25.8 C
Bhubaneswar
Saturday, July 27, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜୀବନର ଆରମ୍ଭ ଅନ୍ୟ ଜଣଙ୍କ ହାତରେ ତଥା ଅନ୍ତ ମଧ୍ୟ ସେହି ପରମାତ୍ମା ପରମେଶ୍ବରଙ୍କ ଦ୍ବାରା ନିୟନ୍ତ୍ରିତ। ତେଣୁ ଏହି ସ୍ବଳ୍ପ ଜୀବନକାଳରେ କାହାକୁ ନେଇ ଏତେ ଗର୍ବ, ଅହଙ୍କାର, ମନୋମାଳିନ୍ୟ। ସବୁ ସେହି ଭଗବାନଙ୍କ ଇଚ୍ଛା।
ମୃତ୍ୟୁ ଚରମ ସତ୍ୟ। ଏହା ଜାଣିବା ପରେ ମଧ୍ୟ ଯେଉଁ ନିର୍ବୋଧ ନିଜକୁ ସମର୍ପଣ କରିବା ପାଇଁ ପ୍ରସ୍ତୁତ କରିପାରିବ ନାହିଁ ତାହାର ବିନାଶ କୁ କାଳ ମଧ୍ୟ ରୋକି ପାରିବ ନାହିଁ।

ଅନ୍ଧାରକୁ ଦୂର କରିବା ପାଇଁ ଆମ ପାଖରେ ପ୍ରଦୀପ ପ୍ରକାଶ କରିବାର ଆବଶ୍ୟକ ପଡିଥାଏ କିନ୍ତୁ ସବୁ ଜାଗାକୁ ପ୍ରକାଶିତ କରିବା ପାଇଁ କେବଳ ଗୋଟିଏ ଭଲ ଲୋକର ଆବଶ୍ୟକ ପଡିଥାଏ ।

ମଣିଷ ସମସ୍ତ କାର୍ଯ୍ୟ ଜାଣି ନଥାଏ,କିନ୍ତୁ ପ୍ରତ୍ୟେକ ମଣିଷ ପାଖରେ ଗୋଟେ ପ୍ରତିଭା ନିଶ୍ଚିତ ଥାଏ..ସେହି ପ୍ରତିଭାକୁ ଚିହ୍ନି ନିଜ ଜୀବନରେ ପ୍ରୟୋଗ କରିବେ,ଆପଣଙ୍କୁ ଏକ ଅଦ୍ଭୁତ ସୁଖର ଅନୁଭୂତି ହେବ ଯେତେବେଳେ ଆପଣ ସଫଳତାର ପାହାଚରେ ପାଦ ପକାଇଥିବେ ।

ଉଦ୍ଦେଶ୍ୟ ଯଦି ମହତ ହୋଇଥାଏ ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ୱାର୍ଥ ଅତି ତୁଚ୍ଛ ଓ ନଗଣ୍ୟ..ଆକାଶ ଯେତେ ଉଚ୍ଚ ହୁଏ ତାର ସ୍ୱଚ୍ଛତା ଓ ଶୁଦ୍ଧତା ସେତେ ଅଧିକ ହୋଇଥାଏ। ମଣିଷ ଯେତେ ଉଚ୍ଚକୁ ଯାଏ ତାର ନମ୍ରତା ଓ ଉଦାରତା ସେତେ ଅଧିକ ହୋଇଯାଏ ।

ସମୟ କାହାକୁ ଅପେକ୍ଷା କରେନା ସେ ତା ନିଜ ବାଟରେ ଚାଲିଯାଏ କିନ୍ତୁ ମଣିଷ ଅପେକ୍ଷା କରି କରି ସମୟକୁ ଅତିବାହିତ କରିଦିଏ ଜୀବନ ସମୟକୁ ତୁମେ ଅପେକ୍ଷା କର କିନ୍ତୁ ସମୟ ତୁମକୁ ଅପେକ୍ଷା କରେନା ।

କିଛି ଲୋକ ମିଛକହି ବଞ୍ଚିବାକୁ ଚେଷ୍ଟା କରନ୍ତି କିନ୍ତୁ ସତ କହି ବଞ୍ଚିବା ସାହାସ ନାହିଁ , ମିଛକହି ବଞ୍ଚିବା ଅପେକ୍ଷା ସତକହି ମରିବା ଶହେ ଗୁଣରେ ଭଲ..ମିଛ ସତ ଦୁନିଆରେ ସତଟି ଯୁଗେ ଯୁଗେ ସତ ।

ଅଦ୍ୟ ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୩ ମସିହା(ଗୁରୁବାର)

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ପିଙ୍ଗଳ

ଭାଦ୍ରମାସ- ଶୁକ୍ଲପକ୍ଷ

ତିଥି- ଷଷ୍ଠୀ ଦିବା ଘ୦୧/୫୧ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ

ନକ୍ଷତ୍ର- ଅନୁରାଧା ଦିବା ଘ୦୩/୫୨ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା

ଚନ୍ଦ୍ର- ବିଛା

ଯୋଗ- ପ୍ରୀତି

କରଣ – ତୈତିଳ

ସୌରମାସ- କନ୍ୟା ୦୫ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୦୬

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/୦୮

*✧═════•❁❀

ଯୋଗିନୀ ପଶ୍ଚିମେ ଦିବା ଘ୦୧/୫୧ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ

ଷଷ୍ଠୀ ର ଏକୋଦିଷ୍ଟ ଓ ସପ୍ତମୀ ର ପାର୍ବଣ ଶ୍ରାଦ୍ଧ

ତୁଳା ଓ କୁମ୍ଭ ରାଶିର ଘାତବାର

ପୁଷ୍କର -ମୃତେ ଦିବା ଘ୦୧/୫୧ ଗତେ ଏକପାଦ ଦୋଷ

✧═════•❁❀❁•═══

କାଳବେଳା ଓ ବାରବେଳା – ଦିବା ଘ୦୨/୩୮ ଗତେ ଘ୦୫/୪୦ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୫ ମଧ୍ୟେ ଓ ଘ୦୧/୩୭ ଗତେ ଘ୦୨/୩୭ ମଧ୍ୟେ ଓ ରାତ୍ରି ଘ୦୬/୨୯ ଗତେ ଘ୦୯/୪୨ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧*══•❁❀❁•═════✧

ଅଦ୍ୟ ନିମ୍ବ ଦିବା ଘ୦୧/୫୨ ଗତେ ତାଳ ଭକ୍ଷଣ ନିଷେଧ

✧═════•❁❀❁•═════✧

ଆଜିର ରାଶିଫଳ*

✧═════•❁❀❁•═════✧

ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।

✧═════•❁❀❁•═════✧

ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

✧═════•❁❀❁•═════✧

ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।

✧═════•❁❀❁•═════✧

କର୍କଟ: ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।

✧═════•❁❀❁•═════✧

ସି˚ହ: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।

✧═════•❁❀❁•═════✧

କନ୍ୟା: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

✧═════•❁❀❁•═════✧

ତୁଳା : ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।

✧═════•❁❀❁•═════✧

ବିଛା: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।

✧═════•❁❀❁•═════✧

ଧନୁ: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।

✧═════•❁❀❁•═════✧

ମକର: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।

✧═════•❁❀❁•═════✧

କୁମ୍ଭ: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।

✧═════•❁❀❁•═════✧

ମୀନ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking