31.1 C
Bhubaneswar
Thursday, July 4, 2024
Homeଓଡିଶା_ଆଜିର ଅନୁଚିନ୍ତା

_ଆଜିର ଅନୁଚିନ୍ତା

ଶାନ୍ତି ଦୁନିଆରେ ସବୁଠାରୁ ମୂଲ୍ୟବାନ ଜିନିଷ ଅଟେ ।
ସବୁଠାରୁ ଉତ୍ତମ ଦିନ – ଆଜି ।ସବୁଠାରୁ ମୂର୍ଖ – ଯିଏ ସର୍ବଦା ଅନ୍ୟର ଭୂଲ୍ ଖୋଜୁଥାଏ ।ସବୁଠାରୁ ବଡ ଭୂଲ୍ – ଗୁରୁଜନଙ୍କ ହିତ ଉପଦେଶ ନ ମାନିବା ।ସବୁଠାରୁ ଅଧିକ କ୍ଷତି – କଥାବାର୍ତ୍ତାରେ ଆଶାଳୀନତା ।ସବୁଠାରୁ ଅଧିକ ଆବଶ୍ୟକ – ସାଧାରଣ ଜ୍ଞାନ ।ସବୁଠାରୁ ଦୁର୍ବଳ – ଭୟଭିତ ହେବା ।ସବୁଠାରୁ ଶକ୍ତିଶାଳୀ – କର୍ମ ବିଶ୍ବାସୀ ହେବା ।ସବୁଠାରୁ ବଡ ପାପ – ଅନ୍ୟର କ୍ଷତି ଘଟାଇବା ।ସବୁଠାରୁ ଶ୍ରେଷ୍ଠ ଦାନ – ଦୟାଶୀଳତା ।

ଅତର ପକେଇ ପୋଷାକରେ ବାସ ଭରିଦେଲେ ବା କ’ଣ ମିଳିବ ,ଯଦି ଚରିତ୍ରରୁ ଗନ୍ଧ ବାହାରୁଥିବ ।ଘଷି ମାଜି ଦେହ,ମୁହଁଟାକୁ ଚିକିଚିକି କରିଦେଲେ କ’ଣ ମିଳିବ,ଯଦି ମନ ଭିତରଟା ଅସନା ଚିନ୍ତାରେ ଭରା ପଡିଥିବ ।

ଜରୁରୀ ଠାରୁ ଯଦି ଅଧିକ ମିଳେ ସେ ହେଉଛି “ଭାଗ୍ୟ” ।ଭଗବାନ ସବୁକିଛି ଦେଇ ବି ଯଦି କାନ୍ଦିବାକୁ ପଡେ ତାହା ହେଉଛି “ଦୁର୍ଭାଗ୍ଯ”।

ବାଟ ଯଦି ଫୁଲର ହୁଏ ବହୁତ ସାଥି ମିଳିଯିବେ ସାଥି ହୋଇ ବାଟ ଚାଲିବା ପାଇଁ,ଯଦି ବାଟ କଣ୍ଟାର ହୁଏ ତ ନିଜର ଲୋକ ବି ହାତ ଛାଡି ଦେବେ ନିଜ ନିଜ ସ୍ବାର୍ଥ ପାଇଁ ।

ପ୍ରତିଶୋଧ ନେବା କୌଣସି ଆବଶ୍ୟକ ନାହିଁ,କେବଳ ଚୁପ୍ ଚାପ୍ ଅପେକ୍ଷା କର ଯିଏ ତୁମକୁ ଆଘାତ ଦେଇଛି ସିଏ ନିଜେ ତା’ର ଶାସ୍ତି ପାଇବ ।ଆଉ ତୁମେ ଯଦି ଭାଗ୍ୟବାନ ହୋଇଥିବ ତା’ହେଲେ ତୁମେ ତୁମ ଆଖିରେ ଦେଖିବ ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କନ୍ୟା ଦ୦/୪୬/୪୦ ଇଂଘ ୫/୩୯/୧୮ ଗତେ ଉଦୟ।
*ମୀନ ଦ୦/୩୬/୧୬ ଇଂଘ ୫/୪୦/୧୦ ଗତେ ଅସ୍ତ ।
ଯୋଗିନୀ ବାୟବ୍ୟେ । ଦିବା ଘ୧।୧୨ ଗତେ ଐଶାନ୍ୟେ । ଦିବା ଘ୧।୧୨ ମଧ୍ୟେ ଯାତ୍ରା ଶୁଭ | ଦିବା ଘ୧।୧୨ ମଧ୍ୟେ ଦେବତାଗଠନ, ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ,ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ ।୧୮ ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୩।୫୩ ଗତେ ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୩।୫୩ ଗତେ ଧନୁ ମୀନ ମେଷ ମିଥୁନ କର୍କଟ ସିଂହ ବିଛା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର । ଦିବା ଘ୮।୪୦ ଗତେ ଘ୧୧।୪୦ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୩୮ ଗତେ ଘ୧୦।୮ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୧।୧୨ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୩।୫୩ ମଧ୍ୟେ ଦଶମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ ।ସପ୍ତମୀର ଏକୋଦ୍ଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ।ତାଳ ଦିବା ଘ୧।୧୨ ଗତେ ନାରିକେଳ (ନଡ଼ିଆ) ଭକ୍ଷଣ ନିଷେଧ ।
*(ଅମୃତ) – ଦିବା ଘ ୬।୨୬ ମଧ୍ୟେ ଘ୭।୧୫ ଗତେ ଘ୯।୩୯ ମଧ୍ୟେ ଘ୧୨।୩ ଗତେ ଘ୩।୧୫ ମଧ୍ୟେ ଘ ୪।୩ ଗତେ ଘ୫।୩୮ ମଧ୍ୟେ ରାତ୍ରି ଘ୬।୨୬ ଗତେ ଘ୯।୩୮ ମଧ୍ୟେ ଘ୧୨।୨ ଗତେ ଘ୩।୧୪ ମଧ୍ୟେ ଘ୪।୨ ଗତେ ଘ୫।୩୮ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି
ମେଷ: ଆଜି ନୂତନ ବନ୍ଧୁ ମିଳନ ଓ ନୂତନ କାର୍ଯ୍ଯର ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ଆପଣଙ୍କୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ବୃଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନିଜର ଜ୍ଞାନ ବଳରେ ସବୁ କାମ ସମ୍ଭାଳି ନେବେ। ସନ୍ତାନ ଠାରୁ ଶୁଭ ଖବର ପାଇବେ। ଜୀବନସାଥୀଙ୍କ ସହ ଧର୍ମସ୍ଥାନକୁ ଯାତ୍ରା କରିବେ।

ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ବିଶେଷ କାମ ସଂପୂର୍ଣ୍ଣ ହେବ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। କୌଣସି କାମରେ ସଫଳ ହେବା ଯୋଗୁଁ ପ୍ରଶଂସା ପାଇବେ।

କର୍କଟ: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ କଥା ହେବେ। ବେକାରଙ୍କୁ ରୋଜଗାରର ସୁଯୋଗ ଅଛି।

ସିଂହ: ଆପଣଙ୍କ ଚିନ୍ତା ସକାରାତ୍ମକ ରହିବ। ଗୁରୁତ୍ବପୂର୍ଣ୍ଣ କାମରେ ଲାଗି ରହିଥିବା ବାଧାର ସମାଧାନ ହେବ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ।

କନ୍ୟା: ଆପଣଙ୍କ ରଚନାତ୍ମକ ପ୍ରତିଭା ସମ୍ମୁଖକୁ ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

ତୁଳା: ବକେୟା ଅର୍ଥ ପାଇବେ। ଜରୁରୀ କାମରେ ଯାତ୍ରା ସଫଳ ହେବ। ଭାଗୀଦାରି ବେପାରରେ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ଆପଣ ଆଗରେ ରହିବେ।

ବିଛା: ଆପଣଙ୍କୁ ସନ୍ତାନ ସୁଖ ମିଳିବାର ଯୋଗ ଅଛି। ଆଶା ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ଧନୁ: ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। କେହି ପରିଚିତ ବ୍ୟକ୍ତି ଅଚାନକ ଘରକୁ ଆସିବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।

ମକର: ଅଚାନକ ବନ୍ଧୁ ସହ ଭେଟ ହେବ। ସୁସମ୍ବାଦ ପାଇବେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ପ୍ରିୟତମଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।

କୁମ୍ଭ: ବାକିଥିବା କାମ ପୂରା ହେବାର ସମ୍ଭାବନା ରହିଛି। ଧନଲାଭର ଅବସର ପାଇବେ। ନବ ବିବାହିତଙ୍କ ଲାଗି ଭଲ ଦିନଟିଏ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ବିଶେଷ ମାର୍ଗଦର୍ଶନ ମିଳିବ।

ମୀନ: ଜୀବନସାଥୀଙ୍କ ସହ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯିବେ। ରୋଜଗାରର ନୂଆ ଅବସର ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତା‌ଳମେଳ ବଜାୟ ରଖନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking