35.1 C
Bhubaneswar
Sunday, May 19, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା ହିଁ ଆମ ଜୀବନର ସବୁଠାରୁ ବଡ଼ ସେବା । ଆପଣ ଯେ ପର୍ଯ୍ୟନ୍ତ ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଉଥିବେ, ସେ ପର୍ଯ୍ୟନ୍ତ ଜାଣିନିଅନ୍ତୁ ଯେ ଆପଣଙ୍କ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ ।।

ସାହାଯ୍ୟ ସେ ହିଁ କରିଥାନ୍ତି ଯାହାର ପ୍ରକୃତ ହୃଦୟ ଅଛି, ନ ହେଲେ ଆଜିର ଏ ସ୍ୱାର୍ଥପର ଦୁନିଆ ରେ ଏ ଲୋଭି ମଣିଷ ନିଜ ମାଆ-ବାପାଙ୍କୁ ବି ଭୁଲିବାକୁ ପଛାଉ ନାହାଁନ୍ତି ।।

ଆଉ ହଁ ଏହା ନିଜେ ପରଖି ନିଅନ୍ତୁ ଯେ ଯେତେବେଳେ ଅଧିକ ହସୁଥିବା ଓ କହୁଥିବା ବ୍ୟକ୍ତି ଯଦି କେବେ ହଟାତ୍ ଚୁପ୍-ଚାପ୍ ହୋଇ ଗୁମସୁମ ରେ ରହେ ତେବେ ଆପଣ ବୁଝିନେବ ଯେ ସେ ମଣିଷ ନିଜ ଅନ୍ତର ଭିତରୁ ଭାଙ୍ଗି ଯାଇଛି ।।

ଯୋଗିନୀ ଦକ୍ଷିଣେ । ଦିବା ଘ୧।୪୯ ଗତେ ପଶ୍ଚିମେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୨।୨୧ ଗତେ ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧।୩୬ ଗତେ ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବୃଷ ସିଂହ ଓ କନ୍ୟା ରାଶିର ଘାତବାର । ଦିବା ଘ୭।୨୨ ମଧ୍ୟେ ଘ୩।୪୪ ଗତେ ଘ୫।୪ ମଧ୍ୟେ କାଳବେଳା । ଘ୧୨।୫୨ ଗତେ ଘ୨।୧୬ ମଧ୍ୟେ ବାରବେଳା । ରାତ୍ରି ଘ୬।୪୦ ମଧ୍ୟେ ଘ୪।୨୨ ଗତେ ଘ୫।୫୮ ମଧ୍ୟେ କାଳରାତ୍ରି ।ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ଚତୁର୍ଦ୍ଦଶୀର ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ଦିବା ଘ୧।୪୯ ଗତେ ମାଷ (ବିରି) ଭକ୍ଷଣ ନିଷେଧ । ଅଦ୍ୟ ଧନ୍ଵନ୍ତରୀ ଜୟନ୍ତୀ ଓ ଧନତେରସ୍ । ଅଦ୍ୟ ନରକ ଚତୁର୍ଦ୍ଦଶୀ ।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା
(ଅମୃତ) – ଦିବା ଘ୬।୪୬ ମଧ୍ୟେ ଘ୭।୩୪ ଗତେ ଘ୯।୫୬ ମଧ୍ୟେ ଘ୧୨।୨୦ ଗତେ ଘ୩।୩୨ ମଧ୍ୟେ ଘ୪।୨୦ ଗତେ ଘ୫।୪ ମଧ୍ୟେ ରାତ୍ରି ଘ୧୨।୧୭ ଗତେ ଘ୧।୫୩ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୧।୫୩ ଗତେ ଘ୨।୪୧ ମଧ୍ୟେ ।

ମେଷ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି କାମ ସମ୍ବନ୍ଧରେ ଗଭୀର ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶରେ ପ୍ରସନ୍ନତା ରହିବ।

ବୃଷ: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଆପଣଙ୍କ ଘରକୁ ଖୁସି ଆସିବ।

ମିଥୁନ: ନୂଆ କାମ ଆରମ୍ଭ କରନ୍ତୁ, ଭାଗ୍ୟର ସହଯୋଗ ମିଳିବ। ଅଫିସ୍‌ରେ କୌଣସି କାମକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ।

କର୍କଟ: ଆପଣଙ୍କ ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ବ୍ୟବସାୟରେ ବିଶୃଙ୍ଖଳା ଦୂର ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ସୁଯୋଗ ମିଳିବ।

ସିଂହ: ଆପଣଙ୍କର ସମୟ ପିଲାମାନଙ୍କ ସହିତ ବିତିବ। କିଛି ନୂଆ ସକାରାତ୍ମକ କରିବାକୁ ଭାବିବେ। ଯୋଜନା ତିଆରି ଓ ପରିଶ୍ରମ କଲେ ଯାଇ ଲାଭ ପାଇବେ।

କନ୍ୟା: ପରିବାରରେ କୌଣସି ଲୋକ ସହ ବିବାଦ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ତୁଳା: ପୁରୁଣା କାମ ସଂପୂର୍ଣ୍ଣ ହୋଇଯିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କର ପରାମର୍ଶ ନିଅନ୍ତୁ। କାରବାରରେ ବାଧାବିଘ୍ନ ଦୂର ହୋଇଯିବ।

ବିଛା: କାମରେ ଉତ୍ତମ ପ୍ରଦର୍ଶନ ପାଇଁ ଚେଷ୍ଟା କରିବେ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ ମାନ ସମ୍ମାନ ବଢ଼ିବ। କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ଧନୁ: ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।

ମକର: ଇଂଜିନିୟର ଠିକ୍ ଦିଶାରେ ଅଭିଜ୍ଞତା ପ୍ରୟୋଗ କଲେ ଯାଇ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ। ପାରିବାରିକ ଜୀବନ ସୁଖକର ହେବ।

କୁମ୍ଭ: କୌଣସି କାମ କରିବା ପୂର୍ବରୁ ଭଲ ଭାବେ ବିଚାର କରି ନିଅନ୍ତୁ। ପରିବାର ସହଯୋଗରେ କାମ ସଂପୂର୍ଣ୍ଣ କରିବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।

ମୀନ: ବନ୍ଧୁ ସହଯୋଗରେ କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ଭଲ ଖବର ଶୁଣିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking