍ରରେ କରୁଥିବା ଚେଷ୍ଟାରେ ସଫଳ ହେବେ। ବିବାହିତଙ୍କ ସ୍ଥିତି ଭଲ ରହିବ।
ତୁଳା: ମନ ଭିତରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ। ଜୀବନରେ ଲାଭର ଅବସର ପାଇବେ। ପାରିବାରିକ ଜୀବନକୁ ଖୁସି ଆସିବ।
ବିଛା: ଯେକୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିଶ୍ରମର ପୂରା ଫଳ ଆପଣଙ୍କୁ ମିଳିନପାରେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।
ଧନୁ: ନିଜ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। କ୍ୟାରିୟରର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ପ୍ରଗାଢ଼ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ମକର: ନିଜର ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ପଇସା ଦିଆ-ନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ସୁଖ ସମୃଦ୍ଧି ବଢ଼ିବ।
କୁମ୍ଭ: ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଘର କାମରେ ବ୍ୟସ୍ତ ରହିବା ଯୋଗୁଁ ଅଫିସ ଯିବାରେ ବିଳମ୍ବ ହେବ। ସଙ୍ଗୀତ କ୍ଷେତ୍ରରେ ସକ୍ରିୟ ଲୋକେ ଭଲ ପ୍ରଦର୍ଶନ କରିବେ।
ମୀନ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ନିଜ ଜିନିଷ କେଉଁଠି ରଖିଦେଇ ପାସୋରି ଯାଇପାରନ୍ତି। ବେପାରରେ ଲାଭ ମିଳିବାର ସମ୍ଭାବନା ଅଛି। ଜୀବନସାଥୀଙ୍କୁ ଉପହାର ଦେବେ।