27.1 C
Bhubaneswar
Sunday, September 8, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଯଦି ତୁମକୁ କିଏ ଭଲ ଲାଗିଥାଏ
ତ ଭଲ ସିଏ ନୁହେଁ ଭଲ ତୁମେ ଅଟ
କାରଣ ତାହାଠାରେ ଭଲକୁ
ଦେଖିବା ବାଲା ନଜର ତୁମ
ପାଖରେ ଅଛି ।
କୌଣସି ବ୍ୟକ୍ତିର ବେଶଭୁଷା କିମ୍ବା ବୟସ ଦେଖି ଉପହାସ କରିବା ଏକ ସୁସ୍ଥ ମସ୍ତିଷ୍କ ବ୍ୟକ୍ତି ପାଇଁ ସର୍ବଦା ବର୍ଜନୀୟ।

ଅଧର୍ମୀ, ପାପାଚାରୀ ବିଭିନ୍ନ ପ୍ରକାରେ ଭକ୍ତ ମାନଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରନ୍ତି। ଏହା ମଧ୍ୟ ଭଗବାନଙ୍କର ଏକ ପରୀକ୍ଷା। ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଭଗବାନଙ୍କ ସମିପ୍ୟ ଭକ୍ତି ମିଳିଥାଏ।

ପାଖଣ୍ଡି, ଘମଣ୍ଡି, ଦୂରାଚାରୀ କଳିଯୁଗରେ ନିଜକୁ ଭଗବାନ ବୋଲାଇବା ପାଇଁ ଅନେକ ପ୍ରଯତ୍ନ କରିବେ, କିନ୍ତୁ ସାଧୁ ସାବଧାନ ଭଗବାନଙ୍କ ଦଶମ ଅବତାର ବ୍ୟତୀତ ଅନ୍ୟ କିଏ ମଧ୍ୟ ଭଗବାନ ନୁହନ୍ତି।

ଯିଏ ଭଗବାନ ତାଙ୍କର ପ୍ରଥମ କାମ ହେଲା ଅଧର୍ମୀ ମାନଙ୍କୁ ଧର୍ମ ମାର୍ଗରେ ଆଣିବା। କିନ୍ତୁ ସଦା ଦୂରାଚାରୀ ପାପୀ ମାନଙ୍କୁ ଦଣ୍ଡ ମଧ୍ୟ ଦିଅନ୍ତି।

ଯେଉଁଠି ରାମକଥା ହୁଏ ସେଇଠି ହନୁମାନ ଉପସ୍ଥିତ ହୁଅନ୍ତି। ଅର୍ଥାତ ଯାହାର ହନୁମାନଙ୍କ ପରି ଭକ୍ତି ଜାଗ୍ରତ ହୁଏ ତାକୁ ଭଗବାନଙ୍କ କଥା ପଠନ, ଶ୍ରବଣ, ମନନ, ଚିନ୍ତନ କରିବାର ସୌଭାଗ୍ୟ ପ୍ରାପ୍ତ ହୁଏ। ଭାବି ଦେଖନ୍ତୁ ଆମର କେତେ ପୂଣ୍ୟ ଫଳରେ ଆମକୁ ସତ୍ୟ ସନାତନ ଧର୍ମର ସତସଙ୍ଗ ମିଳୁଛି। ସବୁ ସେହି ଭଗବାନଙ୍କ କୃପା।

ଅଦ୍ୟ ସେପ୍ଟେମ୍ବର ମାସ ୨୦ ତାରିଖ ୨୦୨୩ ମସିହା(ବୁଧବାର)

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ପିଙ୍ଗଳ

ଭାଦ୍ରମାସ- ଶୁକ୍ଲପକ୍ଷ

ତିଥି- ପଞ୍ଚମୀ ଦିବା ଘ୦୧/୫୪ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ

ନକ୍ଷତ୍ର- ବିଶାଖା ଦିବା ଘ୦୩/୨୦ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧା

ଚନ୍ଦ୍ର- ତୁଳା ଦିବା ଘ୦୯/୦୩ ପର୍ଯ୍ୟନ୍ତ ତଦନ୍ତେ ବିଛା

ଯୋଗ- ବିସ୍କୁମ୍ଭ

କରଣ – ବାଳବ

ସୌରମାସ- କନ୍ୟା ୦୪ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୫୬

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୩୮

*✧═════•❁❀

ଯୋଗିନୀ ଦକ୍ଷିଣେ ଦିବା ଘ୦୧/୫୪ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମ

ପଞ୍ଚମୀ ର ଏକୋଦିଷ୍ଟ ଓ ଷଷ୍ଠୀ ର ପାର୍ବଣ ଶ୍ରାଦ୍ଧ

କର୍କଟ ରାଶିର ଘାତବାର

✧═════•❁❀❁•═══

କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୨ମଧ୍ୟେ

ବାରବେଳା – ଦିବା ଘ୧୧/୪୩ ଗତେ ଘ୦୧/୧୫ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୨୭ ମଧ୍ୟେ ଓ ଘ୦୭/୧୭ ଗତେ ଘ୦୮/୩୮ ମଧ୍ୟେ ଓ ଘ୧୦/୨୬ ଗତେ ଘ୧୧/୪୨ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୨୮ ଗତେ ଘ୦୭/୧୫ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୪/୦୫ ମଧ୍ୟେ

═✧*══•❁❀❁•═════✧

ଅଦ୍ୟ ବେଲ ଦିବା ଘ୦୧/୫୪ ଗତେ ନିମ୍ବ ଭକ୍ଷଣ ନିଷେଧ

═✧══•❁❀❁•═════
✧═════•❁❀❁•═════✧

ଆଜିର ରାଶିଫଳ*

✧═════•❁❀❁•═════✧

ମେଷ – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ |

✧═════•❁❀❁•═════✧

ବୃଷ – ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।

✧═════•❁❀❁•═════✧

ମିଥୁନ – ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ | କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।

✧═════•❁❀❁•═════✧

କର୍କଟ – ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ | ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ | ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ |

✧═════•❁❀❁•═════✧

ସିଂହ – ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ | ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ |

✧═════•❁❀❁•═════✧

କନ୍ୟା – ଆଜି ଶତ୍ରୁ ପରାଜୟ ହୋଇପାରେ | ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ | ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।

✧═════•❁❀❁•═════✧

ତୁଳା – ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ | ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।

✧═════•❁❀❁•═════✧

ବିଛା – ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ | କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ | ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ | ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।

✧═════•❁❀❁•═════✧

ଧନୁ – ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ | ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ | ବ୍ୟାପାରରେ ଦିନଟି ମଧ୍ୟମ ରହିବ | ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।

✧═════•❁❀❁•═════✧

ମକର – ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ | ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ | ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ | ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ |

✧═════•❁❀❁•═════✧

କୁମ୍ଭ – ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ | କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ | ଗୁରୁଜନଙ୍କ ଆଶୀର୍ବାଦ ମିଳିବ | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ନିବେଶ ଶୁଭ ରହିବ | ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ |

✧═════•❁❀❁•═════✧

ମୀନ – ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ | ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବ୍ୟାପାରରେ ବାଧା ଆସିପାରେ | ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking