ଆମ ମଣିଷ ମାନଙ୍କ ପାଇଁ ସବୁଠାରୁ ଦାମୀ ଗହଣା ହେଉଛି ଟିକିଏ ହସ, ଆଉ ଏହା ସମ୍ପୂର୍ଣ୍ଣ ମାଗଣା ହେଇକି ମଧ୍ୟ ମୂଲ୍ୟବାନ ହୋଇଥାଏ, ତେଣୁକରି ଦୁଃଖରେ ବି ମୁଁ ହସିବାକୁ ପସନ୍ଦ କରିବି, ଆଉ ହଁ ଆପଣ ମଧ୍ୟ ସବୁବେଳେ ନିଜେ ହସନ୍ତୁ ଏବଂ ଅନ୍ୟକୁ ମଧ୍ୟ ହସାନ୍ତୁ ।।
ନିଜକୁ ଥରେ ପଚାରନ୍ତୁ କି ମୋ ଦ୍ୱାରା କାହା ପ୍ରତି କିଛି ଭୁଲ ହେଉନି ତ ? ଯଦି ଆପଣଙ୍କ ଦୃଷ୍ଟିରେ ନିଜ ଦ୍ୱାରା ହେଉଥିବା ଭୁଲ ଗୁଡିକ, ପରିସ୍ଥିତିର ନିୟନ୍ତ୍ରଣ ଦ୍ୱାରା ହେଉଥିବା ମାନସିକ ସ୍ଥିତି କାରଣରୁ ପ୍ରସ୍ତୁତ ହୋଇଥାଏ,ତ ଅନ୍ୟମାନଙ୍କ ଦ୍ୱାରା ହେଉଥିବା ଭୁଲ ମଧ୍ୟ କୌଣସି ନା କୌଣସି ପରିସ୍ଥିତି ଓ ମାନସିକ ସ୍ଥିତି ଦ୍ୱାରା ହିଁ ହୋଇଥାଏ।କାରଣ ନିଜ ଦୃଷ୍ଟି ଦ୍ୱାରା ନିଜ ମାନସିକ ସ୍ଥିତିକୁ ବୁଝିବା ଅତି ସରଳ ଅଟେ,କିନ୍ତୁ ଅନ୍ୟର ସମସ୍ୟା ଓ ପରିସ୍ଥିତି ଦ୍ୱାରା ଉତ୍ପନ୍ନ ହେଉଥିବା ମାନସିକ ସ୍ଥିତିକୁ ବୁଝିବା ହିଁ ଏକ ବୁଝାବଣା ବ୍ୟକ୍ତି ର ଲକ୍ଷଣ ଅଟେ ।।
ଏ ସଂସରରେ ମିତ୍ରତା ଏବଂ ସମ୍ପର୍କ “ସମ୍ମାନ” ର ନୁହେଁ ବରଂ “ଭାବ” ର ଭୋକିଲା ହୋଇଥାଏ । ତେଣୁକରି ବନ୍ଧୁ ଆଜି ଭଳି ଦିନରେ ସପଥ ନିଅନ୍ତୁ ଯେ ଆପଣ ସମସ୍ତଙ୍କୁ ଆପଣେଇ ନେଇ ନିଜର କରି ଜୀବନ ରଥକୁ ଆଗେଇ ନେବାରେ ସହାୟକ ହେବେ ।।
ଅଦ୍ଯ ବିଛା ଦି୪ନ, କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ଦ୫୩।୪୮ ରାଘ୩।୩୩,ଧନିଷ୍ଠା ଦ୪୦।୪୬ରାଘ୧୦।୨୦,ମକର ଚନ୍ଦ୍ର ଦ୧୨।୨୮ ଦିଘ୧୧।୧।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ୦/୨୮/୦୦ ଇଂଘ ୬/୦୧/୩୬ ଗତେ ଉଦୟ।
ବୃଷ ଦ୦/୪୧/୪୦ ଇଂଘ ୫/୦୩/୨୮ ଗତେ ଅସ୍ତ।
ଯୋଗିନୀ ଐଶାନ୍ୟେ । ରାତ୍ରି ଘ୩।୩ ଗତେ ପୂର୍ବେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧୦।୨୦ ଗତେ ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ପୁର୍ନବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୧।୧ ଗତେ କୁମ୍ଭ ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୭।୨୫ ଗତେ ଘ୮।୪୮ ମଧ୍ୟେ କାଳବେଳା । ଘ୨।୧୬ ଗତେ ଘ୩।୩୯ ମଧ୍ୟେ ବାରବେଳା ।ରାତ୍ରି ଘ୯।୫୩ ଗତେ ଘ୧୧।୩୦ ମଧ୍ୟେ କାଳରାତ୍ରି । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନାରିକେଳ ଭକ୍ଷଣ ନିଷେଧ ।
(ଅମୃତ) – ଦିବା ଘ୭।୩୮ ମଧ୍ୟେ ଘ୯।୧୪ ଗତେ ଘ୧୧।୩୮ ମଧ୍ୟେ ରାତ୍ରି ଘ୭।୨୬ ଗତେ ଘ୧୦।୩୮ ମଧ୍ୟେ ଘ୧।୫୦ ଗତେ ଘ୨।୩୮ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି
ମେଷ: ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣରୂପେ ସକ୍ଷମ ହେବେ। ଆପଣ ଯାହାଠୁଁ ସାହାଯ୍ୟ ଚାହିଁବେ ତାହା ପାଇବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।
ବୃଷ: ଆପଣଙ୍କୁ କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ।
ମିଥୁନ: କାରବାରରେ ବକେୟା ଅର୍ଥ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରିଦେବେ।
କର୍କଟ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।
ସିଂହ: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। କଠିନ ପରିସ୍ଥିତିରେ ପରିବାର ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
କନ୍ୟା: କାରବାର ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଘରେ ଖୁସିର ପରିବେଶ ରହିବ।
ତୁଳା: ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଣୀ ଉପରେ ସଂଯମ ରଖନ୍ତୁ। ପିଲାଙ୍କ ସଫଳତାରେ ଆପଣଙ୍କୁ ଗର୍ବ ଅନୁଭବ କରାଇପାରେ।
ବିଛା: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ସନ୍ତାନ ସହିତ ସମ୍ବନ୍ଧ ବଢ଼ିଆ ହେବ। କୌଣସି ସମସ୍ୟାରୁ କଥାବର୍ତ୍ତା ଓ ଶାନ୍ତିରେ ସମାଧାନ କରନ୍ତୁ।
ଧନୁ: ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। ଅନ୍ତରଙ୍ଗ ବନ୍ଧୁ ସହିତ କଥା ହୋଇପାରନ୍ତି। କୌଣସି ସଂପର୍କୀୟ ଆପଣଙ୍କୁ ସାହାଯ୍ୟ ମାଗିବେ।
ମକର: ପରିବାରରେ ଖୁସିର ପରିେବଶ ରହିବ। ଜମି କିଣିବାର ସୁଯୋଗ ପାଇବେ। କିଛି ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ।
କୁମ୍ଭ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
ମୀନ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ। ସହକର୍ମୀଙ୍କ ସହିତ ବନ୍ଧୁତା ହୋଇପାରେ।