17.1 C
Bhubaneswar
Monday, December 11, 2023
Homeଓଡିଶା🎪🛕ଆଜିର ଅନୁଚିନ୍ତା🛕🎪

🎪🛕ଆଜିର ଅନୁଚିନ୍ତା🛕🎪

” ମଣିଷର ପ୍ରକୃତି ”
ସ୍ବାର୍ଥ ପୁରଣ ହେଲେ – ଛାଡି ଚାଲି ଯାଏ
ବିଶ୍ବାସ କଲେ – କ୍ଷତି କରେ
ପ୍ରଶୟ ଦେଲେ – ମୁଣ୍ଡରେ ଚଢେ
କ୍ଷମା ଦେଲେ – ଦୁର୍ବଳ ଭାବେ
ସୁଖ ଦେଖିଲେ – ହିଂସା କରେ
ଭଲ ପାଇଲେ – ଅବିଶ୍ବାସ କରେ
ସ୍ବାର୍ଥ ଥିଲେ – ଆପଣାର ହୁଏ
ସତ କହିଲେ – ମିଛ ଭାବେ
ଆଦର କଲେ – ଖୋସାମତି ଭାବେ
ସତ୍ ଉପଦେଶ ଦେଲେ – ମୁହଁ ବୁଲାଏ
ସାହାର୍ଯ୍ୟ ମାଗିଲେ – ଉପଦେଶ ଦିଏ ।
ଜୀବନ ନୌକାରେ ଦେଖିକି ପାଦ ରଖନ୍ତୁ କାରଣ ଆପଣଙ୍କୁ ବୁଡେଇବା ପାଇଁ ଏମିତି ଲୋକ ବି ଅଛନ୍ତି ଯାହାଙ୍କୁ ପହଁରେଇବା ଆପଣ ଶିଖେଇ ଥିବେ ।

ସମସ୍ତ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ କୌଣସି ବ୍ୟକ୍ତି ମଧ୍ୟରେ ଯଦି ନୀତି,ନୈତିକତା,ବିବେକ,ମାନବିକତାର ବିଚାରବୋଧ ନାହିଁ,ତେବେ ସେ ଅଶିକ୍ଷିତ ।

ଏ ଦୁନିଆରେ ସମସ୍ତଙ୍କର ରାସ୍ତା ଅଲଗା ଅଲଗା ହୋଇପାରେ କିନ୍ତୁ ଠିକଣା ଗୋଟିଏ ଏବଂ ତାହା ହେଉଛି ” ମଶାଣି ” ।

ସମୟ କାହାକୁ ସୁଯୋଗ ଦିଏ ନାହିଁ କିନ୍ତୁ ସୁଯୋଗ ଦେଖି ସମୟକୁ ବ୍ଯବହାର କରାଯାଏ ।

*ଯଦି ତମ Life ରେ କେବେ ଦୁଃଖ ଆସେ କେବେ ଭାଙ୍ଗି ଯିବନାହିଁ କାରଣ ଯିଏ ଭଲ ତାକୁ ହିଁ ଭଗବାନ ଦୁଃଖ ଦିଅନ୍ତି ।

ଅଦ୍ୟ ନଭେମ୍ବର ମାସ ୧୮ ତାରିଖ ୨୦୨୩ ମସିହା(ଶନିବାର)*

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୧

ସମ୍ବତ୍ସର-ପିଙ୍ଗଳ

କାର୍ତ୍ତିକମାସ- ଶୁକ୍ଳପକ୍ଷ

ତିଥି- ପଞ୍ଚମୀ ଦିବା ଘ୦୯/୨୨ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ

ନକ୍ଷତ୍ର- ଉତ୍ତରାଷାଢ଼ା ରାତ୍ରି ଘ୧୨/୫୩ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।

ଚନ୍ଦ୍ର-ଧନୁ ଦିବା ଘ୦୭/୪୪ ପର୍ଯ୍ୟନ୍ତ ତଦନ୍ତେ ମକର

ଯୋଗ- ଶୂଳ

କରଣ – ବଳବ

ସୌରମାସ- ବିଛା ୦୨ ଦିନ

✧═════•❁❀❁•════✧

ସୁର୍ୟୋଦୟ-ପ୍ରାତଃ ଘ୦୬/୧/୩୦

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୪୯

*✧═════•❁❀

ଯୋଗିନୀ ଦକ୍ଷିଣେ ଦିବା ୦୯/୨୩ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମ

ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

ସିଂହ ରାଶିର ଘାତଚନ୍ଦ୍ର

ବୃଷ,ସିଂହ ଓ କନ୍ୟା ରାଶିର ଘାତବାର

✧═════•❁❀❁•═══

କାଳବେଳା -ଦିବା ଘ୦୬/୨୫ ମଧ୍ୟେ ଓ ଘ୦୩/୪୦ ଗତେ ଘ୦୫/୦୩ ମଧ୍ୟେ

ବାରବେଳା – ଦିବା ଘ୧୨/୫୩ ଗତେ ଘ୦୨/୧୭ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୩୬ ଗତେ ଘ୧୦/୦୧ ମଧ୍ୟେ ଓ ଘ୦୨/୧୮ ଗତେ ଘ୦୩/୩୮ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୧/୫୦ ଗତେ ଘ୦୨/୪୦ ମଧ୍ୟେ

═✧*══•❁❀❁•═════✧

ଅଦ୍ୟ ବେଲ ଦିବା ଘ୦୯/୨୩ ପର୍ଯ୍ୟନ୍ତ ତଦନ୍ତେ ନିମ୍ବ ଭକ୍ଷଣ ନିଷେଧ

═✧══•❁❀❁•═════

ଆଜିର ରାଶିଫଳ

ମେଷ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।

ବୃଷ
ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*

ମିଥୁନ
ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

କର୍କଟ
ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*

ସିଂହ
ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।*

 

କନ୍ୟା
ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।*

ତୁଳା
ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*

ବିଛା
ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*

ଧନୁ
ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*

ମକର
ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*

କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।*

 

✧═════•❁❀❁•═════✧

ମୀନ
ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking