ଘୃଣା କରୁଥିବା ରାଜା,ସର୍ବଗ୍ରାସୀ ବ୍ରାହ୍ମଣ,ଅବାଧ୍ଯ ସ୍ତ୍ରୀ,ମନ୍ଦ ପ୍ରକୃତିର ସାହାର୍ଯ୍ୟକାରୀ,ପ୍ରତିକୂଳଭୃତ୍ଯ,ପ୍ରମାଦଯୁକ୍ତ ଅଧିକାରୀ ,ଯିଏ ନିଜର କର୍ତ୍ତବ୍ୟ ବିଷୟରେ ଅନଭିଜ୍ଞ – ଏମାନଙ୍କୁ ତ୍ଯାଗ କରିବା ଉଚିତ୍ ।
ଯେଉଁମାନେ ଗର୍ବୀ,ଅହଙ୍କାରୀ ସେମାନଙ୍କୁ କେହି ଆଦର କରନ୍ତି ନାହିଁ ।
ଅନ୍ନ ଦାନ ସବୁଠାରୁ ବଡ଼ ଦାନ ।ଦ୍ଵାଦଶୀ ବଡ ତିଥି ।ଗାୟତ୍ରୀ ଠାରୁ ବଡ ମନ୍ତ୍ର ନାହିଁ ।ମାଆ ବାପାଙ୍କ ଠାରୁ କେହି ବଡ ଦେବତା ନାହାଁନ୍ତି ।
ଯିଏ ଗୁପ୍ତ କଥା ଲୁଚାଇ ରଖେ ସେ ସଫଳତା ପାଏ ।
ଖାଇବା ସମୟରେ ଯିଏ କଥା କୁହେ ନାହିଁ ସେ ଦୀର୍ଘାୟୁ ହୋଇଥାଏ ।
ଆପଣ ଯଦି ଭଲରେ ରହିବାକୁ ଚାହୁଁଛନ୍ତି, ତାହେଲେ ନିଜେ ଭଲ ରହିବାର କାରଣ ନିଜେ ତିଆରି କରିନିଅନ୍ତୁ….
କାରଣ
ଏଇଟା ସ୍ୱାର୍ଥପର ଦୁନିଆଁ, ଏଠି ଆପଣଙ୍କର ଆପଣାର କହିଲେ କେବଳ ଆପଣ ନିଜେ, କେହି କାହାର ନୁହଁନ୍ତି….
ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ
ଯୋଗିନୀ ନୈଋତେ । ଦିବା ଘ୩।୯ ଗତେ ଦକ୍ଷିଣେ ।ଯାତ୍ରା ନାସ୍ତି । ଦିବା ଘ୩।୯ ପରେ ସୂର୍ଯ୍ୟାସ୍ତ ମଧ୍ୟେ ଗୃହ ପ୍ରବେଶ ଓ ଗୃହ ପ୍ରତିଷ୍ଠା,ଦେବତାଗଠନ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ସନ୍ଧ୍ୟା ଘ୫।୫ ଗତେ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୦।୩୮ ଗତେ କର୍କଟ ସିଂହ କନ୍ୟା ତୁଳା ମକର କୁମ୍ଭ ମେଷ ବୃଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର । ଦିବା ଘ୮।୫୩ ଗତେ ଘ୧୧।୧୭ ମଧ୍ୟେ ବାର ଓ କାଳବେଳା ।ରାତ୍ରି ଘ୮।୧୮ ଗତେ ଘ୯।୫୬ ମଧ୍ୟେ କାଳରାତ୍ରି । ମୃତେ ସନ୍ଧ୍ୟା ଘ୫।୫ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ମୂଳକ(ମୂଳା)ଦିବା ଘ୩।୯ ଗତେ ଶ୍ରୀଫଳ(ବେଲ) ଭକ୍ଷଣ ନିଷେଧ ।
*(ଅମୃତ) – ଦିବା ଘ୬।୫୭ ମଧ୍ୟେ ଘ୭।୪୫ ଗତେ ଘ୧୦।୯ ମଧ୍ୟେ ଘ୧୨।୩୩ ଗତେ ଘ୪।୫ ମଧ୍ୟେ ଘ୪।୩୩ ଗତେ ଘ୫।୨ ମଧ୍ୟେ ରାତ୍ରି ଘ୫।୦ ଗତେ ଘ୯।୨ ମଧ୍ୟେ ଘ୧୧।୨୬ ଗତେ ଘ୨।୩୮ ମଧ୍ୟେ ଘ୩।୨୬ ଗତେ ଘ୫।୨ ମଧ୍ୟେ । (ମାହେନ୍ଦ୍ର)ନାସ୍ତି
ରାଶି ଫଳ –
ମେଷ: ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଅଚାନକ ବ୍ୟବସାୟ ବୃଦ୍ଧି ହେବ। ବୈବାହିକ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟର ସମାଧାନ ହେବ।
ବୃଷ: ନିଜକୁ ଶକ୍ତିବାନ ଅନୁଭବ କରିବେ। ଅନୁଭବୀ ବ୍ୟକ୍ତିଙ୍କ ମତକୁ ନିଜ ଜୀବନରେ ଉପଯୋଗ କରନ୍ତୁ। ସମାଜରେ ଆପଣଙ୍କ ବଦାନ୍ୟତାକୁ ସ୍ବୀକୃତି ମିଳିବ।
ମିଥୁନ: ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ଯେଉଁ କାମ ମନପ୍ରାଣ ଢ଼ାଳି କରିବେ ତହିଁରେ ଯଥେଷ୍ଟ ସଫଳତା ପାଇବେ। ପ୍ରେମ ଜୀବନ ଖୁବ୍ ରୋଚକ ରହିବ।
କର୍କଟ: କ୍ୟାରିୟର ସମ୍ବନ୍ଧୀୟ ନୂଆ ସୁଯୋଗ ପାଇବେ। ବନ୍ଧୁ ଓ ପାଖ ଲୋକଙ୍କ ପ୍ରତି ଦୃଢ଼ ବିଶ୍ବାସ ଜାତ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।
ସି˚ହ: କଠିନ ପରିଶ୍ରମ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।
କନ୍ୟା: ପୂଜାପାଠରେ ଅଧିକ ଗୁରୁତ୍ବ ଦେବେ। ସୁସମ୍ବାଦ ପାଇବେ। ଜୀବନରେ ଉନ୍ନତି ଘଟିବା ହେତୁ ପରିବାରରେ ଖୁସି ବଢ଼ିବ। ଲେଖକଙ୍କ କୃତିକୁ ପ୍ରଶଂସା ମିଳିବ।
ତୁଳା: ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି କାମ ଆରମ୍ଭ କରିବା ବେଳେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟରେ ଲାଭର ସୁଯୋଗ ମିଳିବ।
ବିଛା: ନୂଆ କାମ ଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ପରିବାରରେ ବଡ଼ଙ୍କ ପରାମର୍ଶ ନେଇ କୌଣସି ପଦକ୍ଷେପ ନିଅନ୍ତୁ। ଦମ୍ପତିଙ୍କ ମଧ୍ୟରେ ବିଶ୍ବାସ ମଜଭୁତ ହେବ।
ଧନୁ: ବ୍ୟବସାୟରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ କରିଥିବା କାମରୁ ଲାଭ ପାଇବେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି।
ମକର: ପ୍ରଭାବଶାଳୀ ଲୋକଙ୍କ ସହିତ ସ˚ପର୍କ ହେବ। ନୂଆ କାମରେ ସଫଳତା ପାଇବେ। ଧର୍ମକାର୍ଯ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ।
କୁମ୍ଭ: ଭାବିଥିବା କାମ ପୂରା ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଚିନ୍ତା କରିପାରନ୍ତି। ସ୍ବାସ୍ଥ୍ୟରେ ସୁଧାର ହେବ।
ମୀନ: ଭାଗ୍ୟର ପୂରା ସହଯୋଗ ପାଇବେ। ବେପାର କାର୍ଯ୍ୟ ଶୃଙ୍ଖଳିତ ହେବ। ଟଙ୍କା ପଇସା ଦିଆନିଆ ବେଳେ ସତର୍କ ରୁହନ୍ତୁ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।